କୋଲକତା ଅଭୟାକାଣ୍ଡ; ଆରଜି କର ହସ୍ପିଟାଲ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଗିରଫ

କୋଲକାତା ହାଇକୋର୍ଟରେ ଏନେଇ ମାମଲା ବି କରିଥିଲେ। ପରେ ସିବିଆଇ ଏହା ଉପରେ ତଦନ୍ତ କରିଥିଲା। କଲେଜରେ ତାଙ୍କ ଚାକିରି ସମୟରେ ସନ୍ଦୀପ ବିଭିନ୍ନ ଆର୍ଥିକ ଅନିୟମିତତା କରିଥିବା ନେଇ ସିବିଆଇ ଏଫଆଇଆର ମଧ୍ୟ ରୁଜୁ କରିଥିଲା । ଆଜି ତାଙ୍କୁ ଗିରଫ କରାଯାଇଛି।

କୋଲକତା ଅଭୟାକାଣ୍ଡ;  ଆରଜି କର ହସ୍ପିଟାଲ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ ଗିରଫ

ସନ୍ଦୀପ ଘୋଷ ଗିରଫ। କୋଲକାତା ଆରଜି କର ହସ୍ପିଟାଲର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି ସିବିଆଇ। ଦୁର୍ନୀତି ମାମଲାରେ ସନ୍ଦୀପଙ୍କୁ ଗିରଫ କରାଯାଇଛି। ସନ୍ଦୀପଙ୍କୁ ଗିରଫ କରି ପଚରାଉଚରା ପାଇଁ ନିଜାମ ପ୍ୟାଲେସ ସ୍ଥିତ କାର୍ଯ୍ୟାଳୟକୁ ନେଇଛି CBI।

ଆରଜି କର୍ ମେଡିକାଲ କଲେଜରେ ଡାକ୍ତର ଅଭୟାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ସାମ୍ନାକୁ ଆସିବା ପରେ ସନ୍ଦୀପଙ୍କ ଭୂମିକା ସନ୍ଦେହ ଘେରରେ ରହିଥିଲା। ଏପରିକି କଲେଜରେ ଆର୍ଥିକ ଅନିୟମିତତା ନେଇ ସନ୍ଦୀପଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ସନ୍ଦୀପଙ୍କ ବିରୋଧରେ ମୃତଦେହ ବିକ୍ରି, ଅଙ୍ଗ ଚାଲାଣ ସହ କଲେଜରେ ବିଭିନ୍ନ କାମ ପାଇଁ କମିଶନି ନେଉଥିବା ଅଭିଯୋଗ କରିଥିଲେ ଆର ଜି କରର ପୂର୍ବତନ ଉପ ଅଧିକ୍ଷକ।

ଏପରିକି କୋଲକାତା ହାଇକୋର୍ଟରେ ଏନେଇ ମାମଲା ବି କରିଥିଲେ। ପରେ ସିବିଆଇ ଏହା ଉପରେ ତଦନ୍ତ କରିଥିଲା। କଲେଜରେ ତାଙ୍କ ଚାକିରି ସମୟରେ ସନ୍ଦୀପ ବିଭିନ୍ନ ଆର୍ଥିକ ଅନିୟମିତତା କରିଥିବା ନେଇ ସିବିଆଇ ଏଫଆଇଆର ମଧ୍ୟ ରୁଜୁ କରିଥିଲା । ଆଜି ତାଙ୍କୁ ଗିରଫ କରାଯାଇଛି।