ପ୍ରାଣୀମିତ୍ରଙ୍କ କ୍ଷେତ୍ର ପରିଦର୍ଶନ, ବିଭିନ୍ନ ପ୍ରତିଷ୍ଠାନ ବୁଲି ଦେଉଛନ୍ତି ପରାମର୍ଶ

ଭଞ୍ଜନଗର,୨୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପ୍ରାଣୀ ସମ୍ପଦ ବିକାଶ ବିଭାଗ କର୍ମଚାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ସମ୍ପ୍ରସାରଣ ତାଲିମ କେନ୍ଦ୍ରରେ ଗତ ୧୦ ତାରିଖଠାରୁ ୧୭ ଦିନିଆ ପ୍ରାଣୀମିତ୍ର ତାଲିମ ଶିବିର ଚାଲିଛି। ଶିବିରରେ ଚିକିଟି, ବେଗୁନିଆପଡ଼ା, ଛତ୍ରପୁର ବ୍ଲକର ମହିଳା ପ୍ରାଣୀ ମିତ୍ରମାନେ ଯୋଗଦେଇ ତାଲିମ ନେଉଛନ୍ତି। ଏହା ଆସନ୍ତା ୨୬ ତାରିଖରେ ଉଦ୍‌ଯାପିତ ହେବ। ଏହି ଅବସରରେ ପ୍ରାଣୀମିତ୍ରମାନେ ସାଦେରା, ଆସିକା ସମେତ ବିଭିନ୍ନ ଅଞ୍ଚଳ କ୍ଷେତ୍ର ପରିଦର୍ଶନ କରି ଜ୍ଞାନ ଆହରଣ […] The post ପ୍ରାଣୀମିତ୍ରଙ୍କ କ୍ଷେତ୍ର ପରିଦର୍ଶନ, ବିଭିନ୍ନ ପ୍ରତିଷ୍ଠାନ ବୁଲି ଦେଉଛନ୍ତି ପରାମର୍ଶ appeared first on Dharitri Odia News.

ପ୍ରାଣୀମିତ୍ରଙ୍କ କ୍ଷେତ୍ର ପରିଦର୍ଶନ, ବିଭିନ୍ନ ପ୍ରତିଷ୍ଠାନ ବୁଲି ଦେଉଛନ୍ତି ପରାମର୍ଶ

ଭଞ୍ଜନଗର,୨୧ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପ୍ରାଣୀ ସମ୍ପଦ ବିକାଶ ବିଭାଗ କର୍ମଚାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ ଓ ସମ୍ପ୍ରସାରଣ ତାଲିମ କେନ୍ଦ୍ରରେ ଗତ ୧୦ ତାରିଖଠାରୁ ୧୭ ଦିନିଆ ପ୍ରାଣୀମିତ୍ର ତାଲିମ ଶିବିର ଚାଲିଛି। ଶିବିରରେ ଚିକିଟି, ବେଗୁନିଆପଡ଼ା, ଛତ୍ରପୁର ବ୍ଲକର ମହିଳା ପ୍ରାଣୀ ମିତ୍ରମାନେ ଯୋଗଦେଇ ତାଲିମ ନେଉଛନ୍ତି। ଏହା ଆସନ୍ତା ୨୬ ତାରିଖରେ ଉଦ୍‌ଯାପିତ ହେବ। ଏହି ଅବସରରେ ପ୍ରାଣୀମିତ୍ରମାନେ ସାଦେରା, ଆସିକା ସମେତ ବିଭିନ୍ନ ଅଞ୍ଚଳ କ୍ଷେତ୍ର ପରିଦର୍ଶନ କରି ଜ୍ଞାନ ଆହରଣ କରିଥିଲେ। ତାଲିମ ସମୟରେ ସେମାନଙ୍କୁ ପଶୁପାଳନରେ ସମ୍ପ୍ରସାରଣ ଶିକ୍ଷା,ଗୃହ ପାଳିତ ପ୍ରାଣୀଙ୍କ ଆଶୁ ଚିକିତ୍ସାଠାରୁ ଆରମ୍ଭ କରି ଟିକାକରଣ, ଗୋ’ ମଇଁଷାଦି ଯତ୍ନ, ଖାଦ୍ୟ ପରିଚାଳନା, ସବୁଜ ଘାସ ପରିଚାଳନା, କ୍ଷୀର ମାପିବା, ସଂକ୍ରାମକ ରୋଗ ନିୟନ୍ତ୍ରଣ, ମହୁ ଚାଷ ଉପରେ ତାଲିମ ପ୍ରଦାନ କରାଯାଉଛି।

The post ପ୍ରାଣୀମିତ୍ରଙ୍କ କ୍ଷେତ୍ର ପରିଦର୍ଶନ, ବିଭିନ୍ନ ପ୍ରତିଷ୍ଠାନ ବୁଲି ଦେଉଛନ୍ତି ପରାମର୍ଶ appeared first on Dharitri Odia News.