ଝାରସୁଗୁଡ଼ା ଜିଲ୍ଲା ୨୨ ତମ ଲୋକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା
ଝାରସୁଗୁଡା ୨/୦୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ର ୨୨ତମ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଦ୍ଵିତୀୟ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତଙ୍କ ସଭାପତିତ୍ବରେ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ଲଖନପୁର ବ୍ଲକ ଅଧ୍ୟକ୍ଷା ମୂଖ୍ୟ ଅତିଥି ହୁତେଶ୍ୱରି ତିହିରିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ରଜରାଜନଗର ପୌରାଧ୍ୟକ୍ଷା ଯଜ୍ଞସିନି ଓରାମ , ବେଲପାହାଡ଼ ପୌରାଧ୍ୟକ୍ଷ ନିମାଇଁ ଚରଣ ପଣ୍ଡା , ଅଲଟ୍ରାଟେକ୍ ୟୁନିଟ ହେଡ ଅର୍ଡା କିଶୋର ମଣ୍ଡଭିଆ, ଟିଆରଏଲ […] The post ଝାରସୁଗୁଡ଼ା ଜିଲ୍ଲା ୨୨ ତମ ଲୋକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା appeared first on Odisha.News.
ଝାରସୁଗୁଡା ୨/୦୧ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲା ର ୨୨ତମ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳାର ଦ୍ଵିତୀୟ ସନ୍ଧ୍ୟାରେ ଅତିରିକ୍ତ ଜିଲ୍ଲାପାଳ ଲଙ୍କେଶ୍ୱର ଅମାତଙ୍କ ସଭାପତିତ୍ବରେ ଆଜି ଅନୁଷ୍ଠିତ ହୋଇଥିଲା । ଏଥିରେ ଲଖନପୁର ବ୍ଲକ ଅଧ୍ୟକ୍ଷା ମୂଖ୍ୟ ଅତିଥି ହୁତେଶ୍ୱରି ତିହିରିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ବ୍ରଜରାଜନଗର ପୌରାଧ୍ୟକ୍ଷା ଯଜ୍ଞସିନି ଓରାମ , ବେଲପାହାଡ଼ ପୌରାଧ୍ୟକ୍ଷ ନିମାଇଁ ଚରଣ ପଣ୍ଡା , ଅଲଟ୍ରାଟେକ୍ ୟୁନିଟ ହେଡ ଅର୍ଡା କିଶୋର ମଣ୍ଡଭିଆ, ଟିଆରଏଲ କ୍ରୋସାକୀ ବେଳପାହାଡ଼ ଅତିରିକ୍ତ ଉପସଭାପତି ଡ. ତାରାପଦ ଦାସ, ଓ ଏଚ ଓ ଡିଏଚଆର୍ ପ୍ରଶାସନ ଏସଏମସି ପାୱାର ଜେନେରେସନ୍ ଲିମିଟେଡ ହିର୍ମା ଏଲ.ଏନ.ମିଶ୍ର ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଆନନ୍ଦିନି ପାଢ଼ୀ ଓ ଜିଲ୍ଲା କଳା ସଂସ୍କୃତି ଉପ ସଭାପତି ସୁରଙ୍ଗ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଦୁଲଦୁଲି କୋର କମିଟି ସଦସ୍ୟ ପ୍ରତାପ ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହାପରେ ଦ୍ଵିତୀୟ ପର୍ଯ୍ୟାୟ ସାଂସ୍କୃତିକ କାର୍ଯକ୍ରମରେ କେନ୍ଦ୍ରାପଡ଼ା ନୃତ୍ୟମ ପକ୍ଷରୁ ମାହାରୀ, ସପ୍ତ୍ତର୍ଶି ଅନୁଷ୍ଠାନ ପକ୍ଷରୁ କଥକ ମାଳା, ଆସାମ ବର୍ନୋଇ ସାପୋରି ସାଂସ୍କୃତିକ ଗୋଷ୍ଠି ଙ୍କ ଆସାମୀ ଲୋକନୃତ୍ୟ, ଝାରସୁଗୁଡା ରେଲୱେ ଓଡ଼ିଆ ସାଂସ୍କୃତିକ ସଂଘ ପକ୍ଷରୁ ଓଡ଼ିଶୀ ନୃତ୍ୟ, ଜଳନ୍ଧର ପଞ୍ଜାବ ଶେର ଇ ପଞ୍ଜାବୀ ପକ୍ଷରୁ ଭାଙ୍ଗଡା , ଝାରସୁଗୁଡା ରାଇଁ ଝାଇଁଙ୍କ ପକ୍ଷରୁ ସମ୍ବଲପୁରୀ ନୃତ୍ୟ,ପଶ୍ଚିମବଙ୍ଗ ପୁରୁଲିଆ ତାରପଦ ଅନୁଷ୍ଠାନର ଛଉ ନୃତ୍ୟ ଏଵଂ ଅନ୍ତିମ ପର୍ଯ୍ୟାୟରେ ଭବାନୀପାଟଣା ମୃଣ୍ଜୟୀ କଲ୍ଚରାଲ ସୋସାଇଟି ପକ୍ଷରୁ ବଜାସାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଲୋକଙ୍କ ସମାଗମ ହୋଇଥିଲା ।
The post ଝାରସୁଗୁଡ଼ା ଜିଲ୍ଲା ୨୨ ତମ ଲୋକ ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା appeared first on Odisha.News.