ଅଭିନେତ୍ରୀଙ୍କ ପରଲୋକ ଖବର ମିଥ୍ୟା, ଅସନ୍ତୋଷ ବ୍ୟକ୍ତ କଲେ ପୁଅ
ମୁମ୍ବାଇ: ବଲିଉଡ୍ର ଆଇକନ୍ ବୈଜୟନ୍ତୀ ମାଲାଙ୍କ ପରଲୋକ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଚକିତ ହୋଇଥିଲେ। କାରଣ ଏହି ଖବର ସିନେମାପ୍ରେମୀଙ୍କ ସହ ଭାରତନାଟ୍ୟମ କଳାକୁ ଭଲପାଉଥିବା ବ୍ୟକ୍ତିବିଶେଷଙ୍କ ହୃଦୟ ଭାଙ୍ଗିଥିଲା। କିଛି ସମୟ ମଧ୍ୟରେ ଭେଟେରାନ କଳାକାରଙ୍କୁ ଲୋକେ ଶ୍ରଦ୍ଧାଞ୍ଜଳି ଜଣାଇବା ଆରମ୍ଭ କରିଥିଲେ। ହେଲେ ଏବେ ତାଙ୍କ ପୁଅ ନିଜର ଅସନ୍ତୋଷ ବ୍ୟକ୍ତ କରି ଖବରଟି ସମ୍ପୂର୍ଣ୍ଣ ଭାବେ ମିଥ୍ୟା ବୋଲି କହିଛନ୍ତି। ପୁଅ ସୁଚିତ୍ର ବାଲି ମା’ଙ୍କ ପରଲୋକ ଖବର ଦେଖିବା […] The post ଅଭିନେତ୍ରୀଙ୍କ ପରଲୋକ ଖବର ମିଥ୍ୟା, ଅସନ୍ତୋଷ ବ୍ୟକ୍ତ କଲେ ପୁଅ appeared first on Dharitri Odia News.
ମୁମ୍ବାଇ: ବଲିଉଡ୍ର ଆଇକନ୍ ବୈଜୟନ୍ତୀ ମାଲାଙ୍କ ପରଲୋକ ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକ ଚକିତ ହୋଇଥିଲେ। କାରଣ ଏହି ଖବର ସିନେମାପ୍ରେମୀଙ୍କ ସହ ଭାରତନାଟ୍ୟମ କଳାକୁ ଭଲପାଉଥିବା ବ୍ୟକ୍ତିବିଶେଷଙ୍କ ହୃଦୟ ଭାଙ୍ଗିଥିଲା। କିଛି ସମୟ ମଧ୍ୟରେ ଭେଟେରାନ କଳାକାରଙ୍କୁ ଲୋକେ ଶ୍ରଦ୍ଧାଞ୍ଜଳି ଜଣାଇବା ଆରମ୍ଭ କରିଥିଲେ। ହେଲେ ଏବେ ତାଙ୍କ ପୁଅ ନିଜର ଅସନ୍ତୋଷ ବ୍ୟକ୍ତ କରି ଖବରଟି ସମ୍ପୂର୍ଣ୍ଣ ଭାବେ ମିଥ୍ୟା ବୋଲି କହିଛନ୍ତି।
ପୁଅ ସୁଚିତ୍ର ବାଲି ମା’ଙ୍କ ପରଲୋକ ଖବର ଦେଖିବା ପରେ ଫେସବୁକ୍ରେ ଏକ ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ଡା. ବୈଜୟନ୍ତୀ ମାଳାଙ୍କ ସ୍ବାସ୍ଥ୍ୟ ଭଲ ଅଛି, ଯାହାବି ଖବର ଚାଲୁଛି ତାହା ମିଥ୍ୟା ଏବଂ ଭୁଲ୍। ଏଭଳି ଖବର ଶେୟାର କରିବା ପୂର୍ବରୁ ସୋର୍ସ ଜାଣିନିଅନ୍ତୁ ବୋଲି ସେ କହିଛନ୍ତି।
ତେବେ ବୈଜୟନ୍ତୀ ମାଲାଙ୍କ ନାମ ଭେଟେରାନ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ଅଛି। ସେ ଅଭିନୟ ସହ ଶାସ୍ତ୍ରୀୟ ନୃତ୍ୟ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ହିନ୍ଦୀ ସହ ତାମିଲ ଏବଂ ତେଲୁଗୁ ଫିଲ୍ମରେ ସେ କାମ କରିଛନ୍ତି। ବଡ଼ ପରଦାରେ ସୁଇମ୍ସୁଟ୍ ପିନ୍ଧିଥିବା ପ୍ରଥମ ଅଭିନେତ୍ରୀ ସେ ଥିଲେ। ସେ ଡା. ଚମନଲାଲ ବାଲିଙ୍କୁ ବିବାହ କରିଥିଲେ। ଗତ ଜାନୁଆରୀରେ ବୈଜୟନ୍ତୀ ମାଳା ଚେନ୍ନାଇରେ ଭାରତନାଟ୍ୟମର ଶୋ’ କରିଥିଲେ। ସେଠାରେ ୯୧ ବର୍ଷରେ ତାଙ୍କ ନୃତ୍ୟ ଦେଖି ସମସ୍ତେ ମନ୍ତ୍ରମୁଗ୍ଧ ହୋଇଯାଇଥିଲେ।
The post ଅଭିନେତ୍ରୀଙ୍କ ପରଲୋକ ଖବର ମିଥ୍ୟା, ଅସନ୍ତୋଷ ବ୍ୟକ୍ତ କଲେ ପୁଅ appeared first on Dharitri Odia News.