Virat Kohli announces Test retirement: ଟେଷ୍ଟ କ୍ରିକେଟକୁ ବିରାଟଙ୍କ ଅଲବିଦା, ଇନଷ୍ଟାଗ୍ରାମ ପୋଷ୍ଟରେ ନେଲେ ଅବସର
ଭାରତୀୟ କ୍ରିକେଟର ସୁପରଷ୍ଟାର ବିରାଟ କୋହଲି ସୋମବାର ଅନ୍ତର୍ଜାତୀୟ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଅବସର ଗ୍ରହଣ କରି ସାରିଥିବା ବେଳେ କୋହଲିଙ୍କ ଅବସର ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ଜୋର ଧରିଥିଲା। ସୋମବାର ସମସ୍ତ କଳ୍ପନା ଜଳ୍ପନାରେ ପୂର୍ଣ୍ଣଚ୍ଛେଦ ପକାଇ ଅବସର ଘୋଷଣା କରିଛନ୍ତି କୋହଲି। ଏକ ଇନଷ୍ଟାଗ୍ରାମ ପୋଷ୍ଟ ଜରିଆରେ କୋହଲି ଅବସର ଘୋଷଣା କରିଛନ୍ତି।