ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୯ା୧୧(ସୁନିତ୍‌ ମିଶ୍ର):ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ରାଜ୍ୟର ବିକାଶ ପରିବର୍ତ୍ତେ ବ୍ୟକ୍ତିଗତ ଉନ୍ନତିକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ଝାଡ଼ଖଣ୍ଡରେ ବର୍ତ୍ତମାନ ରୁଟି, ବେଟି ଓ ମାଟି ଉପରେ ଘୋର ସଙ୍କଟ ଦେଖାଦେଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶୁକ୍ରବାର ଝାଡ଼ଖଣ୍ଡର ନିର୍ବାଚନ ପ୍ରଚାର କରିବା ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଚକ୍ରଧରପୁର ଓ ଚାଇଁବାସା ସମେତ ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିବା ସହ ଆୟୋଜିତ ରାଜନୈତିକ ସଭାକୁ ସମ୍ବୋଧନକରି କହିଛନ୍ତି, ଝାଡ଼ଖଣ୍ଡ ହେଉଛି […] The post ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଧର୍ମେନ୍ଦ୍ର appeared first on Dharitri Odia News.

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୯ା୧୧(ସୁନିତ୍‌ ମିଶ୍ର):ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ ରାଜ୍ୟର ବିକାଶ ପରିବର୍ତ୍ତେ ବ୍ୟକ୍ତିଗତ ଉନ୍ନତିକୁ ଅଧିକ ପ୍ରାଧାନ୍ୟ ଦେଇଛନ୍ତି। ଝାଡ଼ଖଣ୍ଡରେ ବର୍ତ୍ତମାନ ରୁଟି, ବେଟି ଓ ମାଟି ଉପରେ ଘୋର ସଙ୍କଟ ଦେଖାଦେଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଶୁକ୍ରବାର ଝାଡ଼ଖଣ୍ଡର ନିର୍ବାଚନ ପ୍ରଚାର କରିବା ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଚକ୍ରଧରପୁର ଓ ଚାଇଁବାସା ସମେତ ବିଭିନ୍ନ ସ୍ଥାନରେ ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ପ୍ରଚାର କରିବା ସହ ଆୟୋଜିତ ରାଜନୈତିକ ସଭାକୁ ସମ୍ବୋଧନକରି କହିଛନ୍ତି, ଝାଡ଼ଖଣ୍ଡ ହେଉଛି ସମୃଦ୍ଧ ସଂସ୍କୃତି, ତ୍ୟାଗ, ଓ ବଳିଦାନର ମାଟି। ଏହି ରାଜ୍ୟର କୋଣ ଅନୁକୋଣରେ ସାହସିକତା, ବୀରତ୍ୱ, ତ୍ୟାଗର ଅନେକ କାହାଣୀ ରହିଛି। ଚକ୍ରଧରପୁରର ୧୮୫୭ର ସିପାହି ବିଦ୍ରୋହର ଅନ୍ୟତମ ନାୟକ ଶହୀଦ ଜଗୁ ଦିୱାନଙ୍କ ସମେତ ଅନେକ ମହାପୁରୁଷ ଏଠାରେ ଜନ୍ମ ଗ୍ରହଣ କରିଛନ୍ତି। ସେମାନଙ୍କ ତ୍ୟାଗ ଓ ବଳିଦାନ ପାଇଁ ଆମ ଦେଶ ସ୍ବତନ୍ତ୍ରତା ପାଇଛି। ପଦ୍ମଫୁଲରେ ଭୋଟ ଦେବା ପାଇଁ ଜନସାଧାରଣଙ୍କୁ ନିବେଦନକରି ସେ କହିଛନ୍ତି, ଭାଜପା ହେଉଛି ଗରିବ, ଦଳିତ, ପଛୁଆ ଓ ଆଦିବାସୀଙ୍କ ଦଳ। ଆଜି ଝାଡ଼ଖଣ୍ଡରେ ଯେତେବେଳେ ରୁଟି, ବେଟି ଓ ମାଟି ଉପରେ ଘୋର ସଙ୍କଟ ଦେଖାଦେଇଛି, ସେହି ସମୟରେ ରାଜ୍ୟ ସଂସ୍କୃତିର ସୁରକ୍ଷା ଏବଂ ନିରନ୍ତର ବିକାଶ ପାଇଁ ଭାଜପା ପ୍ରତିଶ୍ରୁତିବଦ୍ଧ। ଜନଜାତି, ମହିଳା, ଯୁବକଙ୍କ ଅଧିକାର ଓ ସ୍ବାର୍ଥ ଏବଂ ’ରୁଟି ବେଟି ଓ ମାଟି’ର ସୁରକ୍ଷା ପାଇଁ ଭାଜପା ଏକମାତ୍ର ବିକଳ୍ପ। ଚଳିତ ନିର୍ବାଚନରେ ନାଗରିକମାନେ ପଦ୍ମ ଫୁଲରେ ଭୋଟ୍‌ ଦେଇ ହେମନ୍ତ ସରକାରଙ୍କ ଲୁଟ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ତାଲା ପକାଇ ଦେବାକୁ ମନ ବଳାଇ ସାରିଛନ୍ତି। ଝାଡଖଣ୍ଡ ନିର୍ବାଚନ ପ୍ରଚାର କରିବା ସମୟରେ ଧର୍ମେନ୍ଦ୍ର ଚକ୍ରଧରପୁର କେରା ସ୍ଥିତ ଓଡ଼ିଆ ମଧ୍ୟ ବିଦ୍ୟାଳୟ ପରିସରରେ ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ସ୍ଥାନୀୟ ଜଗନ୍ନାଥ ମନ୍ଦିରକୁ ଯାଇ କାର୍ଯ୍ୟକର୍ତ୍ତାଙ୍କ ସହ ଦର୍ଶନ କରିଛନ୍ତି।

The post ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ନାଁରେ ଗମ୍ଭୀର ଅଭିଯୋଗ ଆଣିଲେ ଧର୍ମେନ୍ଦ୍ର appeared first on Dharitri Odia News.