ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ଆଣିଲେ ଗୁରୁତର ଅଭିଯୋଗ, କହିଲେ-କେଦାରନାଥରୁ ୨୨୮ କେଜି ସୁନା ଗାୟବ

ମୁମ୍ବାଇ ୧୫।୭: ଦିଲ୍ଲୀରେ ନିର୍ମିତ ହେଉଥିବା କେଦାରନାଥ ମନ୍ଦିରକୁ ନେଇ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଗୁରୁତର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ କେଦାରନାଥରେ ସୁନା ଦୁର୍ନୀତି ହୋଇଛି ଓ ଏଠାରୁ ୨୨୮ କେଜି ସୁନା ଉଭାନ ହୋଇଯାଇଛି। ଏହି ପ୍ରସଙ୍ଗ କାହିଁକି ଉଠାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିରେ ସେ ଦିଲ୍ଲୀରେ ନିର୍ମିତ ହେଉଥିବା କେଦାରନାଥ ମନ୍ଦିର ନେଇ ମଧ୍ୟ ଟିପ୍ପଣୀ କରିଛନ୍ତି। #WATCH | Mumbai: On Kedarnath Temple to be built in Delhi, Shankaracharya of Jyotirmath, Swami Avimukteshwaranand alleges, "There is a gold scam in Kedarnath, why is that issue not raised? After doing a scam there, now Kedarnath will be built in Delhi? And then there will be… pic.twitter.com/x69du8QJN2— ANI (@ANI) July 15, 2024ସେ କହିଛନ୍ତି ଯେ ସେଠାରେ (କେଦାରନାଥ) ଦୁର୍ନୀତି କରିବା ପରେ ଏବେ ଦିଲ୍ଲୀରେ କେଦାରନାଥ ହେବ? ଏବେ ପୁଣି ଆଉ ଏକ ମହାଦୁର୍ନୀତି ହେବ। କେଦାରନାଥ ଧାମରୁ ସୁନା ଗାୟବ ହେବା ନେଇ ମନ୍ଦିର ପୂଜକ ଓ ସେବାୟତା ଅଭିଯୋଗ କରିଆସୁଛନ୍ତି। ତାର ଏପର୍ଯ୍ୟନ୍ତ ଯାଞ୍ଚ ହେଉ ନଥିବା ବେଳେ ଦିଲ୍ଲୀରେ ପୁଣି ଏକ କେଦାର ନାଥର ପରିକଳ୍ପନା କିପରି କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯ

ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ଆଣିଲେ ଗୁରୁତର ଅଭିଯୋଗ, କହିଲେ-କେଦାରନାଥରୁ ୨୨୮ କେଜି ସୁନା ଗାୟବ

ମୁମ୍ବାଇ ୧୫।୭: ଦିଲ୍ଲୀରେ ନିର୍ମିତ ହେଉଥିବା କେଦାରନାଥ ମନ୍ଦିରକୁ ନେଇ ଜ୍ୟୋତିର୍ମଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ଗୁରୁତର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ କେଦାରନାଥରେ ସୁନା ଦୁର୍ନୀତି ହୋଇଛି ଓ ଏଠାରୁ ୨୨୮ କେଜି ସୁନା ଉଭାନ ହୋଇଯାଇଛି। ଏହି ପ୍ରସଙ୍ଗ କାହିଁକି ଉଠାଯାଉନି ବୋଲି ସେ ପ୍ରଶ୍ନ କରିଛନ୍ତି। ଏଥିରେ ସେ ଦିଲ୍ଲୀରେ ନିର୍ମିତ ହେଉଥିବା କେଦାରନାଥ ମନ୍ଦିର ନେଇ ମଧ୍ୟ ଟିପ୍ପଣୀ କରିଛନ୍ତି। 


ସେ କହିଛନ୍ତି ଯେ ସେଠାରେ (କେଦାରନାଥ) ଦୁର୍ନୀତି କରିବା ପରେ ଏବେ ଦିଲ୍ଲୀରେ କେଦାରନାଥ ହେବ? ଏବେ ପୁଣି ଆଉ ଏକ ମହାଦୁର୍ନୀତି ହେବ। କେଦାରନାଥ ଧାମରୁ ସୁନା ଗାୟବ ହେବା ନେଇ ମନ୍ଦିର ପୂଜକ ଓ ସେବାୟତା ଅଭିଯୋଗ କରିଆସୁଛନ୍ତି। ତାର ଏପର୍ଯ୍ୟନ୍ତ ଯାଞ୍ଚ ହେଉ ନଥିବା ବେଳେ ଦିଲ୍ଲୀରେ ପୁଣି ଏକ କେଦାର ନାଥର ପରିକଳ୍ପନା କିପରି କରାଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ପ୍ରଶ୍ନ କରିଛନ୍ତି ଯେ କେଦାରନାଥ ସୁନା ଗଡବଡି ପାଇଁ ଦାୟି କିଏ? ଏବେ ଏମାନେ କହୁଛନ୍ତି ଯେ ଦିଲ୍ଲୀରେ କେଦାରନାଥ ନିର୍ମାଣ କରିବେ। ଏହା କେବେବି ସମ୍ଭବ ନୁହେଁ ବୋଲି ସେ ଶଙ୍କରାଚାର୍ଯ୍ୟ କହିଛନ୍ତି।