ସେବା ବଞ୍ଚିବାର ଶୈଳୀ ଶିକ୍ଷା ଦିଏ

ଅମରପାଲି,୨୬।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦ୍ୱାରା ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଛି। ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ହିମାଂଶୁ ଶେଖର ପାଢ଼ୀ ସଭାପତି ଭାବରେ ଯୋଗଦେଇ ଏନଏସଏସର ସ୍ବେଚ୍ଛାସେବୀ ହେବା ସୌଭାଗ୍ୟ କଥା ଏବଂ ଏହା ଗାଉଁଲି ଜୀବନଠୁ ସହରୀ ଜୀବନ ବଞ୍ଚିବାର ଶୈଳୀ ଶିକ୍ଷା ଦିଏ ବୋଲି ମତବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ […] The post ସେବା ବଞ୍ଚିବାର ଶୈଳୀ ଶିକ୍ଷା ଦିଏ appeared first on Dharitri Odia News.

ସେବା ବଞ୍ଚିବାର ଶୈଳୀ ଶିକ୍ଷା ଦିଏ

ଅମରପାଲି,୨୬।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା ଦ୍ୱାରା ଜାତୀୟ ସେବା ଯୋଜନା ଦିବସ ପାଳିତ ହୋଇଛି। ଏହି ଅବସରରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଡଃ. ହିମାଂଶୁ ଶେଖର ପାଢ଼ୀ ସଭାପତି ଭାବରେ ଯୋଗଦେଇ ଏନଏସଏସର ସ୍ବେଚ୍ଛାସେବୀ ହେବା ସୌଭାଗ୍ୟ କଥା ଏବଂ ଏହା ଗାଉଁଲି ଜୀବନଠୁ ସହରୀ ଜୀବନ ବଞ୍ଚିବାର ଶୈଳୀ ଶିକ୍ଷା ଦିଏ ବୋଲି ମତବ୍ୟକ୍ତ କରିଥିଲେ।

ମହାବିଦ୍ୟାଳୟ ପରିଚାଳନା ପରିଷଦ ସଭାପତି ସ୍ବୟମ୍ଭୁନାଥ ଖଣ୍ଡଗିରି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅନ୍ୟର ସେବା କରିବାରେ ନିଜକୁ ନିୟୋଜିତ କଲେ ମଣିଷ ଜୀବନ ସାର୍ଥକ ହୁଏ ବୋଲି ମତବ୍ୟକ୍ତ କରିଥିଲେ। ଅଧ୍ୟାପକ ବିଜୟ କୁମାର ପୁରୋହିତ ଜାତୀୟ ସେବା ଯୋଜନାର ଲକ୍ଷ୍ୟ ଏବଂ ମଣିଷ ଜୀବନରେ ସେବାର ମହତ୍ୱ ସମ୍ପର୍କରେ ଆଲୋକପାତ କରିଥିବାବେଳେ ଅଧ୍ୟାପକ ଶିବ କୁମାର ପୁରୋହିତ, ଜିତେନ୍ଦ୍ର କୁମାର ସାହୁ, ସିଦ୍ଧେଶ୍ୱର ତ୍ରିପାଠୀ ବିଭିନ୍ନ ଦୃଷ୍ଟାନ୍ତ ଦେଇ ଅନ୍ୟକୁ ସେବାକରିବା ଓ ଜାତୀୟ ସେବଯୋଜନାର ବିଶେଷତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ।

ଜାତୀୟ ସେବା ଯୋଜନା ସଂଚାଳିକା ଯାମିନୀ ଦାଶ ସଭା ସଂଯୋଜନା କରିଥିବାବେଳେ ଛାତ୍ରୀ ସୃଜନୀକା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବୀରମହାରାଜପୁର ମହାବିଦ୍ୟାଳୟ ସେବା ଯୋଜନା ମାଧ୍ୟମରେ ବୃକ୍ଷ ରୋପଣ, ରକ୍ତ ଦାନ ଶିବିର ଏବଂ ସ୍ବଚ୍ଛତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ନିଷ୍ପତି ନିଆଯାଇଥିଲା। ଏହି ସଭାରେ ବହୁ ସଂଖ୍ୟାରେ ଛାତ୍ରୀଛାତ୍ର, ଅଧ୍ୟାପିକା, ଅଧ୍ୟାପକ ଏବଂ ଅଣଶିକ୍ଷା କର୍ମଚାରୀ ଉପସ୍ଥିତ ଥିଲେ।

The post ସେବା ବଞ୍ଚିବାର ଶୈଳୀ ଶିକ୍ଷା ଦିଏ appeared first on Dharitri Odia News.