୧୯ ବର୍ଷ ପରେ ଫେରୁଛି ଶକ୍ତିମାନ, ମୁକେଶ ଖାନ୍ନାଙ୍କ ଲୁକ୍ ଦେଖି ମନେ ପକାଇଲେ ପିଲାଦିନ
ନୂଆଦିଲ୍ଲୀ: ୯୦ ଦଶକରେ ଛୋଟ ପରଦାର ଲୋକପ୍ରିୟ ଶୋ ଶକ୍ତିମାନ୍। ଏହି ଧାରାବାହିକ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ମୁକେଶ ଖାନ୍ନା। ସେ ଏଥିରେ ଶକ୍ତି ଓ ଗଙ୍ଗାଧର ଭୂମିକାରେ ଅଭିନୟ କରିଥିଲେ। ପ୍ରତିଟି ଘରେ ବିଶେଷ କରି ଛୋଟ ଛୋଟ ପିଲାମାନଙ୍କ ମନ ଜିଣିଥିଲା ଧାରାବାହିକ ଶକ୍ତିମାନ। ଏପରିକି ଅନେକ ଶକ୍ତିମାନଙ୍କ ପ୍ରଶଂସକ ଥିଲେ।ଏପରି ପରିସ୍ଥିତିରେ, ପ୍ରଶଂସକମାନେ ୧୯୯୭ ରୁ ୨୦୨୪ ପର୍ଯ୍ୟନ୍ତ ଏହି ଶୋ’ର ଚରିତ୍ରଗୁଡ଼ିକୁ ମନେ ରଖିଛନ୍ତି। ୧୯ ବର୍ଷ ପରେ ଫେରୁଛନ୍ତି ସୁପର ହିରୋ ଶକ୍ତିମାନ। ଏହାକୁ ଦେଖିବାକୁ ବେଶ ଉତ୍ସାହର ସହ ଚାହିଁରହିଛନ୍ତି ପ୍ରଶଂସକ।ମୁକେଶ ଖାନ୍ନା ପ୍ରଶଂସକଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ, ତାହା ପାଳନ କରିଛନ୍ତି। ୯୦ ଦଶକର ଲୋକପ୍ରିୟ ସୁପରହିଟ୍ ସୋ 'ଶକ୍ତିମାନ'କୁ ଫେରାଇ ଆଣିବେ। ମୁକେଶ ଖାନ୍ନା ସୋସିଆଲ ମିଡିଆରେ 'ଶକ୍ତିମାନ'ର ଟିଜର ରିଲିଜ କରିଛନ୍ତି।View this post on InstagramA post shared by Mukesh Khanna (@iammukeshkhanna)ମୁକେଶ ଖାନ୍ନାଙ୍କ ୟୁଟ୍ୟୁବ ଚ୍ୟାନେଲ ଭୀଷ୍ମ ଇଣ୍ଟରନ୍ୟାସନାଲରେ ଏହାର ଏକ ଟିଜର ରିଲିଜ ହୋଇଛି, ଯେଉଁଥିରେ ଲେଖାଯାଇଛି ଯେ, ଆଜିକାଲି ଅନ୍ଧକାର ଏବଂ ମନ୍ଦ ପିଲାମାନଙ୍କ ଉପରେ ପ୍ରାଧାନ୍ୟ ଦେଉଛି। ଏପରି ପରିସ୍ଥିତିରେ ଭୀଷ୍ମ ଇଣ୍ଟରନ୍ୟାସନାଲ ଭାରତର ପ୍ରଥମ ସୁପର ଟିଜର୍ ଶକ୍ତିମାନଙ୍କୁ ଫେରାଇ ଆଣିଛନ୍ତି। ଏହି ଭିଡିଓରେ ଆହୁରି ମଧ୍ୟ ମୁକେଶ ଖାନ୍ନା ଦେ
ନୂଆଦିଲ୍ଲୀ: ୯୦ ଦଶକରେ ଛୋଟ ପରଦାର ଲୋକପ୍ରିୟ ଶୋ ଶକ୍ତିମାନ୍। ଏହି ଧାରାବାହିକ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ ମୁକେଶ ଖାନ୍ନା। ସେ ଏଥିରେ ଶକ୍ତି ଓ ଗଙ୍ଗାଧର ଭୂମିକାରେ ଅଭିନୟ କରିଥିଲେ। ପ୍ରତିଟି ଘରେ ବିଶେଷ କରି ଛୋଟ ଛୋଟ ପିଲାମାନଙ୍କ ମନ ଜିଣିଥିଲା ଧାରାବାହିକ ଶକ୍ତିମାନ। ଏପରିକି ଅନେକ ଶକ୍ତିମାନଙ୍କ ପ୍ରଶଂସକ ଥିଲେ।
ଏପରି ପରିସ୍ଥିତିରେ, ପ୍ରଶଂସକମାନେ ୧୯୯୭ ରୁ ୨୦୨୪ ପର୍ଯ୍ୟନ୍ତ ଏହି ଶୋ’ର ଚରିତ୍ରଗୁଡ଼ିକୁ ମନେ ରଖିଛନ୍ତି। ୧୯ ବର୍ଷ ପରେ ଫେରୁଛନ୍ତି ସୁପର ହିରୋ ଶକ୍ତିମାନ। ଏହାକୁ ଦେଖିବାକୁ ବେଶ ଉତ୍ସାହର ସହ ଚାହିଁରହିଛନ୍ତି ପ୍ରଶଂସକ।
ମୁକେଶ ଖାନ୍ନା ପ୍ରଶଂସକଙ୍କୁ ଯେଉଁ ପ୍ରତିଶୃତି ଦେଇଥିଲେ, ତାହା ପାଳନ କରିଛନ୍ତି। ୯୦ ଦଶକର ଲୋକପ୍ରିୟ ସୁପରହିଟ୍ ସୋ 'ଶକ୍ତିମାନ'କୁ ଫେରାଇ ଆଣିବେ। ମୁକେଶ ଖାନ୍ନା ସୋସିଆଲ ମିଡିଆରେ 'ଶକ୍ତିମାନ'ର ଟିଜର ରିଲିଜ କରିଛନ୍ତି।
ମୁକେଶ ଖାନ୍ନାଙ୍କ ୟୁଟ୍ୟୁବ ଚ୍ୟାନେଲ ଭୀଷ୍ମ ଇଣ୍ଟରନ୍ୟାସନାଲରେ ଏହାର ଏକ ଟିଜର ରିଲିଜ ହୋଇଛି, ଯେଉଁଥିରେ ଲେଖାଯାଇଛି ଯେ, ଆଜିକାଲି ଅନ୍ଧକାର ଏବଂ ମନ୍ଦ ପିଲାମାନଙ୍କ ଉପରେ ପ୍ରାଧାନ୍ୟ ଦେଉଛି। ଏପରି ପରିସ୍ଥିତିରେ ଭୀଷ୍ମ ଇଣ୍ଟରନ୍ୟାସନାଲ ଭାରତର ପ୍ରଥମ ସୁପର ଟିଜର୍ ଶକ୍ତିମାନଙ୍କୁ ଫେରାଇ ଆଣିଛନ୍ତି। ଏହି ଭିଡିଓରେ ଆହୁରି ମଧ୍ୟ ମୁକେଶ ଖାନ୍ନା ଦେଶ ସ୍ୱାଧୀନତା ପାଇଁ ଏକ ଗୀତ ଗାଇଥିବାର ନଜର ଆସିଛନ୍ତି।