ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ ଓ କଳା ବାଘ
ବନ ବିଭାଗ କ୍ୟାମେରାରେ ଟ୍ରାପ୍ ହୋଇଛି ଏହି ବିରଳ ଦୃଶ୍ୟ।
ଜଙ୍ଗଲରେ ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ ଓ କଳା ବାଘ। ଶିମିଳିପାଳ ଅଭୟାରଣ୍ୟରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି। ବନ ବିଭାଗ କ୍ୟାମେରାରେ ଟ୍ରାପ୍ ହୋଇଛି ଏହି ବିରଳ ଦୃଶ୍ୟ। ସୋଶାଲ ମିଡିଆ ପ୍ଲାଟଫର୍ମ ‘X’ରେ ଏନେଇ ସୂଚନା ଦେଇଛନ୍ତି PCCF ସୁଶାନ୍ତ ନନ୍ଦ। ଏହା ସହ ୨ବାଘଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି।
ଫଟୋରେ ଦେଖିବାକୁ ମିଳିଛି ଯେ ମହାବଳ ସହ ଗୋଟିଏ କଳାବାଘ ଜଙ୍ଗଲରେ ବୁଲୁଛି।
PCCF ନିଜ ପୋଷ୍ଟରେ ଲେଖିଛନ୍ତି, ଗୋଟେ ସାଧାରଣ ବାଘ ସହିତ ଏକ ମେଲାନିଷ୍ଟିକ ବାଘ ଏକା ସହିତ କାନ୍ଧକୁ କାନ୍ଧ ମିଶାଇ ଶିମିଳିପାଳରେ ବୁଲୁଥିବା ଦେଖିବାକୁ ମିଳିଛି।
#ସାଙ୍ଗ_ହୋଇ_ବୁଲୁଛନ୍ତି_ମହାବଳ_ଓ_କଳା_ବାଘ
ସାଙ୍ଗ ହୋଇ ବୁଲୁଛନ୍ତି ମହାବଳ ଓ କଳା ବାଘ। ଶିମିଳିପାଳ ଅଭୟାରଣ୍ୟରେ ଏମିତି ଦୃଶ୍ୟ ସାମନାକୁ ଆସିଛି। ଏନେଇ ସୋଶାଲ ମିଡିଆରେ ସୂଚନା ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ। #Odisha #Tiger #PCCF #Shimilipal pic.twitter.com/f9A6t4z9M8— Odisha Reporter (@OdishaReporter) May 24, 2024