ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସମ୍ବଲପୁର,୩ା୨(ପ୍ରମୋଦ ବହିଦାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ବତନ୍ତ୍ର ବିମାନରେ ଆସି ଶନିବାର ଅପରାହ୍ନରେ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ସେଠାରୁ ସେ ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁର ଗସ୍ତ କରିବେ। ବସନ୍ତପୁରଠାରେ ନୂତନ ଭାବେ ନିର୍ମିତ  ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦ୍‌ଘାଟନ କରିବେ। ଏହାସହ ୬୮ ହଜାର ୧୬୦ କୋଟି ବ୍ୟୟ ଅଟକଳରେ ପ୍ରାୟ ୭ ପ୍ରକଳ୍ପ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି।  ସେଥିମଧ୍ୟରେ ଏମ୍‌ସିଏଲ୍‌ର ୨୧୪୫ କୋଟି ଟଙ୍କା ବ୍ୟୟ ଅଟକଳରେ ୪ଟି […] The post ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି appeared first on Dharitri Odia News.

ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସମ୍ବଲପୁର,୩ା୨(ପ୍ରମୋଦ ବହିଦାର): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସ୍ବତନ୍ତ୍ର ବିମାନରେ ଆସି ଶନିବାର ଅପରାହ୍ନରେ ଝାରସୁଗୁଡ଼ାରେ ପହଞ୍ଚିଛନ୍ତି। ସେଠାରୁ ସେ ବାୟୁସେନାର ଏକ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ସମ୍ବଲପୁର ଗସ୍ତ କରିବେ।

ବସନ୍ତପୁରଠାରେ ନୂତନ ଭାବେ ନିର୍ମିତ  ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦ୍‌ଘାଟନ କରିବେ। ଏହାସହ ୬୮ ହଜାର ୧୬୦ କୋଟି ବ୍ୟୟ ଅଟକଳରେ ପ୍ରାୟ ୭ ପ୍ରକଳ୍ପ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି।  ସେଥିମଧ୍ୟରେ ଏମ୍‌ସିଏଲ୍‌ର ୨୧୪୫ କୋଟି ଟଙ୍କା ବ୍ୟୟ ଅଟକଳରେ ୪ଟି ପ୍ରକଳ୍ପ, ରେଲଓ୍ବେର ସମ୍ବଲପୁର ରେଳ ଷ୍ଟେଶନର ୩୪୮ କୋଟି ଟଙ୍କା ବ୍ୟୟ ଅଟକଳରେ ନବୀକରଣ, ୧୫୩୯ କୋଟି ଟଙ୍କା ବ୍ୟୟରେ ସମ୍ବଲପୁର-ତାଳଚେର ଦୋହରୀକରଣ ରେଳ ଲାଇନର ଲୋକାର୍ପଣ, ଏନଏଲ୍ସିର ୨୭ ହଜାର ଟଙ୍କା ବ୍ୟୟରେ ୨୪୦୦ ମେଗାୱାଟ କ୍ଷମତା ବିଶିଷ୍ଟ ତାପଜ ବିଦ୍ୟତ୍‌ ପ୍ରକଳ୍ପ ଆଦି ଅନ୍ତର୍ଭୁକ୍ତ। ଅପରାହ୍ନ ୨ଟା ୪୫ରେ ପ୍ରଧାନମନ୍ତ୍ରୀ ମୋଦି ରେମେଡ ପଡ଼ିଆରେ ଆୟୋଜିତ ବିଶାଳ ଗ୍ୟାରେଣ୍ଟି ସମାବେଶକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି।

The post ଝାରସୁଗୁଡ଼ାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି appeared first on Dharitri Odia News.