ଝାଡଖଣ୍ଡୀ ହାତୀପଲଙ୍କ ଉପଦ୍ରବ, ଘର ଭାଙ୍ଗିବା ସହ ବ୍ୟାପକ ସମ୍ପତ୍ତି ନଷ୍ଟ
ନୀଳଗିରି ୦୨।୦୬ : ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ । ବାଲେଶ୍ୱର ଜିଲ୍ଲା ନୀଳିଗିରି ଅଞ୍ଚଳରେ ୪୬ଟି ଝାଡଖଣ୍ଡୀ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ମୟୁରଭଞ୍ଜ ଆଡୁକୁ ହାତୀପଲ ଫେରି ଯାଉଥିବା ବେଳେ ପୁଣି ୟୁଟଣ୍ଣ ମାରିଥିଲେ। ମଧ୍ୟରାତ୍ରରେ ଜଡିବାଲି କୁଡୁମ୍ବୀପାଳ ଗାଁରେ ମଧ୍ୟ ରାତ୍ରରେ ଝାଡଖଣ୍ଡ ହାତୀ ବ୍ୟାପକ ଉପଦ୍ରଵ କରିଥିଲେ। କାର୍ତ୍ତିକ ଚନ୍ଦ୍ର ସିଂ ଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଦେଇଥିବା ବେଳେ ଧାନ ଚାଉଳ ,ଆସବାପତ୍ର ଭାଙ୍ଗି ନଷ୍ଟ କରିଦେଇଥିଲେ। ପରିବାର ଲୋକେ ହାତୀ ଭୟରେ ଦୌଡ଼ି ପଳାଇ ଯିବାରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ଅସହାୟ ପରିବାର ବାହାରେ ବସି ରହିଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି।
ନୀଳଗିରି ୦୨।୦୬ : ଝାଡଖଣ୍ଡୀ ହାତୀଙ୍କ ଉପଦ୍ରବ । ବାଲେଶ୍ୱର ଜିଲ୍ଲା ନୀଳିଗିରି ଅଞ୍ଚଳରେ ୪୬ଟି ଝାଡଖଣ୍ଡୀ ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି ।
ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ମୟୁରଭଞ୍ଜ ଆଡୁକୁ ହାତୀପଲ ଫେରି ଯାଉଥିବା ବେଳେ ପୁଣି ୟୁଟଣ୍ଣ ମାରିଥିଲେ। ମଧ୍ୟରାତ୍ରରେ ଜଡିବାଲି କୁଡୁମ୍ବୀପାଳ ଗାଁରେ ମଧ୍ୟ ରାତ୍ରରେ ଝାଡଖଣ୍ଡ ହାତୀ ବ୍ୟାପକ ଉପଦ୍ରଵ କରିଥିଲେ। କାର୍ତ୍ତିକ ଚନ୍ଦ୍ର ସିଂ ଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିଦେଇଥିବା ବେଳେ ଧାନ ଚାଉଳ ,ଆସବାପତ୍ର ଭାଙ୍ଗି ନଷ୍ଟ କରିଦେଇଥିଲେ। ପରିବାର ଲୋକେ ହାତୀ ଭୟରେ ଦୌଡ଼ି ପଳାଇ ଯିବାରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ଅସହାୟ ପରିବାର ବାହାରେ ବସି ରହିଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି।