ଝାଡ଼ଖଣ୍ଡ ପାଇଁ ଇଣ୍ଡିଆ ମେଣ୍ଟର ଆସନ ବୁଝାମଣା, ଜେଏମଏମ ଓ କଂଗ୍ରେସ ୮୧ଟି ଆସନରୁ ୭୦ଟିରେ ଲଢ଼ିବେ
ରାଞ୍ଚି: ଆସନ୍ତା ବିଧାନସଭା ନିର୍ବାଚନକୁ ନେଇ ଝାଡ଼ଖଣ୍ଡ ରାଜନୀତି ସରଗରମ ହେବାରେ ଲାଗିଛି। ବିଜେପିକୁ ଚେକ୍ ଦେବାକୁ ଏକାଠି ହୋଇଛନ୍ତି ଜେଏମଏମ ଏବଂ କଂଗ୍ରେସ । ନିର୍ବାଚନ ପାଇଁ ଉଭୟ ଦଳ ମଧ୍ୟରେ ହୋଇଛି ଆସନ ବୁଝାମଣା । ଝାଡ଼ଖଣ୍ଡରେ ଏବେ ଜେଏମଏମ ଓ କଂଗ୍ରେସ କ୍ଷମତାରେ ରହିଛନ୍ତି। ଦୁଇ ଦଳ ଆସନ୍ତା ନିର୍ବାଚନରେ ରାଜ୍ୟର ୮୧ଟି ଆସନରୁ ୭୦ଟିରେ ଲଢ଼ିବେ। ବାକି ୧୧ଟି ଆସନ ଦୁଇ ଦଳ ସହଯୋଗୀ ଆରଜେଡି ଓ ବାମ ଦଳ ପାଇଁ […]

ରାଞ୍ଚି: ଆସନ୍ତା ବିଧାନସଭା ନିର୍ବାଚନକୁ ନେଇ ଝାଡ଼ଖଣ୍ଡ ରାଜନୀତି ସରଗରମ ହେବାରେ ଲାଗିଛି। ବିଜେପିକୁ ଚେକ୍ ଦେବାକୁ ଏକାଠି ହୋଇଛନ୍ତି ଜେଏମଏମ ଏବଂ କଂଗ୍ରେସ । ନିର୍ବାଚନ ପାଇଁ ଉଭୟ ଦଳ ମଧ୍ୟରେ ହୋଇଛି ଆସନ ବୁଝାମଣା । ଝାଡ଼ଖଣ୍ଡରେ ଏବେ ଜେଏମଏମ ଓ କଂଗ୍ରେସ କ୍ଷମତାରେ ରହିଛନ୍ତି। ଦୁଇ ଦଳ ଆସନ୍ତା ନିର୍ବାଚନରେ ରାଜ୍ୟର ୮୧ଟି ଆସନରୁ ୭୦ଟିରେ ଲଢ଼ିବେ। ବାକି ୧୧ଟି ଆସନ ଦୁଇ ଦଳ ସହଯୋଗୀ ଆରଜେଡି ଓ ବାମ ଦଳ ପାଇଁ ଛାଡ଼ିଛନ୍ତି।
କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆସନ ବୁଝାମଣା ନେଇ ରାଞ୍ଚିରେ ପହଞ୍ଚିବା ପରେ ଏହା ସ୍ଥିର ହୋଇଛି। ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏ ସମ୍ପର୍କରେ ଘୋଷଣା କରିବା ସହ କହିଛନ୍ତି ଡ଼ଖଣ୍ଡରେ ମୋଟ ୮୧ ଆସନ ରହିଛି । ଏଥିରୁ ୭୦ ଆସନରେ ଉଭୟ ଜେଏମଏମ ଓ କଂଗ୍ରେସ ଏକାଠି ଲଢ଼ିବେ । ସେହିପରି ବାକି ୧୧ ଆସନ ସହଯୋଗୀ ଆଣଜେଡି ଓ ବାମଦଳଙ୍କୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ହେମନ୍ତ ସୋରେନ କହିଛନ୍ତି, “ଆମେ ମେଣ୍ଟରେ ଥିବା ସହଯୋଗୀଙ୍କ ସହ କଥା ହୋଇ କେଉଁ ଦଳ କେଉଁଠି ଲଢ଼ିବେ, ସେକଥା ପର୍ଯ୍ୟାୟକ୍ରମେ ସାର୍ବଜନୀନ କରିବୁ।”
ସୂଚନାଯୋଗ୍ୟ ଆଦିବାସୀ ଅଧ୍ୟୁଷିତ ଝାଡଖଣ୍ଡରେ ମୁଖ୍ୟତଃ ବିଜେପି ଓ ଜେଏମଏମ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେଉଛି । ଗତ ୨୦୧୯ ବିଧାନସଭା ନିର୍ବାଚନରେ ଜେଏମମ, କଂଗ୍ରେସ ଓ ଆରଜେଡି ମେଣ୍ଟ ୮୧ ଆସନରୁ ୪୭ ଆସନ ଲାଭ କରିଥିଲେ । ଆସନ୍ତା ନଭେମ୍ବର ୧୩ ଓ ୨୦ରେ ଦୁଇ ପର୍ୟ୍ୟାୟରେ ନିର୍ବାଚନ ହେବ । ନଭେମ୍ବର ୨୩ରେ ଭୋଟ ଗଣତି ସହ ଫଳାଫଳ ଘୋଷଣା ।