ଜଳୁଛି ପଶ୍ଚିମ ଓଡ଼ିଶା: ସମ୍ବଲପୁରରେ ତାତି ଛୁଇଁଲା ୪୨ ଡିଗ୍ରୀ

ଭୁବନେଶ୍ୱର,୧୫।୩: ରାଜ୍ୟରେ ଗତ କିଛିଦିନ ହେଲା ତାପମାତ୍ରା ବଢ଼ିବାରେ ଚାଲିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବୁଧବାର, ଗୁରୁବାର, ଶୁକ୍ରବାର ଭଳି ଶନିବାର ମଧ୍ୟ ପାରଦ ଉପର ମୁହାଁ ରହିଛି। ଏଭଳି ସ୍ଥିତିରେ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା। କାଲିଠୁ ଆଜି ତାତି ଅଧିକ ଅନୁଭୂତ ହେଉଛି। ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ହୋଇଛି। ଅନ୍ୟପକ୍ଷେ ଆଜିଠୁ ୩ ଦିନ ପାଇଁ ହିଟୱେଭ […] The post ଜଳୁଛି ପଶ୍ଚିମ ଓଡ଼ିଶା: ସମ୍ବଲପୁରରେ ତାତି ଛୁଇଁଲା ୪୨ ଡିଗ୍ରୀ appeared first on Dharitri Odia News.

ଜଳୁଛି ପଶ୍ଚିମ ଓଡ଼ିଶା: ସମ୍ବଲପୁରରେ ତାତି ଛୁଇଁଲା ୪୨ ଡିଗ୍ରୀ

ଭୁବନେଶ୍ୱର,୧୫।୩: ରାଜ୍ୟରେ ଗତ କିଛିଦିନ ହେଲା ତାପମାତ୍ରା ବଢ଼ିବାରେ ଚାଲିଛି। ପ୍ରବଳ ଖରା ସାଙ୍ଗକୁ ଗୁଳୁଗୁଳିରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବୁଧବାର, ଗୁରୁବାର, ଶୁକ୍ରବାର ଭଳି ଶନିବାର ମଧ୍ୟ ପାରଦ ଉପର ମୁହାଁ ରହିଛି। ଏଭଳି ସ୍ଥିତିରେ ଖରାରେ ଜଳୁଛି ପଶ୍ଚିମ ଓଡ଼ିଶା। କାଲିଠୁ ଆଜି ତାତି ଅଧିକ ଅନୁଭୂତ ହେଉଛି। ଦିନ ସାଢେ ୨ଟା ସୁଦ୍ଧା ସମ୍ବଲପୁରରେ ତାପମାତ୍ରା ୪୨ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ହୋଇଛି। ଅନ୍ୟପକ୍ଷେ ଆଜିଠୁ ୩ ଦିନ ପାଇଁ ହିଟୱେଭ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଛି। ଅନ୍ୟପକ୍ଷେ ଏହି ୩ ଜିଲା ଝାରସୁଗୁଡ଼ା, ସମ୍ବଲପୁର ଓ କଳାହାଣ୍ଡିକୁ ସିଭିୟର ହିଟୱେଭ ନେଇ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ସୁନ୍ଦରଗଡ଼, ଅନୁଗୋଳ, ସୋନପୁର ଓ ବୌଦ୍ଧକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି। ୯ ଜିଲାକୁ ୟେଲୋ ସତର୍କତ ଜାରି କରାଯାଇଛି। ରବିବାର ମଧ୍ୟ ପ୍ରଚଣ୍ଡ ଗ୍ରୀଷ୍ମଲହରୀ ଜାରି ରହିବ। ରବିବାର ହିଟୱେଭ ନେଇ ୩ ଜିଲାକୁ ରେଡ, ୪ ଜିଲାକୁ ଅରେଞ୍ଜ ଓ ୧୬ ଜିଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଅପରପକ୍ଷେ ୧୭ ତାରିଖ ଯାଏଁ ତାତିରୁ ତ୍ରାହି ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ସୂଚନାଯୋଗ୍ୟ, ଶୁକ୍ରବାର ରାଜ୍ୟର ୩ଟି ସହରରେ ୪୦ ଡିଗ୍ରୀ ଟପିଥିଲା ପାରଦ । ୪୧.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର ହୋଇଥିବା ବେଳେ, ସମ୍ବଲପୁର ୪୦.୩, ହୀରାକୁଦ ୪୦.୧ ଏବଂ ଭୁବନେଶ୍ବର ତାପମାତ୍ରା ୩୭.୨ ଡିଗ୍ରୀ ସେଲସିୟସ ରେକର୍ଡ ହୋଇଥିଲା।

The post ଜଳୁଛି ପଶ୍ଚିମ ଓଡ଼ିଶା: ସମ୍ବଲପୁରରେ ତାତି ଛୁଇଁଲା ୪୨ ଡିଗ୍ରୀ appeared first on Dharitri Odia News.