ଜୟପୁରରୁ ଜିତିଲେ ବିଜେପି ପ୍ରାର୍ଥୀ ମଞ୍ଜୁ ଶର୍ମା

୩ ଲକ୍ଷ ୩୧ ହଜାର ୭୬୭ ଭୋଟ୍‌ରେ ସେ କଂଗ୍ରେସ ପ୍ରାର୍ଥୀ ଖାଚରିୟାବାସଙ୍କୁ ହରାଇଛନ୍ତି।

ଜୟପୁରରୁ ଜିତିଲେ ବିଜେପି ପ୍ରାର୍ଥୀ ମଞ୍ଜୁ ଶର୍ମା

ରାଜସ୍ଥାନର ଜୟପୁର ଲୋକସଭା ଆସନ ଦଖଲ କଲା ବିଜେପି। ଏଠାରେ ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀ ମଞ୍ଜୁ ଶର୍ମା ବଡ଼ ବିଜୟ ହାସଲ କରିଛନ୍ତି। ସେ କଂଗ୍ରେସ ପ୍ରାର୍ଥୀ ଖାଚରିୟାବାସଙ୍କୁ ବଡ଼ ମାର୍ଜିନ୍‌ରେ ହରାଇଛନ୍ତି।

ମଞ୍ଜୁଙ୍କ ସପକ୍ଷରେ ୮ ଲକ୍ଷ ୮୬ ହଜାର ୮୫୦ ଭୋଟ୍‌ ପଡିଛି। ସେ କଂଗ୍ରେସ ପ୍ରାର୍ଥୀ ଖାଚରିୟାବାସଙ୍କୁ ପ୍ରାୟ ୩ ଲକ୍ଷ ୩୧ ହଜାର ୭୬୭ ଭୋଟ୍‌ରେ ହରାଇଥିବା ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।