ତାଲିବାନ ଆକ୍ରମଣରେ ପାକିସ୍ତାନର ୧୦ ପୁଲିସ ଅଫିସର୍‌ ନିହତ

ନୂଆଦିଲ୍ଲୀ: ପାକିସ୍ତାନରେ ତାଲିବାନ ଆତଙ୍କବାଦୀ ଆକ୍ରମଣ ହୋଇ ୧୦ ପୁଲିସ ଅଫିସର ନିହତ ହୋଇଛନ୍ତି। ଆଫଗାନିସ୍ତାନ ସୀମା ନିକଟସ୍ଥ ‌ଏକ ଚେକ୍‌ପୋଷ୍ଟ୍‌ ଉପରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୧୦ ପାକିସ୍ତାନୀ ପୁଲିସ ଅଫିସର ନିହତ ହୋଇଛନ୍ତି ଏବଂ ଆହୁରି ୭ ଜଣ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି। ଖାଇବର ପଖ୍‌ତୁନ୍‌ଖ୍ବା ପ୍ରଦେଶର ଡେରା ଇସମେଲ୍‌ ଜିଲ୍ଲାରେ ଏହି ଆକ୍ରମଣ ହୋଇଛି। ସୀମାରେ ନିୟୋଜିତ ପୁଲିସ […]

ତାଲିବାନ ଆକ୍ରମଣରେ ପାକିସ୍ତାନର ୧୦ ପୁଲିସ ଅଫିସର୍‌ ନିହତ

ନୂଆଦିଲ୍ଲୀ: ପାକିସ୍ତାନରେ ତାଲିବାନ ଆତଙ୍କବାଦୀ ଆକ୍ରମଣ ହୋଇ ୧୦ ପୁଲିସ ଅଫିସର ନିହତ ହୋଇଛନ୍ତି। ଆଫଗାନିସ୍ତାନ ସୀମା ନିକଟସ୍ଥ ‌ଏକ ଚେକ୍‌ପୋଷ୍ଟ୍‌ ଉପରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଛି। ଏଥିରେ ୧୦ ପାକିସ୍ତାନୀ ପୁଲିସ ଅଫିସର ନିହତ ହୋଇଛନ୍ତି ଏବଂ ଆହୁରି ୭ ଜଣ ଜଣ ଆହତ ହୋଇଛନ୍ତି । ଏହି ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କରିଛି। ଖାଇବର ପଖ୍‌ତୁନ୍‌ଖ୍ବା ପ୍ରଦେଶର ଡେରା ଇସମେଲ୍‌ ଜିଲ୍ଲାରେ ଏହି ଆକ୍ରମଣ ହୋଇଛି। ସୀମାରେ ନିୟୋଜିତ ପୁଲିସ ଅଫିସର୍‌ଙ୍କ ଏକ ଶିବିରକୁ ପ୍ରାୟ ୨୦ରୁ ୨୫ ଆତଙ୍କବାଦୀ ଟାର୍ଗେଟ୍‌ କରିଥିଲେ। ପୁଲିସ-ଆତଙ୍କବାଦୀଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଗୁଳି ବିନିମୟ ହୋଇଥିଲା। ପାକିସ୍ତାନ ତାଲିବାନ ତଥା ତେହରିକ୍‌ ଏ ତାଲିବାନ ପାକିସ୍ତାନ (ଟିଟିପି) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଉଲ୍ଲେଖଯୋଗ୍ୟ, ୨୦୨୧ରେ ଆଫଗାନିସ୍ତାନରେ ତାଲିବାନ୍‌ ଶାସନ ଭାର ଗ୍ରହଣ କରିବା ପରଠାରୁ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିଚାଲିଛି। ବିଶେଷ କରି ସୁରକ୍ଷାବାହିନୀକୁ ଟାର୍ଗେଟ୍‌ କରି ତାଲିବାନ ଆକ୍ରମଣ ବଢ଼ୁଛି।