ଜୋର ଧରିଲା ବ୍ୟାଗ୍ ରାଜନୀତି । ପ୍ରିୟଙ୍କାଙ୍କୁ ଅପରାଜିତାଙ୍କ ବ୍ୟାଗ୍ ଉପହାର
କନକ ବ୍ୟୁରୋ: ସଂସଦରେ ବ୍ୟାଗ୍ ରାଜନୀତି ଜୋରଧରିଛି । ୱାୟନାଡ କଂଗ୍ରେସ ସାଂସଦଙ୍କୁ ୧୯୮୪ ଲେଖାଥିବା ଏକ ବ୍ୟାଗ୍ ଉପହାର ଦେଇଛନ୍ତି ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହା ୧୯୮୪ରେ ହୋଇଥିବା ଶିଖ୍ ଦଙ୍ଗାକୁ ମନେ ପକାଇ ଦେଇଛି। ତେବେ ନିକଟରେ ପ୍ରିୟଙ୍କା ପାଲେଷ୍ଟାଇନ୍ ଓ ପରଦିନ ବାଂଲାଦେଶ ଲେଖାଥିବା ବ୍ୟାଗ୍ ନେଇ ସଂସଦ ଆସିଥିଲେ, ଯାହା ଚର୍ଚ୍ଚା ସୃଷ୍ଟି କରିଥିଲା। ଜୋର ଧରିଲା ବ୍ୟାଗ୍ ରାଜନୀତି ପ୍ରିୟଙ୍କାଙ୍କୁ ଅପରାଜିତାଙ୍କ ବ୍ୟାଗ ଉପହାର ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ବ୍ୟାଗ୍ ଉପହାର ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଆଉ ଏହି ବ୍ୟାଗରେ ଲେଖାଅଛି ୧୯୮୪। ଏହା ଏକ ସଙ୍କେତ ବହନ କରୁଛି। ବନ୍ଧୁକ ଚିତ୍ର ମଧ୍ୟ ବ୍ୟାଗରେ ରହିଛି। ଏହା ୧୯୮୪ ଶିଖ୍ ଦଙ୍ଗାକୁ ମନେ ପକାଇ ଦେଇଛି। ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ବ୍ୟାଗ୍ ଉପହାର ଦେଇଛନ୍ତି। ଏହାକୁ ପ୍ରିୟଙ୍କାଙ୍କୁ ବିଜେପିର ଜବାବ ବୋଲି କୁହାଯାଉଛି। କାରଣ ୱାୟନାଡ କଂଗ୍ରେସ ସାଂସଦ ଭିନ୍ନ ଭିନ୍ନ ଲେଖାଥିବା ବ୍ୟାଗ୍ ନେଇ ସଂସଦ ଆସୁଛନ୍ତି। ପ୍ରତି ଲେଖା ଭିନ୍ନ ଭିନ୍ନ ସନ୍ଦେଶ ଦେଇଛି। ମୋଦୀ ସରକାରର ନୀତିକୁ ବିରୋଧ କଲା ଭଳି ସନ୍ଦେଶ ବ୍ୟାଗରେ ଲେଖାଥିବା ଶବ୍ଦ ସୂଚାଉଛି। ବ୍ୟାଗ୍ ଦେଉଛି ବାର୍ତ୍ତା ପ୍ରତିବାଦର ପାଲଟିଛି ମାଧ୍ୟମ ତେବେ ସଂସଦର ଶୀତକାଳୀନ ଅଧିବେଶନରେ ବିରୋଧୀ କଂଗ୍

କନକ ବ୍ୟୁରୋ: ସଂସଦରେ ବ୍ୟାଗ୍ ରାଜନୀତି ଜୋରଧରିଛି । ୱାୟନାଡ କଂଗ୍ରେସ ସାଂସଦଙ୍କୁ ୧୯୮୪ ଲେଖାଥିବା ଏକ ବ୍ୟାଗ୍ ଉପହାର ଦେଇଛନ୍ତି ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏହା ୧୯୮୪ରେ ହୋଇଥିବା ଶିଖ୍ ଦଙ୍ଗାକୁ ମନେ ପକାଇ ଦେଇଛି। ତେବେ ନିକଟରେ ପ୍ରିୟଙ୍କା ପାଲେଷ୍ଟାଇନ୍ ଓ ପରଦିନ ବାଂଲାଦେଶ ଲେଖାଥିବା ବ୍ୟାଗ୍ ନେଇ ସଂସଦ ଆସିଥିଲେ, ଯାହା ଚର୍ଚ୍ଚା ସୃଷ୍ଟି କରିଥିଲା।
- ଜୋର ଧରିଲା ବ୍ୟାଗ୍ ରାଜନୀତି
- ପ୍ରିୟଙ୍କାଙ୍କୁ ଅପରାଜିତାଙ୍କ ବ୍ୟାଗ ଉପହାର
ପ୍ରିୟଙ୍କା ଗାନ୍ଧୀଙ୍କୁ ଏକ ବ୍ୟାଗ୍ ଉପହାର ଦେଇଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଆଉ ଏହି ବ୍ୟାଗରେ ଲେଖାଅଛି ୧୯୮୪। ଏହା ଏକ ସଙ୍କେତ ବହନ କରୁଛି। ବନ୍ଧୁକ ଚିତ୍ର ମଧ୍ୟ ବ୍ୟାଗରେ ରହିଛି। ଏହା ୧୯୮୪ ଶିଖ୍ ଦଙ୍ଗାକୁ ମନେ ପକାଇ ଦେଇଛି। ବିଜେପିର ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଏହି ବ୍ୟାଗ୍ ଉପହାର ଦେଇଛନ୍ତି। ଏହାକୁ ପ୍ରିୟଙ୍କାଙ୍କୁ ବିଜେପିର ଜବାବ ବୋଲି କୁହାଯାଉଛି। କାରଣ ୱାୟନାଡ କଂଗ୍ରେସ ସାଂସଦ ଭିନ୍ନ ଭିନ୍ନ ଲେଖାଥିବା ବ୍ୟାଗ୍ ନେଇ ସଂସଦ ଆସୁଛନ୍ତି। ପ୍ରତି ଲେଖା ଭିନ୍ନ ଭିନ୍ନ ସନ୍ଦେଶ ଦେଇଛି। ମୋଦୀ ସରକାରର ନୀତିକୁ ବିରୋଧ କଲା ଭଳି ସନ୍ଦେଶ ବ୍ୟାଗରେ ଲେଖାଥିବା ଶବ୍ଦ ସୂଚାଉଛି।
- ବ୍ୟାଗ୍ ଦେଉଛି ବାର୍ତ୍ତା
- ପ୍ରତିବାଦର ପାଲଟିଛି ମାଧ୍ୟମ
ତେବେ ସଂସଦର ଶୀତକାଳୀନ ଅଧିବେଶନରେ ବିରୋଧୀ କଂଗ୍ରେସ ଗୌତମ ଅଦାନୀଙ୍କୁ ନେଇ ଲଗାତାର ବିରୋଧ କରିଥିଲେ। ଗତ ୧୦ ତାରିଖରେ ପ୍ରିୟଙ୍କା ଏକ ବ୍ୟାଗ୍ ପକାଇ ସଂସଦ ଆସିଥିଲେ, ଯେଉଁଥିରେ ମୋଦି-ଅଦାନୀ ଭାଇ ଭାଇ ବୋଲି ଲେଖା ଥିଲା। ରାହୁଲ ଗାନ୍ଧୀ ଏହି ବ୍ୟାଗକୁ ସଂସଦରେ ଦେଖାଇ ବ୍ୟାଗ୍ ବହୁତ ସୁନ୍ଦର ଦିଶୁଥିବା କହି ତାତ୍ସଲ୍ୟ କରିଥିଲେ।
ଏହାପରେ ୧୬ ଡିସେମ୍ବରରେ ପାଲେଷ୍ଟାଇନ୍ ଓ ୧୭ ଡିସେମ୍ବରରେ ବାଂଲାଦେଶ ଲେଖା ଥିବା ବ୍ୟାଗ୍ ଧରି ସଂସଦ ଆସିଥିଲେ ପ୍ରିୟଙ୍କା ଗାନ୍ଧୀ। ତେଣୁ ୧୯୮୪ ଲେଖାଥିବା ବ୍ୟାଗ୍ ଉପହାର ଦେଇ କଂଗ୍ରେସକୁ ଶିଖ୍ ଦଙ୍ଗା କଥା ମନେପକାଇ ଦେଇଛି ବିଜେପି, ଆଉ ପ୍ରଥମ ଥର ପାଇଁ ପରସ୍ପରକୁ ଆକ୍ଷେପର ମାଧ୍ୟମ ପାଲଟିଛି ବ୍ୟାଗ୍।