ଝାନ୍ସୀରେ ‘ବର୍ଡର ୨’ର ଶୁଟିଂ

ଝାନ୍ସି: ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ‘ବର୍ଡର ୨’ ଫିଲ୍ମକୁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ତେବେ ସନ୍ନି ଏହି ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି। ମଙ୍ଗଳବାର ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଫିଲ୍ମର ଶୁଟିଂ ଶେଟ୍‌ର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସନ୍ନିଙ୍କୁ ଅଭିନେତା ବରୁଣ ଧାୱନ ଏବଂ ‘ବର୍ଡର ୨’ ଫିଲ୍ମର କ୍ରିଉ ସଦସ୍ୟଙ୍କ ସହ ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଛି। ଏହି ଫଟୋରେ ‘ବର୍ଡର ୨’ ନିର୍ଦ୍ଦେଶକ ଅନୁରାଗ […] The post ଝାନ୍ସୀରେ ‘ବର୍ଡର ୨’ର ଶୁଟିଂ appeared first on Dharitri Odia News.

ଝାନ୍ସୀରେ ‘ବର୍ଡର ୨’ର ଶୁଟିଂ

ଝାନ୍ସି: ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ‘ବର୍ଡର ୨’ ଫିଲ୍ମକୁ ତାଙ୍କ ପ୍ରଶଂସକମାନେ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ତେବେ ସନ୍ନି ଏହି ଫିଲ୍ମର ଶୁଟିଂ ଆରମ୍ଭ କରିଛନ୍ତି।
ମଙ୍ଗଳବାର ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଫିଲ୍ମର ଶୁଟିଂ ଶେଟ୍‌ର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସନ୍ନିଙ୍କୁ ଅଭିନେତା ବରୁଣ ଧାୱନ ଏବଂ ‘ବର୍ଡର ୨’ ଫିଲ୍ମର କ୍ରିଉ ସଦସ୍ୟଙ୍କ ସହ ପୋଜ୍‌ ଦେଉଥିବାର ଦେଖିବାକୁ ମିଳିଛି। ଏହି ଫଟୋରେ ‘ବର୍ଡର ୨’ ନିର୍ଦ୍ଦେଶକ ଅନୁରାଗ ସିଂ, ନିର୍ମାତା ଭୂଷଣ କୁମାର, ନିଧି ଦତ୍ତା ଏବଂ ସହ ନିର୍ମାତା ଶିବ ଚାନନ୍‌ ଓ ବିନୟ ଗାନ୍ଧୀ ନଜରକୁ ଆସିଛନ୍ତି। କ୍ୟାପ୍‌ଶନ୍‌ରେ ସନ୍ନି ଲେଖିଛନ୍ତି, ଝାନ୍ସୀ ସହରର ଉପକଣ୍ଠସ୍ଥିତ କ୍ୟାଣ୍ଟନ୍‌ମେଣ୍ଟ୍‌ ଅଞ୍ଚଳରେ ନିର୍ମିତ ଶୁଟିଂ ସେଟ୍‌ରେ ଭାରତର ସବୁଠାରୁ ବଡ଼ ୱାର୍‌ ଡ୍ରାମା ଫିଲ୍ମର ନିର୍ମାଣ କରାଯାଉଛି। ତେବେ ରିପୋର୍ଟ ଅନୁଯାୟୀ, ଫିଲ୍ମର ଅନ୍ୟତମ ଷ୍ଟାର୍‌ ଅହାନ ସେଟ୍ଟୀ ଓ ଦିଲ୍‌ଜିତ ଦୋସାଞ୍ଜଙ୍କର ଶୁଟିଂ ବର୍ତ୍ତମାନ ସୁଦ୍ଧା ଆରମ୍ଭ ହୋଇନାହିଁ।
ପ୍ରକାଶ ଯେ, ‘ବର୍ଡର ୨’ ହେଉଛି ୧୯୯୭ ମସିହାର ସୁପରହିଟ୍‌ ଫିଲ୍ମ ‘ବର୍ଡର’ର ସ୍ବିକେଲ। ଆସନ୍ତା ବର୍ଷ ଜାନୁଆରୀ ୨୩ରେ ‘ବର୍ଡର ୨’ ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି।

The post ଝାନ୍ସୀରେ ‘ବର୍ଡର ୨’ର ଶୁଟିଂ appeared first on Dharitri Odia News.