ଝାଡଖଣ୍ଡରୁ ଜବତ ହେଲା ୫ ସିମ୍ ବକ୍ସ, ୬ ମାସ ତଳେ ହୋଇଥିଲା ଇନ୍ଷ୍ଟଲ୍
ଭୁବନେଶ୍ୱର ୨୦।୦୮ : ଭୁବନେଶ୍ୱର ଏବଂ କଟକ ପରେ ଝାଡଖଣ୍ଡରୁ ଜବତ ହେଲା ସିମ୍ ବକ୍ସ । ଝାଡଖଣ୍ଡ ମୌଲାନା ଆଜାଦ କଲୋନୀରୁ ଜବତ ହୋଇଛି ସିମ୍ ବକ୍ସ । ବର୍ତ୍ତମାନ ସୁଦ୍ଧା ଝାଡଖଣ୍ଡରୁ ୫ଟି ସିମ୍ ବକ୍ସ ଜବତ ହୋଇଛି । ଯାହାକି ୬ ମାସ ତଳେ ଇନ୍ଷ୍ଟଲ କରିଥିଲା ରାଜୁ ମଣ୍ଡଳ। ଏହା ଦ୍ୱାରା ପ୍ରାୟ ୧ ହଜାରରୁ ଅଧିକ ସିମ୍ ଆକ୍ଟିଭେଟ୍ କରାଯାଇଛି ।ଖବର ଅନୁଯାୟୀ, କିଛି ଦିନ ତଳେ ରାଜଧାନୀରୁ ରାଜୁ ମଣ୍ଡଳ ନାମକ ଜଣଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ରାଜୁ ନିକଟରୁ ଏକ ସିମ୍ ବକ୍ସ ମିଳିଥିଲା । ଏହାପରେ ତଦନ୍ତ ଆଧାରରେ କଟକରେ ମଧ୍ୟ ରେଡ୍ କରିଥିଲା ପୋଲିସ । ଯେଉଁ ରେଡ୍ରେ ପୋଲିସକୁ ଆଉ ୫ଟି ସିମ୍ ବକ୍ସ ମିଳିଥିଲା । ରାଜୁକୁ ଜେରା କରିବା ପରେ ଝାଡଖଣ୍ଡ ଅଭିମୁଖେ ବାହାରିଛି କମିଶନରେଟ୍ ପୋଲିସ । ଅନ୍ୟପଟେ ଅଧିକ ତଦନ୍ତ ପାଇଁ କମିଶନରେଟ୍ ପୋଲିସ ଆଇବି ଏବଂ ଏନ୍ଆଇଏର ସହଯୋଗ ଲୋଡାଯାଇଥିଲା । ଏହିକ୍ରମରେ ଏନ୍ଆଇଏର ଦୁଇ ଜଣିଆ ଟିମ୍ ଭୁବନେଶ୍ୱରରେ ଆସି ପହଞ୍ଚିଥିବା ସୂଚନା ମିଳିଛି । ଏହି ସିମ୍ ବକ୍ସ ଜବତ ଘଟଣାରେ ଅଧିକ ଛାନ୍ଭିନ୍ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ।
ଭୁବନେଶ୍ୱର ୨୦।୦୮ : ଭୁବନେଶ୍ୱର ଏବଂ କଟକ ପରେ ଝାଡଖଣ୍ଡରୁ ଜବତ ହେଲା ସିମ୍ ବକ୍ସ । ଝାଡଖଣ୍ଡ ମୌଲାନା ଆଜାଦ କଲୋନୀରୁ ଜବତ ହୋଇଛି ସିମ୍ ବକ୍ସ । ବର୍ତ୍ତମାନ ସୁଦ୍ଧା ଝାଡଖଣ୍ଡରୁ ୫ଟି ସିମ୍ ବକ୍ସ ଜବତ ହୋଇଛି । ଯାହାକି ୬ ମାସ ତଳେ ଇନ୍ଷ୍ଟଲ କରିଥିଲା ରାଜୁ ମଣ୍ଡଳ। ଏହା ଦ୍ୱାରା ପ୍ରାୟ ୧ ହଜାରରୁ ଅଧିକ ସିମ୍ ଆକ୍ଟିଭେଟ୍ କରାଯାଇଛି ।
ଖବର ଅନୁଯାୟୀ, କିଛି ଦିନ ତଳେ ରାଜଧାନୀରୁ ରାଜୁ ମଣ୍ଡଳ ନାମକ ଜଣଙ୍କୁ ଗିରଫ କରିଥିଲା କମିଶନରେଟ୍ ପୋଲିସ । ରାଜୁ ନିକଟରୁ ଏକ ସିମ୍ ବକ୍ସ ମିଳିଥିଲା । ଏହାପରେ ତଦନ୍ତ ଆଧାରରେ କଟକରେ ମଧ୍ୟ ରେଡ୍ କରିଥିଲା ପୋଲିସ । ଯେଉଁ ରେଡ୍ରେ ପୋଲିସକୁ ଆଉ ୫ଟି ସିମ୍ ବକ୍ସ ମିଳିଥିଲା । ରାଜୁକୁ ଜେରା କରିବା ପରେ ଝାଡଖଣ୍ଡ ଅଭିମୁଖେ ବାହାରିଛି କମିଶନରେଟ୍ ପୋଲିସ ।
ଅନ୍ୟପଟେ ଅଧିକ ତଦନ୍ତ ପାଇଁ କମିଶନରେଟ୍ ପୋଲିସ ଆଇବି ଏବଂ ଏନ୍ଆଇଏର ସହଯୋଗ ଲୋଡାଯାଇଥିଲା । ଏହିକ୍ରମରେ ଏନ୍ଆଇଏର ଦୁଇ ଜଣିଆ ଟିମ୍ ଭୁବନେଶ୍ୱରରେ ଆସି ପହଞ୍ଚିଥିବା ସୂଚନା ମିଳିଛି । ଏହି ସିମ୍ ବକ୍ସ ଜବତ ଘଟଣାରେ ଅଧିକ ଛାନ୍ଭିନ୍ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ।