ଜୟପୁର କଲେଜ ଅଫ୍ ନର୍ସିଂ ପକ୍ଷରୁ ଶପଥ ଗ୍ରହଣ ଏବଂ ନର୍ସ କେପିଂ ସମାବେଶ…

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ ଶିକ୍ଷାର ବିକାଶ ନିମନ୍ତେ ନ୍ୟୁ ଜେନେରେସନ ଗ୍ରୁପ ନାମକ ଟ୍ରଷ୍ଟ ୧୯୯୮ ରେ ନବରଙ୍ଗପୁର ଠାରେ ବିଘ୍ନେଶ୍ୱର ଶତପଥିଙ୍କ ଦ୍ଵାରା ଆରମ୍ଭ ହୋଇଥିଲା । ଶ୍ରୀ ଶତପଥିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସୁପୁତ୍ର ସୁକାନ୍ତ ଶତପଥି ୨୦୨୦ ମସିହାରେ ନବରଙ୍ଗପୁର କଲେଜ ଅଫ ନର୍ସିଂକୁ ଆରମ୍ଭ କରିଥିଲେ । ଗତ ୧୧ ତାରିଖ ଦିନ ନବରଙ୍ଗପୁର କଲେକ୍ଟର ଅଫିସ ନିକଟସ୍ଥ ବିଘ୍ନେଶ୍ୱର ବିହାର ଠାରେ ଶପଥ ଗ୍ରହଣ ଏବଂ […] The post ଜୟପୁର କଲେଜ ଅଫ୍ ନର୍ସିଂ ପକ୍ଷରୁ ଶପଥ ଗ୍ରହଣ ଏବଂ ନର୍ସ କେପିଂ ସମାବେଶ… first appeared on Kanak News.

ଜୟପୁର କଲେଜ ଅଫ୍ ନର୍ସିଂ ପକ୍ଷରୁ ଶପଥ ଗ୍ରହଣ ଏବଂ ନର୍ସ କେପିଂ ସମାବେଶ…

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲାରେ ଶିକ୍ଷାର ବିକାଶ ନିମନ୍ତେ ନ୍ୟୁ ଜେନେରେସନ ଗ୍ରୁପ ନାମକ ଟ୍ରଷ୍ଟ ୧୯୯୮ ରେ ନବରଙ୍ଗପୁର ଠାରେ ବିଘ୍ନେଶ୍ୱର ଶତପଥିଙ୍କ ଦ୍ଵାରା ଆରମ୍ଭ ହୋଇଥିଲା । ଶ୍ରୀ ଶତପଥିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କ ସୁପୁତ୍ର ସୁକାନ୍ତ ଶତପଥି ୨୦୨୦ ମସିହାରେ ନବରଙ୍ଗପୁର କଲେଜ ଅଫ ନର୍ସିଂକୁ ଆରମ୍ଭ କରିଥିଲେ । ଗତ ୧୧ ତାରିଖ ଦିନ ନବରଙ୍ଗପୁର କଲେକ୍ଟର ଅଫିସ ନିକଟସ୍ଥ ବିଘ୍ନେଶ୍ୱର ବିହାର ଠାରେ ଶପଥ ଗ୍ରହଣ ଏବଂ କେପିଂ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସବିତା ଦାସ ଏବଂ ଷ୍ଟାଫ୍ ନର୍ସ ବେଦମତୀ ଅତିଥି ଭାବେ ଯୋଗ ଦେଇ ବିଧିବଦ୍ଧ ଭାବେ ଏହି ସମାବେଶକୁ ପାଳନ କରିଥିଲେ।

ଅନୁଷ୍ଠାନର ପ୍ରିନ୍ସିପାଲ୍ ଅନିତା ବ୍ରହ୍ମା, ବେଦମତି, ନିର୍ମଳ ପଟ୍ଟନାୟକ, ସୁନେମିଆ ଭତ୍ରା, ବିନୀତା କ୍ରିପଞ୍ଜଳୀ ପ୍ରମୁଖ ମଞ୍ଚାସୀନ ଥିଲେ ଏବଂ ଫ୍ଲୋରେନ୍ସ ନାଇଟ ଏଞ୍ଜେଲଙ୍କ ପଟ୍ଟଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ଵଳନକରି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଉକ୍ତ ଦିନର ସାନ୍ଧ୍ୟକଳୀନ ଅଧିବେଶନରେ ଜିଲ୍ଲା ଚିକିତ୍ସାଳୟର ଡି ପି ଏଚ ଓ ଡ. ଏନ୍ କେ ବେହେରା, ଡ. ଟି ପଲ୍ଲବୀ, ଚନ୍ଦ୍ର ଶେଖର ବେହେରା, ଡ. ଶଙ୍କର ଲାଲ ଜୈନ୍ ଙ୍କ ଦ୍ଵାରା ସଂକ୍ରମିତ ଯୌନ ରୋଗ ସମ୍ପର୍କିତ ଏକ ସେମିନାରର ଆୟୋଜନ କରାଯାଇଥିଲା । ସେହିପରି ଗତ ୧୨ ତାରିଖ ଦିନ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ମଳୟ ତ୍ରିପାଠୀ, ଜିଲ୍ଲା ଉପ ମୁଖ୍ୟ ଚିକିତ୍ସାଧିକାରୀ ସୁକାନ୍ତ ଚନ୍ଦ୍ର ଶତପଥୀ । ନବରଙ୍ଗପୁର କଲେଜ ଅଫ ନର୍ସିଂର ସଭାପତି ସୁକାନ୍ତ ଶତପଥି, ଅନୁଷ୍ଠାନର ପ୍ରିନ୍ସିପାଲ୍, ଜ୍ୟୋତ୍ସ୍ନା ମଞ୍ଜରୀ ମିଶ୍ର , ଶିବ କୁମାର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହି ପିଲାଙ୍କୁ ଉତ୍ତମ ମାନବ ସେବା ଯୋଗାଇବା ନିମନ୍ତେ ପରାମର୍ଶ ଦେଇଥିଲେ ।

The post ଜୟପୁର କଲେଜ ଅଫ୍ ନର୍ସିଂ ପକ୍ଷରୁ ଶପଥ ଗ୍ରହଣ ଏବଂ ନର୍ସ କେପିଂ ସମାବେଶ… first appeared on Kanak News.