ଝାଡ଼ଖଣ୍ଡ ସୀମାରେ ଶିବ ଲିଙ୍ଗ ଭାଙ୍ଗିବା ଘଟଣା: ପ୍ରତିବାଦରେ ଚମ୍ପୁଆରେ ଆନ୍ଦୋଳନ

କେନ୍ଦୁଝର,୨ା୧୧: ଓଡ଼ିଶା ରାଜ୍ୟ କେନ୍ଦୁଝର ଜିଲା ଚମ୍ପୁଆ ସୀମା ଝାଡ଼ଖଣ୍ଡସ୍ଥିତ ବୈତରଣୀ ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ଶୈବପୀଠ ନୀଳକଣ୍ଠେଶ୍ୱର ମନ୍ଦିରର ଶିବଲିଙ୍ଗ ଭଙ୍ଗା ଘଟଣାରେ ଚାପା ଉତ୍ତେଜନା ଲାଗି ରହିଛି। ଶୁକ୍ରବାର ଏହି ଘଟଣା ଘଟିଥିଲା। ଦୁର୍ବୃତ୍ତମାନେ ଶିବ ଲିଙ୍ଗ ଭାଙ୍ଗି ଦେଇଥିବା ଅଭିଯୋଗ ପରେ ସେଠାରେ ଉତ୍ତେଜନା ପରିସ୍ଥିତି ଉପୁଜିବାର ଝାଡ଼ଖଣ୍ଡ ପୋଲିସ ଘଟଣାସ୍ଥଳରେ ମୁତୟନ ହୋଇଥିବ ଜଣା ପଡ଼ିଛି। ଗତ କାଲିର ଏହି ଘଟଣା ପରେ ଚମ୍ପୁଆରେ ମଧ୍ୟ ଚାପା ଉତ୍ତେଜନା ଦେଖାଦେଇଛି। […] The post ଝାଡ଼ଖଣ୍ଡ ସୀମାରେ ଶିବ ଲିଙ୍ଗ ଭାଙ୍ଗିବା ଘଟଣା: ପ୍ରତିବାଦରେ ଚମ୍ପୁଆରେ ଆନ୍ଦୋଳନ appeared first on Dharitri Odia News.

ଝାଡ଼ଖଣ୍ଡ ସୀମାରେ ଶିବ ଲିଙ୍ଗ ଭାଙ୍ଗିବା ଘଟଣା: ପ୍ରତିବାଦରେ ଚମ୍ପୁଆରେ ଆନ୍ଦୋଳନ

କେନ୍ଦୁଝର,୨ା୧୧: ଓଡ଼ିଶା ରାଜ୍ୟ କେନ୍ଦୁଝର ଜିଲା ଚମ୍ପୁଆ ସୀମା ଝାଡ଼ଖଣ୍ଡସ୍ଥିତ ବୈତରଣୀ ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ଶୈବପୀଠ ନୀଳକଣ୍ଠେଶ୍ୱର ମନ୍ଦିରର ଶିବଲିଙ୍ଗ ଭଙ୍ଗା ଘଟଣାରେ ଚାପା ଉତ୍ତେଜନା ଲାଗି ରହିଛି। ଶୁକ୍ରବାର ଏହି ଘଟଣା ଘଟିଥିଲା। ଦୁର୍ବୃତ୍ତମାନେ ଶିବ ଲିଙ୍ଗ ଭାଙ୍ଗି ଦେଇଥିବା ଅଭିଯୋଗ ପରେ ସେଠାରେ ଉତ୍ତେଜନା ପରିସ୍ଥିତି ଉପୁଜିବାର ଝାଡ଼ଖଣ୍ଡ ପୋଲିସ ଘଟଣାସ୍ଥଳରେ ମୁତୟନ ହୋଇଥିବ ଜଣା ପଡ଼ିଛି।
ଗତ କାଲିର ଏହି ଘଟଣା ପରେ ଚମ୍ପୁଆରେ ମଧ୍ୟ ଚାପା ଉତ୍ତେଜନା ଦେଖାଦେଇଛି। ଏଣୁ ଓଡ଼ିଶା ପୋଲିସ ଗଣ୍ଡଗୋଳ ଆଶଙ୍କା କରି ସୀମାରେ ମୁତୟନ ହୋଇଛନ୍ତି। ଆଜି ଏହାର ପ୍ରତିବାଦରେ ଚମ୍ପୁଆରେ ଦୋକାନବଜାର ବନ୍ଦ ରଖାଯାଇ ଟାୟାର ଜାଳି ରାସ୍ତା ଅବରୋଧ କରି ସ୍ଥାନୀୟ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଘଟଣାସ୍ଥଳ ନିକଟକୁ ଗତ କାଲି କେନ୍ଦୁଝର ଏସ୍‌ପି ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଶିବ ଲିଙ୍ଗ କିଏ ଭାଙ୍ଗିଲା ଜଣାପଡ଼ିନାହିଁ। ଉଭୟ ରାଜ୍ୟ ପୋଲିସ ସଜାଗ ରହିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରି ଦୃର୍ବୃତ୍ତଙ୍କୁ ଧରିବାକୁ ଉଦ୍ୟମ ଜୋର୍‌ସୋର ଆରମ୍ଭ କରି ଦେଇଛନ୍ତି।

The post ଝାଡ଼ଖଣ୍ଡ ସୀମାରେ ଶିବ ଲିଙ୍ଗ ଭାଙ୍ଗିବା ଘଟଣା: ପ୍ରତିବାଦରେ ଚମ୍ପୁଆରେ ଆନ୍ଦୋଳନ appeared first on Dharitri Odia News.