ଜୟସ୍ଵାଲ-ସୂର୍ଯ୍ୟ-ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ, ଶ୍ରୀଲଙ୍କାକୁ ହରାଇ ସିରିଜ ଜିତିଲା ଭାରତ

ପାଲ୍ଲିକଲ: ବୋଲରଙ୍କ ଶାଣିତ ବୋଲିଂ ପରେ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏଠାରେ ଖେଳା ଯାଇଥିବା ବର୍ଷା ବାଧାପ୍ରାପ୍ତ ୨ୟ ଟି-୨୦ ମ୍ୟାଚ୍‌ରେ ଭାରତ ଘରୋଇ ଶ୍ରୀଲଙ୍କାକୁ ଡକ ଓ୍ଵର୍ଥ ଲୁଇସ ନିୟମ ହିସାବରେ ୭ ଓ୍ଵିକେଟ୍‌  ହରାଇଛି। ଏଥିସହ ଭାରତ ୨-୦ରେ ଅଗ୍ରଣୀ ରହି ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଜିତି ନେଇଛି। ପ୍ରଥମେ ବ୍ୟାଟିଂ  କରିଥିବା ଶ୍ରୀଲଙ୍କା ୯ ଓ୍ଵିକେଟ୍ ହରାଇ ୧୬୧ ରନ କରିଥିଲା। ଜବାବରେ ଭାରତ ୬.୩ ଓଭରରେ ୩ ଓ୍ଵିକେଟ୍ ହରାଇ ସହଜରେ ଲକ୍ଷ୍ୟ ହାସଲ କରି ନେଇଛି।ପ୍ରଥମେ ବ୍ୟାଟିଂ  କରିଥିବା ଶ୍ରୀଲଙ୍କା ୯ ଓ୍ଵିକେଟ୍ ହରାଇ ୧୬୧ ରନ କରିଥିଲା। ଦଳ ପକ୍ଷରୁ କୁଶଲ ପେରେରା ସର୍ବାଧିକ ୫୩ ରନ ଓ ପଥୁମ ନିଶଙ୍କା ୩୨ ରନ କରିଥିଲେ। ଭାରତ ଆଗରେ ୧୬୨ ରନ ବିଜୟ ଲକ୍ଷ୍ୟ ରହିଥିଲା। କିନ୍ତୁ ବର୍ଷା  ହେବାରୁ ଖେଳ ବାଧାପ୍ରାପ୍ତ ହୋଇଥିଲା। ଆଉ ଡକଓ୍ଵର୍ଥ ଲୁଇସ ନିୟମ ଅନୁସାରେ ଭାରତକୁ ୮ ଓଭରରେ ୭୮ ରନ ବିଜୟ ଲକ୍ଷ୍ୟ ମିଳିଥିଲା। ଭାରତ ୬.୩ ଓଭରରେ ୩ ଓ୍ଵିକେଟ୍ ହରାଇ ସହଜରେ ଲକ୍ଷ୍ୟ ହାସଲ କରି ନେଇଛି। ଯଶ୍ଵସ୍ଵୀ  ଜୟସ୍ଵାଲ ଅପରାଜିତ ୧୫ ବଲରୁ ୩୦ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୯ ବଲରୁ ୨୨ ରନ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୨ ବଲରୁ ୨୬ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ଭାରତ ୧୨ ରନ ସ୍କୋରରେ ସଞ୍ଜୁ ସାମସନଙ୍କ ଓ୍ଵିକେଟ୍ ହରାଇଥିଲା। ସାମସନ ଖାତା ଖୋଲି ପାରି ନ ଥିଲେ। ଏ

ଜୟସ୍ଵାଲ-ସୂର୍ଯ୍ୟ-ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ, ଶ୍ରୀଲଙ୍କାକୁ ହରାଇ ସିରିଜ ଜିତିଲା ଭାରତ

ପାଲ୍ଲିକଲ: ବୋଲରଙ୍କ ଶାଣିତ ବୋଲିଂ ପରେ ବ୍ୟାଟରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଏଠାରେ ଖେଳା ଯାଇଥିବା ବର୍ଷା ବାଧାପ୍ରାପ୍ତ ୨ୟ ଟି-୨୦ ମ୍ୟାଚ୍‌ରେ ଭାରତ ଘରୋଇ ଶ୍ରୀଲଙ୍କାକୁ ଡକ ଓ୍ଵର୍ଥ ଲୁଇସ ନିୟମ ହିସାବରେ ୭ ଓ୍ଵିକେଟ୍‌  ହରାଇଛି। ଏଥିସହ ଭାରତ ୨-୦ରେ ଅଗ୍ରଣୀ ରହି ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳା ଜିତି ନେଇଛି। ପ୍ରଥମେ ବ୍ୟାଟିଂ  କରିଥିବା ଶ୍ରୀଲଙ୍କା ୯ ଓ୍ଵିକେଟ୍ ହରାଇ ୧୬୧ ରନ କରିଥିଲା। ଜବାବରେ ଭାରତ ୬.୩ ଓଭରରେ ୩ ଓ୍ଵିକେଟ୍ ହରାଇ ସହଜରେ ଲକ୍ଷ୍ୟ ହାସଲ କରି ନେଇଛି।

ପ୍ରଥମେ ବ୍ୟାଟିଂ  କରିଥିବା ଶ୍ରୀଲଙ୍କା ୯ ଓ୍ଵିକେଟ୍ ହରାଇ ୧୬୧ ରନ କରିଥିଲା। ଦଳ ପକ୍ଷରୁ କୁଶଲ ପେରେରା ସର୍ବାଧିକ ୫୩ ରନ ଓ ପଥୁମ ନିଶଙ୍କା ୩୨ ରନ କରିଥିଲେ। ଭାରତ ଆଗରେ ୧୬୨ ରନ ବିଜୟ ଲକ୍ଷ୍ୟ ରହିଥିଲା। କିନ୍ତୁ ବର୍ଷା  ହେବାରୁ ଖେଳ ବାଧାପ୍ରାପ୍ତ ହୋଇଥିଲା। ଆଉ ଡକଓ୍ଵର୍ଥ ଲୁଇସ ନିୟମ ଅନୁସାରେ ଭାରତକୁ ୮ ଓଭରରେ ୭୮ ରନ ବିଜୟ ଲକ୍ଷ୍ୟ ମିଳିଥିଲା। ଭାରତ ୬.୩ ଓଭରରେ ୩ ଓ୍ଵିକେଟ୍ ହରାଇ ସହଜରେ ଲକ୍ଷ୍ୟ ହାସଲ କରି ନେଇଛି। ଯଶ୍ଵସ୍ଵୀ  ଜୟସ୍ଵାଲ ଅପରାଜିତ ୧୫ ବଲରୁ ୩୦ ରନ କରିଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୯ ବଲରୁ ୨୨ ରନ କରିଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୨ ବଲରୁ ୨୬ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। 

ଭାରତ ୧୨ ରନ ସ୍କୋରରେ ସଞ୍ଜୁ ସାମସନଙ୍କ ଓ୍ଵିକେଟ୍ ହରାଇଥିଲା। ସାମସନ ଖାତା ଖୋଲି ପାରି ନ ଥିଲେ। ଏହା ପରେ ଜୟସ୍ଵାଲ ଓ ଅଧିନାୟକ ସୂର୍ଯ୍ୟ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୪.୧ ଓଭରରେ ଭାରତ ୫୦ ରନ ପୂରଣ କରିଥିଲା। ସୂର୍ଯ୍ୟକୁମାର ଯାଦବ ୧୨ ବଲରୁ ୨୬ ରନ କରି ଆଉଟ୍ ହୋଇଥିଲେ।  ଏହା ପରେ ଜୟସ୍ଵାଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ବିଜୟ ଔପଚାରିକତା ପୂରଣ କରିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୯ ବଲରୁ ୨୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ବୋଲିଂରେ ରବି ବିଷ୍ଣୋଇ ସର୍ବାଧିକ ୩ଟି ଓ୍ଵିକେଟ୍ ନେଇଥିବା ବେଳେ ଅର୍ଶଦୀପ ସିଂ ଓ ଅକ୍ଷର ପଟେଲ୍ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।