ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ବିଜେପିରେ ହେବେ ସାମିଲ

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଜେଏମଏମରୁ ଇସ୍ତଫା ଦେଇଛନ୍ତି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସୁପ୍ରିମୋ ଶିବୁ ସୋରେନଙ୍କୁ ଚିଠି ଲେଖି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି । ଚମ୍ପାଇ ସୋରେନଙ୍କ ଇସ୍ତଫା ପରେ ବିଜେପିରେ ତାଙ୍କର ସାମିଲ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ଶିବୁ ସୋରେନଙ୍କୁ ଲେଖିଥିବା ଚିଠିରେ ଚମ୍ପାଇ ସୋରେନ ଲେଖିଛନ୍ତି ଯେ ଜେଏମ୍‌ଏମ୍‌ର ବର୍ତ୍ତମାନ କାର୍ଯ୍ୟଶୈଳୀ ଏବଂ ନୀତି ଯୋଗୁଁ ପାର୍ଟି ଛାଡ଼ିବା ପାଇଁ ବାଧ୍ୟ ହୋଇଛି ।ଚମ୍ପାଇ ସୋରେନ ଲେଖିଛନ୍ତି, 'ଅତ୍ୟନ୍ତ ଦୁଃଖର ସହ କହିବାକୁ ପଡ଼ୁଛି ଯେ ଆପଣଙ୍କ ମାର୍ଗଦର୍ଶନରେ ଯେଉଁ ପାର୍ଟିର ସ୍ୱପ୍ନ ଆମ ପରି କାର୍ଯ୍ୟକର୍ତ୍ତା ଦେଖିଥିଲୁ ଏବଂ ଯେଉଁଥି ପାଇଁ ଆମେ ଜଙ୍ଗଲ, ପାହାଡ ଏବଂ ଗାଁରେ ପାଉଁଶ ବାଛିଥିଲୁ, ଆଜି ସେହି ପାର୍ଟି ନିଜ ବାଟ ଭୁଲି ସାରିଛି ।'ଇସ୍ତଫା ପତ୍ରକୁ ଏକ୍ସରେ ସେୟାର କରି ଚମ୍ପାଇ ସୋରେନ ଲେଖିଛନ୍ତି, 'ଆଜି ଝଡ଼ଖଣ୍ଡ ମୁକ୍ତ ମୋର୍ଚ୍ଚାର ପ୍ରାଥମିକ ସଦସ୍ୟତା ଏବଂ ସମସ୍ତ ପଦବୀରୁ ତ୍ୟାଗ ପତ୍ର ହେଉଛି । ଝାଡ଼ଖଣ୍ଡର ଆଦିବାସୀ, ମୂଳବାସୀ, ଦଳିତ, ପଛୁଆ ଏବଂ ସାଧାରଣ ଲୋକଙ୍କ ପାଇଁ ସଂଘର୍ଷ ଜାରି ରହିବ ।'आज झारखंड मुक्ति मोर्चा की प्राथमिक सदस्यता एवं सभी पदों से त्याग-पत्र दिया।झारखंड के आदिवासियों, मूलवासियों, दलितों, पिछड़ों एवं आम लोगों के मुद्

ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରୁ ଇସ୍ତଫା ଦେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ, ବିଜେପିରେ ହେବେ ସାମିଲ

ରାଞ୍ଚି: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ଜେଏମଏମରୁ ଇସ୍ତଫା ଦେଇଛନ୍ତି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ସୁପ୍ରିମୋ ଶିବୁ ସୋରେନଙ୍କୁ ଚିଠି ଲେଖି ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାଇଛନ୍ତି । ଚମ୍ପାଇ ସୋରେନଙ୍କ ଇସ୍ତଫା ପରେ ବିଜେପିରେ ତାଙ୍କର ସାମିଲ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି । ଶିବୁ ସୋରେନଙ୍କୁ ଲେଖିଥିବା ଚିଠିରେ ଚମ୍ପାଇ ସୋରେନ ଲେଖିଛନ୍ତି ଯେ ଜେଏମ୍‌ଏମ୍‌ର ବର୍ତ୍ତମାନ କାର୍ଯ୍ୟଶୈଳୀ ଏବଂ ନୀତି ଯୋଗୁଁ ପାର୍ଟି ଛାଡ଼ିବା ପାଇଁ ବାଧ୍ୟ ହୋଇଛି ।

ଚମ୍ପାଇ ସୋରେନ ଲେଖିଛନ୍ତି, 'ଅତ୍ୟନ୍ତ ଦୁଃଖର ସହ କହିବାକୁ ପଡ଼ୁଛି ଯେ ଆପଣଙ୍କ ମାର୍ଗଦର୍ଶନରେ ଯେଉଁ ପାର୍ଟିର ସ୍ୱପ୍ନ ଆମ ପରି କାର୍ଯ୍ୟକର୍ତ୍ତା ଦେଖିଥିଲୁ ଏବଂ ଯେଉଁଥି ପାଇଁ ଆମେ ଜଙ୍ଗଲ, ପାହାଡ ଏବଂ ଗାଁରେ ପାଉଁଶ ବାଛିଥିଲୁ, ଆଜି ସେହି ପାର୍ଟି ନିଜ ବାଟ ଭୁଲି ସାରିଛି ।'

ଇସ୍ତଫା ପତ୍ରକୁ ଏକ୍ସରେ ସେୟାର କରି ଚମ୍ପାଇ ସୋରେନ ଲେଖିଛନ୍ତି, 'ଆଜି ଝଡ଼ଖଣ୍ଡ ମୁକ୍ତ ମୋର୍ଚ୍ଚାର ପ୍ରାଥମିକ ସଦସ୍ୟତା ଏବଂ ସମସ୍ତ ପଦବୀରୁ ତ୍ୟାଗ ପତ୍ର ହେଉଛି । ଝାଡ଼ଖଣ୍ଡର ଆଦିବାସୀ, ମୂଳବାସୀ, ଦଳିତ, ପଛୁଆ ଏବଂ ସାଧାରଣ ଲୋକଙ୍କ ପାଇଁ ସଂଘର୍ଷ ଜାରି ରହିବ ।'

ଉଲ୍ଲେଖଯୋଗ୍ୟ ଯେ ଚମ୍ପାଇ ସୋରେନ ବୁଧବାର ଦିଲ୍ଲୀରୁ ରାଞ୍ଚ ଫେରିଥିଲେ । ରାଞ୍ଚ ପହଞ୍ଚିବା ପରେ ସେ ଜେଏମଏମରୁ ଇସ୍ତଫା ନେଇ ଘୋଷଣା କରିଛନ୍ତି । ମିଳିଥିବା ସୂଚନା ଅନୁସାରେ ଚମ୍ପାଇ ସୋରେନ ଆସନ୍ତା ଅଗଷ୍ଟ 30ରେ ବିଜେପିରେ ସାମିଲ ହେବେ । ପୁଅ ବାବୁଲାଲ ସୋରେନ ମଧ୍ୟ ଚମ୍ପାଇ ସୋରେନଙ୍କ ସହ ବିଜେପିରେ ଯୋଗ ଦେଇପାରନ୍ତି ।