ଝାଡ଼ଝଣ୍ଡ ରାଜନୀତି ସସ୍ପେନ୍ସ ସମାପ୍ତ, ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ଚମ୍ପାଇ ସୋରେନ
ରାଞ୍ଚି: ଝାଡ଼ଣ୍ଡରରେ ଚାଲିଥିବା ରାଜନୈତିକ ଡ୍ରାମା ଉପରେ ପଡ଼ିଲା ପୂର୍ଣ୍ଣଛେଦ। ବିଧାୟକ ଦଳ ନେତା ଭାବେ ଚୟନ ହୋଇଥିବା ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଶୁକ୍ରବାର ଅର୍ଥାତ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ଗୁରୁବାର ରାତିରେ ରାଜ୍ୟପାଳ ସି.ପି. ରାଧାକୃଷ୍ଣନଙ୍କୁ ଚମ୍ପାଇ ସାକ୍ଷାତ କରିଥିଲେ। ଏହା ପରେ ରାଜ୍ୟପାଳ ଜେଏମଏମକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ କେତେ ଜଣ ଶପଥ ନେବେ ତାହା ସ୍ପଷ୍ଟ ହୋଇ ନାହିଁ। ଜାତୀୟ ସରବରାହ ସଂସ୍ଥା ଏଏଏନଆଇରୁ ଏହି ଖବର ମିଳିଛି। ରାଜ୍ୟପାଳଙ୍କୁ ସାକ୍ଷାତ କରି ଚମ୍ପାଇ ସୋରେନ ତାଙ୍କ ସମର୍ଥନରେ ୪୩ ବିଧାୟକ ରହିଥିବା ଦାବି କରିଥିଲେ। Also read- କିଏ ଏହି ‘ଝାଡ଼ଖଣ୍ଡ ଟାଇଗର’ ଚମ୍ପାଇ ସୋରେନ ? ହେବାକୁ ଯାଉଛନ୍ତି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଏହା ପୂର୍ବରୁ ପୁରା ଗୁରୁବାର ଝାଡ଼ଖଣ୍ଡ ରାଜନୀତିରେ ମହାନାକଟକ ଦେଖିବାକୁ ମିଳିଥିଲା। ରାଜ୍ୟପାଳଙ୍କୁ ଦୁଇ ଥର ଭେଟି ସରକାର ଗଢିବାକୁ ଦାବି କରିଥିଲେ ବିଧାୟକ ଦଳ ନେତା ଚମ୍ପାଇ ସୋରେନ। ତଥାପି ରାଜ୍ୟପାଳ ଜେଏମଏମକୁ ସରକାର ଗଢିବାକୁ ଆମନ୍ତ୍ରଣ କରିଥିଲେ। ଅନ୍ୟପଟେ ଅସନ୍ତୁଷ୍ଟ ବିଧାୟିକା ତଥା ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ ୩ ଜଣ ବିଧାୟକଙ୍କ ସହ ବିଦ୍ରୋହୀ ଆଭିମୁଖ୍ୟ ଆପଣେଇ ଚମ୍ପାଇଙ୍କ ସମର୍ଥନ ପତ୍ରରେ ଦସ୍ତଖତ କରି ନ ଥିଲେ। ଫଳରେ ଝାଡ଼ଖଣ୍ଡ ରାଜନୀତି ରୋଚକ ମୋଡ଼
ରାଞ୍ଚି: ଝାଡ଼ଣ୍ଡରରେ ଚାଲିଥିବା ରାଜନୈତିକ ଡ୍ରାମା ଉପରେ ପଡ଼ିଲା ପୂର୍ଣ୍ଣଛେଦ। ବିଧାୟକ ଦଳ ନେତା ଭାବେ ଚୟନ ହୋଇଥିବା ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଶୁକ୍ରବାର ଅର୍ଥାତ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ଗୁରୁବାର ରାତିରେ ରାଜ୍ୟପାଳ ସି.ପି. ରାଧାକୃଷ୍ଣନଙ୍କୁ ଚମ୍ପାଇ ସାକ୍ଷାତ କରିଥିଲେ। ଏହା ପରେ ରାଜ୍ୟପାଳ ଜେଏମଏମକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ କେତେ ଜଣ ଶପଥ ନେବେ ତାହା ସ୍ପଷ୍ଟ ହୋଇ ନାହିଁ। ଜାତୀୟ ସରବରାହ ସଂସ୍ଥା ଏଏଏନଆଇରୁ ଏହି ଖବର ମିଳିଛି। ରାଜ୍ୟପାଳଙ୍କୁ ସାକ୍ଷାତ କରି ଚମ୍ପାଇ ସୋରେନ ତାଙ୍କ ସମର୍ଥନରେ ୪୩ ବିଧାୟକ ରହିଥିବା ଦାବି କରିଥିଲେ।
Also read- କିଏ ଏହି ‘ଝାଡ଼ଖଣ୍ଡ ଟାଇଗର’ ଚମ୍ପାଇ ସୋରେନ ? ହେବାକୁ ଯାଉଛନ୍ତି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ
ଏହା ପୂର୍ବରୁ ପୁରା ଗୁରୁବାର ଝାଡ଼ଖଣ୍ଡ ରାଜନୀତିରେ ମହାନାକଟକ ଦେଖିବାକୁ ମିଳିଥିଲା। ରାଜ୍ୟପାଳଙ୍କୁ ଦୁଇ ଥର ଭେଟି ସରକାର ଗଢିବାକୁ ଦାବି କରିଥିଲେ ବିଧାୟକ ଦଳ ନେତା ଚମ୍ପାଇ ସୋରେନ। ତଥାପି ରାଜ୍ୟପାଳ ଜେଏମଏମକୁ ସରକାର ଗଢିବାକୁ ଆମନ୍ତ୍ରଣ କରିଥିଲେ। ଅନ୍ୟପଟେ ଅସନ୍ତୁଷ୍ଟ ବିଧାୟିକା ତଥା ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ ୩ ଜଣ ବିଧାୟକଙ୍କ ସହ ବିଦ୍ରୋହୀ ଆଭିମୁଖ୍ୟ ଆପଣେଇ ଚମ୍ପାଇଙ୍କ ସମର୍ଥନ ପତ୍ରରେ ଦସ୍ତଖତ କରି ନ ଥିଲେ। ଫଳରେ ଝାଡ଼ଖଣ୍ଡ ରାଜନୀତି ରୋଚକ ମୋଡ଼ ନେଇଥିଲା। ନିଜର ବିଧାୟକଙ୍କୁ ବଞ୍ଚାଇ ରଖିବା ପାଇଁ ହାଇଦ୍ରାବାଦ ପଠାଇବାକୁ ପୁରା ବନ୍ଦୋବସ୍ତ କରାଯାଇଥିଲା। ରାଞ୍ଚି ସର୍କିଟ୍ ହାଉସରୁ ଆସି ବିମାନ ବନ୍ଦରରେ ଜେଏମଏମ ଓ କଂଗ୍ରେସର ବିଧାୟକ ପହଞ୍ଚି ସାରିଥିଲେ। ହେଲେ ଘନ କୁହୁଡି ଯୋଗୁଁ ବିମାନ ଯାତ୍ରା ରଦ୍ଦ ହୋଇଥିଲା। ପୁଣି ବିଧାୟକମାନେ ସର୍କିଟ୍ ହାଉସକୁ ଫେରି ଆସିଥିଲେ।
ଝାଡ଼ଖଣ୍ଡରେ ବଡ଼ ରାଜନୈତିକ ଘଟଣାକ୍ରମ ଦେଖିବାକୁ ମିଳିଥିଲା। ଜମି ଦୁର୍ନୀତି ମାମଲାରେ ଗିରଫ ହେବା ପୂର୍ବରୁ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ଚମ୍ପାଇ ସୋରେନଙ୍କୁ ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଥିଲା। ଝାଡ଼ଖଣ୍ଡର ଟାଇଗର ନାମରେ ପରିଚିତ ଚମ୍ପାଇ ସୋରେନ ଏବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ବର୍ତ୍ତମାନ ସେ କ୍ୟାବିନେଟର ବରିଷ୍ଠ ମନ୍ତ୍ରୀ ଅଛନ୍ତି।
ବିଜେପି ନେତା ଅର୍ଜୁନ ମୁଣ୍ଡାଙ୍କ ୨ ବର୍ଷ ୧୨୯ ଦିନର ସରକାରରେ ଜେଏମଏମ ନେତା ଚମ୍ପାଇ ସୋରେନ କ୍ୟାବିନେଟ୍ ମନ୍ତ୍ରୀ ଭାବେ ଗୁରୁତ୍ଵପୂର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳିଥିଲେ। ସେ ୨୦୧୦ ସେପ୍ଟେମ୍ବର ୧୧ରୁ ୨୦୧୩ ଜାନୁଆରୀ ୧୮ପର୍ଯ୍ୟନ୍ତ ମନ୍ତ୍ରୀ ପଦରେ ଥିଲେ। ଏହି ସମୟରେ ଝାଡ଼ଖଣ୍ଡରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଥିଲା। ପରବର୍ତ୍ତୀ ସମୟରେ ହେମନ୍ତ ସୋରେନଙ୍କ ନେତୃତ୍ଵାଧୀନ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାରେ ଚମ୍ପାଇଙ୍କୁ ଖାଦ୍ୟ ଯୋଗାଣ ଓ ପରିବହନ ମନ୍ତ୍ରୀ ପଦ ଦାୟିତ୍ଵ ଦିଆଯାଇଥିଲା।
ଏହା ପରେ ୨୦୧୯ରେ ପୁଣି ଥରେ ହେମନ୍ତ ସୋରେନଙ୍କ କାର୍ଯ୍ୟକାଳରେ ଚମ୍ପାଇ ସୋରେନଙ୍କୁ ପରିବହନ, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ କରାଯାଇଥିଲା। ଚମ୍ପାଇ ଜେଏମଏମର ଉପସଭାପତି ମଧ୍ୟ ଅଛନ୍ତି। ରାଜନୈତିକ ଘଟଣାକ୍ରମ ମଧ୍ୟରେ ଚମ୍ପାଇଙ୍କୁ ଆଜି ବିଧାୟକ ଦଳ ନେତା ଭାବେ ଚୟନ କରାଯାଇଛି। ଏହାପରେ ସେ ଝାଡ଼ଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ଦାୟିତ୍ଵ ଗ୍ରହଣ କରିବେ।
The post ଝାଡ଼ଝଣ୍ଡ ରାଜନୀତି ସସ୍ପେନ୍ସ ସମାପ୍ତ, ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ଚମ୍ପାଇ ସୋରେନ appeared first on Prameya News7.