ଝାରପଡ଼ା ଜେଲ୍‌ରେ ପିଟାପିଟି ଘଟଣା: ୱାର୍ଡର ସସ୍‌ପେଣ୍ଡ

ମାର୍ଚ୍ଚ ୧୯ ତାରିଖ ରାତିରେ ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ହୋଇଥିଲା।

ଝାରପଡ଼ା ଜେଲ୍‌ରେ ପିଟାପିଟି ଘଟଣା: ୱାର୍ଡର ସସ୍‌ପେଣ୍ଡ

ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ଘଟଣାରେ କାର୍ଯ୍ୟରେ ଅବହେଳା ପାଇଁ ୨ଜଣ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୱାର୍ଡର ପ୍ରଭାତ ମହାରଣାଙ୍କୁ ସସ୍‌ପେଣ୍ଡ କରିଛନ୍ତି ଜେଲ୍ କର୍ତ୍ତୃପକ୍ଷ। ସେହିପରି ରାତି ଡ୍ୟୁଟିରେ ଦାୟିତ୍ୱରେ ଥିବା ଚିଫ୍ ୱାର୍ଡର ମଙ୍ଗୁଳି ସେଠୀଙ୍କୁ ବଦଳି କରାଯାଇଛି।

ମାର୍ଚ୍ଚ ୧୯ ତାରିଖ ରାତିରେ ଝାରପଡ଼ା ଜେଲରେ ଗ୍ୟାଙ୍ଗୱାର ହୋଇଥିଲା। ଚକରା ଓ ଶମ୍ଭୁ ଗ୍ୟାଙ୍ଗ ମଧ୍ୟରେ ତୀବ୍ର ଗଣ୍ଡଗୋଳରୁ ରକ୍ତପାତ ହୋଇଥିଲା। ଘଟଣାକୁ ନେଇ ଜେଲ କର୍ତ୍ତୃପକ୍ଷଙ୍କ ଏତଲା ପରେ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଥିଲା। ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଜେଲ ବିଭାଗ।

ମାର୍ଚ୍ଚ ୨୦ ତାରିଖରେ କମିଶନରେଟ୍ ପୁଲିସ ପକ୍ଷରୁ ଝାରପଡ଼ା ଜେଲରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ କମନ୍ ଏରିଆରୁ କିଛି ଗଂଜେଇ, ବିଡ଼ି, ସିଗାରେଟ ଓ ଲାଇଟର୍ ମିଳିଥିବା ଡିସିପି ସୂଚନା ଦେଇଥିଲେ।