ଜୟନ୍ତିଗଡ ନିକଟରେ ଦନ୍ତା ହାତୀକୁ ହତ୍ୟା
ଚମ୍ପୁଆ:ଚମ୍ପୁଆ ଉପଖଣ୍ଡର ଜୟନ୍ତୀଗଡ ନିକଟରେ ଏକ ଦନ୍ତା ହାତୀକୁ ହତ୍ୟା କରି ତାର ଦାନ୍ତ କାଟି ନେଇଥିବା ଜଣାପଡିଛି। ତେବେ ଦନ୍ତା ହାତୀର ଗଳିତ ମୃତ ଦେହ ତିନି ଚାରି ଦିନି ପୂର୍ବର ବୋଲି ପ୍ରତ୍ୟକ୍ଷଦର୍ଶୀ ଅନୁମାନ କରିଛନ୍ତି। ଘଟଣାସ୍ଥଳରେ ଝାଡଖଣ୍ଡ ଚାଇଁବସା ବନଖଣ୍ଡ ଅଧକାରୀ ଓ ଜଗନ୍ନାଥପୁର ରେଞ୍ଜ ଅଧିକାରୀ ପହଞ୍ଚି ଏହାର ତଦନ୍ତ କରୁଥିବା ଜଣାପଡିଛି। କିଛିଦିନ ତଳେ ଏକ ଦନ୍ତା କେନ୍ଦୁଝରର ବିଭିନ୍ନ ଅଞ୍ଚଳରେ ଏକ ଦନ୍ତା ଉତ୍ପାତ କରୁଥିଲା। ଏହି ମୃତଦେହ […]

ଚମ୍ପୁଆ:ଚମ୍ପୁଆ ଉପଖଣ୍ଡର ଜୟନ୍ତୀଗଡ ନିକଟରେ ଏକ ଦନ୍ତା ହାତୀକୁ ହତ୍ୟା କରି ତାର ଦାନ୍ତ କାଟି ନେଇଥିବା ଜଣାପଡିଛି। ତେବେ ଦନ୍ତା ହାତୀର ଗଳିତ ମୃତ ଦେହ ତିନି ଚାରି ଦିନି ପୂର୍ବର ବୋଲି ପ୍ରତ୍ୟକ୍ଷଦର୍ଶୀ ଅନୁମାନ କରିଛନ୍ତି। ଘଟଣାସ୍ଥଳରେ ଝାଡଖଣ୍ଡ ଚାଇଁବସା ବନଖଣ୍ଡ ଅଧକାରୀ ଓ ଜଗନ୍ନାଥପୁର ରେଞ୍ଜ ଅଧିକାରୀ ପହଞ୍ଚି ଏହାର ତଦନ୍ତ କରୁଥିବା ଜଣାପଡିଛି। କିଛିଦିନ ତଳେ ଏକ ଦନ୍ତା କେନ୍ଦୁଝରର ବିଭିନ୍ନ ଅଞ୍ଚଳରେ ଏକ ଦନ୍ତା ଉତ୍ପାତ କରୁଥିଲା। ଏହି ମୃତଦେହ ସେହି ଦନ୍ତା ହାତୀର କିମ୍ବା ଝାଡଖଣ୍ଡର ଦନ୍ତା ତାହା ଜଣାପଡିନାହିଁ। ଏ ସମ୍ପର୍କରେ ତଦନ୍ତ ଜାରି ରହିଛି।