ପୋଲ ନିର୍ମାଣ ପାଇଁ ଜାତୀୟ ରାଜପଥରେ ଚିପ୍‌ସ ଗଦା

କୋକସରା,୩୧ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ନଂ. ଜାତୀୟ ରାଜପଥର କାଉଡୋଳାରୁ ମହାଜନଗୁଡା ବାଞ୍ଜିବାହାଲକୁ ସଂଯୋଗ କରୁଥିବା ରାସ୍ତା ନିକଟରେ ଏକ ଠିକାସଂସ୍ଥା ପକ୍ଷରୁ ଜାତୀୟ ରାଜପଥ ଉପରେ ଚିପ୍‌ସ ଗଦା କରାଯାଇଛି। ଫଳରେ ଜାତୀୟ ରାଜପଥ ଦେଇ ଯାଉଥିବା ଗାଡିମୋଟର ଦୁର୍ଘଟଣାର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି। ସୂଚନାଯୋଗ୍ୟ, ଜାତୀୟ ରାଜପଥ ୨୬ ମହାଜନଗୁଡା ଛକରୁ ବାଞ୍ଜିବାହାଲ ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ମୁଟ୍ରା ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ରାସ୍ତା କାଦୁଅ […] The post ପୋଲ ନିର୍ମାଣ ପାଇଁ ଜାତୀୟ ରାଜପଥରେ ଚିପ୍‌ସ ଗଦା appeared first on Dharitri Odia News.

ପୋଲ ନିର୍ମାଣ ପାଇଁ ଜାତୀୟ ରାଜପଥରେ ଚିପ୍‌ସ ଗଦା

କୋକସରା,୩୧ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ନଂ. ଜାତୀୟ ରାଜପଥର କାଉଡୋଳାରୁ ମହାଜନଗୁଡା ବାଞ୍ଜିବାହାଲକୁ ସଂଯୋଗ କରୁଥିବା ରାସ୍ତା ନିକଟରେ ଏକ ଠିକାସଂସ୍ଥା ପକ୍ଷରୁ ଜାତୀୟ ରାଜପଥ ଉପରେ ଚିପ୍‌ସ ଗଦା କରାଯାଇଛି। ଫଳରେ ଜାତୀୟ ରାଜପଥ ଦେଇ ଯାଉଥିବା ଗାଡିମୋଟର ଦୁର୍ଘଟଣାର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି।

ସୂଚନାଯୋଗ୍ୟ, ଜାତୀୟ ରାଜପଥ ୨୬ ମହାଜନଗୁଡା ଛକରୁ ବାଞ୍ଜିବାହାଲ ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଥିବା ମୁଟ୍ରା ନଦୀରେ ପୋଲ ନିର୍ମାଣ କାର୍ଯ୍ୟ ଜାରି ରହିଛି। ଏହି ରାସ୍ତା କାଦୁଅ ହୋଇଥିବା କାରଣରୁ ଠିକାସଂସ୍ଥା ରାଜପଥ ଉପରେ ଚିପ୍‌ସ ଗଦା କରି ରଖିଛି। ଜାତୀୟ ରାଜପଥ ୨୬ରେ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ଯାତାୟାତ କରିଥାଏ। ହେଲେ ଚିପ୍‌ସ ଗଦା ହୋଇଥିବାରୁ କିଛି ବାଇକ୍‌ ଚାଳକ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଜାତୀୟ ରାଜପଥ ବିଭାଗ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।

The post ପୋଲ ନିର୍ମାଣ ପାଇଁ ଜାତୀୟ ରାଜପଥରେ ଚିପ୍‌ସ ଗଦା appeared first on Dharitri Odia News.