ଝାଡ଼ାବାନ୍ତି ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି
ଭଞ୍ଜନଗର, ୩୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୁଣ୍ଡିରିବାଡ଼ିରେ ଲାଗିଥିବା ଝାଡ଼ାବାନ୍ତି ସ୍ଥିତିରେ ପରିବର୍ତ୍ତନ ଆସୁନାହିଁ। ମୃତ୍ୟୁସଂଖ୍ୟା କ୍ରମେ ବଢ଼ିବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ଝାଡ଼ାବାନ୍ତିରେ ୪ଜଣ ମୃତ୍ୟୁବରଣ କରିଛନ୍ତି । ସେମାନେ ହେଲେ ଅରକ୍ଷିତ ଗୌଡ଼ ଏବଂ ତାଙ୍କ ଶାଶୁ, ସୁକାନ୍ତି ନାୟକ ଓ ମଙ୍ଗୁଳି ପ୍ରଧାନ। ଏଥିସହ ୧୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ସେଥିରୁ ୭ ଜଣ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୮ଜଣ ବିଭିନ୍ନ ସ୍ଥାନରେ […] The post ଝାଡ଼ାବାନ୍ତି ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି appeared first on Dharitri Odia News.
ଭଞ୍ଜନଗର, ୩୧ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗୁଣ୍ଡିରିବାଡ଼ିରେ ଲାଗିଥିବା ଝାଡ଼ାବାନ୍ତି ସ୍ଥିତିରେ ପରିବର୍ତ୍ତନ ଆସୁନାହିଁ। ମୃତ୍ୟୁସଂଖ୍ୟା କ୍ରମେ ବଢ଼ିବାରେ ଲାଗିଛି। ଶୁକ୍ରବାର ସୁଦ୍ଧା ଝାଡ଼ାବାନ୍ତିରେ ୪ଜଣ ମୃତ୍ୟୁବରଣ କରିଛନ୍ତି । ସେମାନେ ହେଲେ ଅରକ୍ଷିତ ଗୌଡ଼ ଏବଂ ତାଙ୍କ ଶାଶୁ, ସୁକାନ୍ତି ନାୟକ ଓ ମଙ୍ଗୁଳି ପ୍ରଧାନ। ଏଥିସହ ୧୫ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।
ସେଥିରୁ ୭ ଜଣ ଭଞ୍ଜନଗର ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ୮ଜଣ ବିଭିନ୍ନ ସ୍ଥାନରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି। ଗ୍ରାମ୍ୟ ପାଇପ ଜଳ ଯୋଗାଣ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ଯୋଗାଇ ଦିଆଯାଉଥିବା ପାଣିରୁ ହିଁ ଝାଡ଼ାବାନ୍ତି ବ୍ୟାପୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଶୁକ୍ରବାର ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଗୁଣ୍ଡିରିବାଡ଼ି ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ଯେଭଳି ବୃଦ୍ଧି ନ ପାଇବ ଏବଂ ଯେଉଁମାନେ ଚିକିତ୍ସିତ ହେଉଛନ୍ତି ସେମାନଙ୍କୁ କିଭଳି ଉନ୍ନତ ସ୍ବାସ୍ଥ୍ୟସେବା ମିଳିବ ସେଥିପ୍ରତି ଗୁରୁତ୍ୱାରୋପ କରି ବିଭାଗୀୟ ଅଧିକାରୀମାନଙ୍କୁ ବିଧାୟକ ନାୟକ ନିର୍ଦ୍ଦେଶ ଦେଇଛନ୍ତି।
ସେହିପରି ପାଣି ଯେଉଁଠି ଲିକେଜ ହେଉଛି ତାହା ଯେପରି ନ ହେବ ସେଥିପ୍ରତି ଦୃଷ୍ଟିଦେବାକୁ ବିଧାୟକ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ସେ ଭଞ୍ଜନଗର ମେଡିକାଲରେ ପହଞ୍ଚି ଚିକିତ୍ସିତ ହେଉଥିବା ରୋଗୀଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ। ସୂଚନାଯୋଗ୍ୟ, ଗୁଣ୍ଡିରିବାଡ଼ିରେ ଦୁଇ ସପ୍ତାହରୁ ଊର୍ଦ୍ଧ୍ୱ ହେଲା ଝାଡ଼ାବାନ୍ତି ଲାଗି ରହିଛି। ଏହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ବିଧାୟକଙ୍କ ଗସ୍ତ ସମୟରେ ଭଞ୍ଜନଗର ଉପଜିଲାପାଳ ଅନିଲ କୁମାର ସେଠୀ, ତହସିଲଦାର ଉମାଶଙ୍କର ବେହେରା, ବିଡିଓ, ଭଞ୍ଜନଗର ମେଡିକାଲର ଡା. ସୀମାଞ୍ଚଳ ଡାକୁଆ, ମେଡିକାଲ ପରିଚାଳକ ବିଚିତ୍ର ପାଣିଗ୍ରାହୀ, ଯନ୍ତ୍ରୀ ନୀହାର ରଞ୍ଜନ ସ୍ବାଇଁ, ସରପଞ୍ଚ, ପୂର୍ବତନ ସରପଞ୍ଚ ଧୋବା ଗୌଡ଼, ଶିବ ଶଙ୍କର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
The post ଝାଡ଼ାବାନ୍ତି ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି appeared first on Dharitri Odia News.