‘ଭଲ କପଡ଼ା ପିନ୍ଧ, ନଚେତ ମୁହଁକୁ ଏସିଡ ଫୋପାଡ଼ିବି’, ଏପରି ଧମକ ଦେବା ମହଙ୍ଗା ପଡ଼ିଲା

‘ଭଲ କପଡ଼ା ପିନ୍ଧ, ନଚେତ ତୁମ ମୁହଁକୁ ଏସିଡ ଫୋପାଡ଼ିବି ।’ ସୋଶାଲ ମିଡିଆରେ ଜଣେ ମହିଳାଙ୍କୁ ଏପରି ଧମକ ଦେବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି।

‘ଭଲ କପଡ଼ା ପିନ୍ଧ, ନଚେତ ମୁହଁକୁ ଏସିଡ ଫୋପାଡ଼ିବି’, ଏପରି ଧମକ ଦେବା ମହଙ୍ଗା ପଡ଼ିଲା

‘ଭଲ କପଡ଼ା ପିନ୍ଧ, ନଚେତ ତୁମ ମୁହଁକୁ ଏସିଡ ଫୋପାଡ଼ିବି ।’ ସୋଶାଲ ମିଡିଆରେ ଜଣେ ମହିଳାଙ୍କୁ ଏପରି ଧମକ ଦେବା ଜଣେ ଯୁବକଙ୍କୁ ମହଙ୍ଗା ପଡ଼ିଛି। ତୁରନ୍ତ ସମ୍ପୃକ୍ତ ଯୁବକଙ୍କୁ ଚାକିରିରୁ ବାହାର କରାଯାଇଥିବା ବେଳେ ତାଙ୍କ ବିରୋଧରେ ରୁଜୁ ହୋଇଛି ମାମଲା। ଏପରି ଏକ ଅଭାବନୀୟ ଘଟଣା କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁରେ ଘଟିଛି।

ଏପରି ଘଟଣା ଘଟାଇଥିବା ଯୁବକଙ୍କ ନାମ ନିକିତ ସେଟ୍ଟି ଓ ସେ ବେଙ୍ଗାଲୁରୁରେ ଏକ କମ୍ପାନୀରେ କାମ କରୁଥିବା ଜଣାପଡ଼ିଛି। ସମ୍ପୃକ୍ତ ମହିଳାଙ୍କ କପଡ଼ା ନିକିତଙ୍କର ପସନ୍ଦ ନ ଆସିବାରୁ ସେ ତାଙ୍କୁ ସୋଶାଲ ମିଡିଆରେ ଏପରି ଧମକ ଦେଇଥିଲେ। ଏପରିକି କର୍ଣ୍ଣାଟକାରେ ରହିବାକୁ ହେଲେ ଠିକ୍‌ଠାକ କପଡ଼ା ପିନ୍ଧ, ନଚେତ ତୁମ ମୁହଁକୁ ଏସିଡି ଫିଙ୍ଗିବି ବୋଲି ସେ ଉଲ୍ଲେଖ କରିଥିଲେ ।

ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଏହାର ଏକ ସ୍କ୍ରିନ୍‌ଶଟ୍‌ ନିଜ ଇନଷ୍ଟା ଆକାଉଣ୍ଟରେ ପୋଷ୍ଟ କରି କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଡିଜିପିଙ୍କୁ ଟ୍ୟାଗ କରିଥିଲେ। ମୋ’ ପତ୍ନୀଙ୍କ ଡ୍ରେସିଂ ସେନ୍ସ ହେତୁ ଯେଉଁ ବ୍ୟକ୍ତି ତାଙ୍କ ଉପରକୁ ଏସିଡ ପକାଇବାକୁ ଧମକ ଦେଇ ପାରୁଛନ୍ତି, ସେପରି ବ୍ୟକ୍ତି କେତେବେଳେ କିଛି ବି କରିପାରିବେ। ତେଣୁ ତୁରନ୍ତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏଥିସହ ସେ ଯେଉଁ କମ୍ପାନୀରେ କାମ କରୁଛନ୍ତି, ସେଠାକାର ମହିଳାମାନେ ସୁରକ୍ଷିତ ବୋଲି ମୁଁ ଭାବିପାରୁନି ବୋଲି ସେ ଲେଖିଥିଲେ। 

ପରେ ଏହି ମାମଲାର ଅପଡେଟ ଶେଆର କରି ମହିଳାଙ୍କ ସ୍ୱାମୀ ଲେଖିଥିଲେ ଯେ, ଉକ୍ତ ଯୁବକଙ୍କୁ କମ୍ପାନୀ ତରଫରୁ ଚାକିରିରୁ ବାହାର କରି ଦିଆଯାଇଛି। ଏଥିସହ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଏନେଇ କମ୍ପାନୀ ପକ୍ଷରୁ ଏକ ପୋଷ୍ଟରେ ନିଜ କର୍ମଚାରୀଙ୍କ ଏପରି ବ୍ୟବହାର ଯୋଗୁ ଖୁବ୍‌ ଦୁଃଖ ପ୍ରକାଶ କରାଯାଇଥିଲା। ଏପରି ଘଟଣା ଅତ୍ୟନ୍ତ ଅଶୋନଭୀୟ ଓ ଅଗ୍ରହଣୀୟ । କୌଣସି ପ୍ରକାର ଉତ୍ପୀଡ଼ନ, ଧମକ ତଥା ଶୋଷଣ ମାମଲାକୁ ଆମେ କେବେ ବି ବରଦାସ୍ତ କରିବୁ ନାହିଁ । ତେଣୁ କମ୍ପାନୀ ପରିସରକୁ ସୁରକ୍ଷିତ କାର୍ଯ୍ୟସ୍ଥଳରେ ପରିଣତ କରିବାକୁ ତୁରନ୍ତ ନିକିତଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିବା କୁହାଯାଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି