ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁ ଇଲେକ୍‌ସନ କମିଶନର ନିଯୁକ୍ତ

ନୂଆଦିଲ୍ଲୀ: ନାନା ଚର୍ଚ୍ଚା ଆଲୋଚନା ପରେ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁ ଇଲେକ୍‌ସନ କମିଶନର ନିଯୁକ୍ତ ହୋଇଛନ୍ତି। ଏନେଇ ଗୁରୁବାର ସରକାରୀ ବିଜ୍ଞପ୍ତୀ ପ୍ରକାଶ ପାଇଛି। ଏହାର କିଛି ସମୟ ପୂର୍ବରୁ ଲୋକସଭାର ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଏହି ଦୁଇ ଅମଲାଙ୍କ ନାଁ ଉପରେ ମୋହର ବାଜିଥିବା ସୂଚନା ଦେଇଥିଲେ। ସୂଚନା ଥାଉକି ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁ ଅନୁପ ଚନ୍ଦ୍ର ପାଣ୍ଡେ ଓ ଅରୁଣ ଗୋୟଲଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି। ଶ୍ରୀ ପାଣ୍ଡେ ୬୫ ବର୍ଷ ହେବା ପରେ ଚାକିରିରୁ ଅବସର ନେଇଥିଲେ। ସେହିପରି ଗୋୟଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ହଠାତ୍ ନିଜ ପଦରୁ ଇସ୍ତଫା ଦେଇଥିଲେ। ନିର୍ବାଚନ କମିଶନ ମାର୍ଚ୍ଚ ୧୫ କିମ୍ବା ୧୬ ତାରିଖରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ସେଥିପାଇଁ ଏହି ପରିବର୍ତ୍ତନ ହେଉଛି ବୋଲି ଚର୍ଚ୍ଚା ହେଉଛି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିର୍ବାଚନ କମିଶନ ନିଯୁକ୍ତି ନେଇ ଚୟନ କର୍ତ୍ତା ବୋର୍ଡର ୩ ଜଣିଆ ସଦସ୍ୟଙ୍କ ବୈଠକ ହୋଇଥିଲା। ଏହି କମିଟିର ଏକ ମୂଳ ସଦସ୍ୟ ଲୋକସଭା ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ। ସେ ଇଲେକ୍ସନ କମିଶନ ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ କରିଛନ୍ତି।    ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ଯେ ବୁଧବାର ରାତିରେ ତାଙ୍କୁ ୨୧୨ ଜଣଙ୍କ ନାଁ ଦିଆଯାଇଥିଲା। ଗୁରୁବାର ଦିନ ୧୨ଟାରେ ତାଙ୍କୁ

ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁ ଇଲେକ୍‌ସନ କମିଶନର ନିଯୁକ୍ତ

ନୂଆଦିଲ୍ଲୀ: ନାନା ଚର୍ଚ୍ଚା ଆଲୋଚନା ପରେ ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁ ଇଲେକ୍‌ସନ କମିଶନର ନିଯୁକ୍ତ ହୋଇଛନ୍ତି। ଏନେଇ ଗୁରୁବାର ସରକାରୀ ବିଜ୍ଞପ୍ତୀ ପ୍ରକାଶ ପାଇଛି। ଏହାର କିଛି ସମୟ ପୂର୍ବରୁ ଲୋକସଭାର ବିରୋଧୀ ଦଳ ନେତା ଅଧୀର ରଞ୍ଜନ ଚୌଧୁରୀ ଏହି ଦୁଇ ଅମଲାଙ୍କ ନାଁ ଉପରେ ମୋହର ବାଜିଥିବା ସୂଚନା ଦେଇଥିଲେ। 

ସୂଚନା ଥାଉକି ଜ୍ଞାନେଶ କୁମାର ଓ ସୁଖବୀର ସିଂହ ସାନ୍ଧୁ ଅନୁପ ଚନ୍ଦ୍ର ପାଣ୍ଡେ ଓ ଅରୁଣ ଗୋୟଲଙ୍କ ସ୍ଥାନରେ ନିଯୁକ୍ତ ହୋଇଛନ୍ତି। ଶ୍ରୀ ପାଣ୍ଡେ ୬୫ ବର୍ଷ ହେବା ପରେ ଚାକିରିରୁ ଅବସର ନେଇଥିଲେ। ସେହିପରି ଗୋୟଲ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ହଠାତ୍ ନିଜ ପଦରୁ ଇସ୍ତଫା ଦେଇଥିଲେ। 

ନିର୍ବାଚନ କମିଶନ ମାର୍ଚ୍ଚ ୧୫ କିମ୍ବା ୧୬ ତାରିଖରେ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି। ସେଥିପାଇଁ ଏହି ପରିବର୍ତ୍ତନ ହେଉଛି ବୋଲି ଚର୍ଚ୍ଚା ହେଉଛି। 

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିର୍ବାଚନ କମିଶନ ନିଯୁକ୍ତି ନେଇ ଚୟନ କର୍ତ୍ତା ବୋର୍ଡର ୩ ଜଣିଆ ସଦସ୍ୟଙ୍କ ବୈଠକ ହୋଇଥିଲା। ଏହି କମିଟିର ଏକ ମୂଳ ସଦସ୍ୟ ଲୋକସଭା ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ। ସେ ଇଲେକ୍ସନ କମିଶନ ନିଯୁକ୍ତି ପ୍ରକ୍ରିୟାକୁ ବିରୋଧ କରିଛନ୍ତି।    

ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ଯେ ବୁଧବାର ରାତିରେ ତାଙ୍କୁ ୨୧୨ ଜଣଙ୍କ ନାଁ ଦିଆଯାଇଥିଲା। ଗୁରୁବାର ଦିନ ୧୨ଟାରେ ତାଙ୍କୁ ବୈଠକରେ ଯୋଗ ଦେବାର ଥିଲା। ହେଲେ ମନୋନୀତ ହୋଇଥିବା ୬ ଜଣଙ୍କ ମଧ୍ୟରୁ ଜ୍ଞାନେଶ ଓ ସାନ୍ଧୁଙ୍କୁ ବଛାଯାଇଥିଲା ବୋଲି ଅଧୀର ରଞ୍ଜନ ଚୌଧୁରୀ କହିଥିଲେ।