ଝାଡ଼ାବାନ୍ତି: ଗ୍ରାମଦେବୀଙ୍କ ସନ୍ତୁଷ୍ଟି ପାଇଁ ଚାଲିଛି ପୂଜାର୍ଚ୍ଚନା

ଜୟପାଟଣା,୭।୮ (ଓମ୍‌ ପ୍ରକାଶ ବୈଠାରୁ):କଳାହାଣ୍ଡି ଜିଲା ଜୟପଟଣା ବ୍ଲକ ଟିଙ୍ଗୋପଖାନ ଗ୍ରାମରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଆକ୍ରାନ୍ତଙ୍କ ସଂଖ୍ୟା ୨୧ ରହିଥିବାବେଳେ ମଙ୍ଗଳବାର ଏହି ସଂଖ୍ୟା ୨୭ରେ ପହଞ୍ଚତ୍ଛି। ଗାଁର ଅଙ୍ଗନୱାଡି କେନ୍ଦ୍ରରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଚାଲିଥିବାବେଳେ ଟିମ୍‌ ସଦସ୍ୟ ଘରକୁ ଘର ଯାଇ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି। ବିଜ୍ଞାନ ଯୁଗରେ ମଧ୍ୟ ଗ୍ରାମରେ ଦେଖିବାକୁ ମିଳିଛି ଆସ୍ଥା ଓ ବିଶ୍ବାସର ଝଲକ। ଆରୋଗ୍ୟ କାମନା କରି ଗ୍ରାମଦେବୀଙ୍କ ନିକଟରେ […] The post ଝାଡ଼ାବାନ୍ତି: ଗ୍ରାମଦେବୀଙ୍କ ସନ୍ତୁଷ୍ଟି ପାଇଁ ଚାଲିଛି ପୂଜାର୍ଚ୍ଚନା appeared first on Dharitri Odia News.

ଝାଡ଼ାବାନ୍ତି: ଗ୍ରାମଦେବୀଙ୍କ ସନ୍ତୁଷ୍ଟି ପାଇଁ ଚାଲିଛି ପୂଜାର୍ଚ୍ଚନା

ଜୟପାଟଣା,୭।୮ (ଓମ୍‌ ପ୍ରକାଶ ବୈଠାରୁ):କଳାହାଣ୍ଡି ଜିଲା ଜୟପଟଣା ବ୍ଲକ ଟିଙ୍ଗୋପଖାନ ଗ୍ରାମରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଆକ୍ରାନ୍ତଙ୍କ ସଂଖ୍ୟା ୨୧ ରହିଥିବାବେଳେ ମଙ୍ଗଳବାର ଏହି ସଂଖ୍ୟା ୨୭ରେ ପହଞ୍ଚତ୍ଛି। ଗାଁର ଅଙ୍ଗନୱାଡି କେନ୍ଦ୍ରରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ଚାଲିଥିବାବେଳେ ଟିମ୍‌ ସଦସ୍ୟ ଘରକୁ ଘର ଯାଇ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛନ୍ତି। ବିଜ୍ଞାନ ଯୁଗରେ ମଧ୍ୟ ଗ୍ରାମରେ ଦେଖିବାକୁ ମିଳିଛି ଆସ୍ଥା ଓ ବିଶ୍ବାସର ଝଲକ। ଆରୋଗ୍ୟ କାମନା କରି ଗ୍ରାମଦେବୀଙ୍କ ନିକଟରେ ଗ୍ରାମବାସୀ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି। ଗ୍ରାମଦେବୀ ରାଗିଯାଇଛନ୍ତି, ଗୁରୁଙ୍କ ଦେହରେ ଲାଗିଛି କାଳିଶି, ଟୋକେଇରେ କିଛି ଚାଉଳ ନେଇ ଆଦିବାସୀ ଭାଷାରେ ମନ୍ତ୍ର ମଧ୍ୟ ପଢ଼ା ଚାଲିଛି। ଏସବୁ ଦେଖିବା ପାଇଁ ଗାଁ ମଝିରେ ପିଲାଠୁ ବୟସ୍କ ସମସ୍ତେ ଏକଜୁଟ ହୋଇଛନ୍ତି। ଗାଁର ସମସ୍ତେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ ମା’ଙ୍କ ନିକଟରେ ବୋଦା ବଳୀ ଦିଆଯିବବୋଲି ମାନସିକ କରାଯାଉଛି। ବର୍ତ୍ତମାନ ଆକ୍ରାନ୍ତଙ୍କ ସଂଖ୍ୟା ୨୭ରେ ପହଞ୍ଚତ୍ଥିବା ବେଳେ ଆହୁରି ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ସ୍ବାସ୍ଥ୍ୟ ବିଭାଗର ସଚେତନତା ପରେ ବି ଏଠି ଆସ୍ଥା ଓ ବିଶ୍ବାସ ଆଗରେ ହାର ମାନିଛି ବିଜ୍ଞାନ। ଏହି ପରମ୍ପରା ଏବର ନୁହେଁ। ଗାଁରେ ଏମିତି କିଛି ସମସ୍ୟା ଦେଖାଦେଲେ ପୂର୍ବପୁରୁଷ ମଧ୍ୟ ସମାନ ଢଙ୍ଗରେ ଏପରି ପୂଜାର୍ଚ୍ଚନା କରୁଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଦୂଷିତ ଜଳ ବ୍ୟବହାର ପାଇଁ ଝାଡ଼ାବାନ୍ତି ବ୍ୟାପୁଥିବା ସ୍ବାସ୍ଥ୍ୟ ବିଭାଗ ଅନୁମାନ କରୁଥିବା ବେଳେ ଗାଁର ବିଭିନ୍ନ ଜଳ ଉତ୍ସରୁ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି।

The post ଝାଡ଼ାବାନ୍ତି: ଗ୍ରାମଦେବୀଙ୍କ ସନ୍ତୁଷ୍ଟି ପାଇଁ ଚାଲିଛି ପୂଜାର୍ଚ୍ଚନା appeared first on Dharitri Odia News.