ଜୟନାରାୟଣଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଲେ ଭାଜପା ରାଜ୍ୟ ସଭାପତି ମନମୋହନ
ଭୁବନେଶ୍ୱର,୩୦।୧୧: ଭାଜପା ନେତା ସମୀର ଦେ’ଙ୍କ ଶୋକସଭାରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଯୋଗଦେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଜୟନାରାୟଣଙ୍କ ବୟାନକୁ ନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦଳରେ ସମସ୍ତଙ୍କୁ ସମାନ ନ୍ୟାୟ ଦିଆଯାଇଥାଏ। କାର୍ଯ୍ୟକର୍ତ୍ତାଙ୍କୁ ଉଚିତ୍ ସମ୍ମାନ ମିଳିଥାଏ। ଦଳରେ କୌଣସି ପାତରଅନ୍ତର କରାଯାଏ ନାହିଁ। ଯାହା ଶୁଣିଛନ୍ତି, ସେମିତି ସେ କିଛି କହି ନାହାନ୍ତି ବୋଲି ସାମଲ କହିଛନ୍ତି। ସମ୍ବଲପୁର ବିଧାୟକ ଜୟ […] The post ଜୟନାରାୟଣଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଲେ ଭାଜପା ରାଜ୍ୟ ସଭାପତି ମନମୋହନ appeared first on Dharitri Odia News.
ଭୁବନେଶ୍ୱର,୩୦।୧୧: ଭାଜପା ନେତା ସମୀର ଦେ’ଙ୍କ ଶୋକସଭାରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଯୋଗଦେଇ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଜୟନାରାୟଣଙ୍କ ବୟାନକୁ ନେଇ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଦଳରେ ସମସ୍ତଙ୍କୁ ସମାନ ନ୍ୟାୟ ଦିଆଯାଇଥାଏ। କାର୍ଯ୍ୟକର୍ତ୍ତାଙ୍କୁ ଉଚିତ୍ ସମ୍ମାନ ମିଳିଥାଏ। ଦଳରେ କୌଣସି ପାତରଅନ୍ତର କରାଯାଏ ନାହିଁ। ଯାହା ଶୁଣିଛନ୍ତି, ସେମିତି ସେ କିଛି କହି ନାହାନ୍ତି ବୋଲି ସାମଲ କହିଛନ୍ତି।
ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ବିସ୍ଫୋରକ ବୟାନ ଦେଇ କହିଥିଲେ, ସେ ଭାଜପାରୁ ସାଇଡ୍ଲାଇନ ହୋଇ ରହିଛନ୍ତି। ଏବିଭିପିରୁ ତଡ଼ା ଖାଇଥିଲି, ଏବେ ଭାଜପାରୁ ମଧ୍ୟ ତଡ଼ା ଖାଉଛି। ସମୀର ଦେଙ୍କ ଜୀବନରେ ଯାହା ଘଟିଥିଲା, ଏବେ ମୋ’ ସହ ଘଟୁଛି। ସମୀରଙ୍କୁ ଦଳ ଯେତିକି ଗୁରୁତ୍ୱ ଦେବା କଥା ଦେଇନାହିଁ। ତାଙ୍କ ବିରୋଧରେ ବାରମ୍ବାର ଲୋକ ଲଗାଯାଇଛି। ମୋ ବିରୋଧରେ ଆଜି ମଧ୍ୟ ଲୋକ ଲଗାଯାଇଛି ବୋଲି ଜୟନାରାୟଣ ବୟାନରେ କହିଛନ୍ତି।
The post ଜୟନାରାୟଣଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଲେ ଭାଜପା ରାଜ୍ୟ ସଭାପତି ମନମୋହନ appeared first on Dharitri Odia News.