ଝାରସୁଗୁଡ଼ାରେ ଲାଗିଛି ହୋର୍ଡିଂ! ‘ଭାଜପା ବିଜୟର ସୂତ୍ରଧର ପାଣ୍ଡୁ ଧନ୍ୟବାଦ’
ଭୁବନେଶ୍ୱର,୭।୬: ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ଚର୍ଚ୍ଚାରେ ରହିଛନ୍ତି ଦଳୀୟ ନେତା କାର୍ତ୍ତିକ ପାଣ୍ଡିଆନ। କାରଣ ସେ ପ୍ରତ୍ୟକ୍ଷ ଭାବେ ଭାଜପା ନେତାଙ୍କୁ ଟାର୍ଗେଟ କରିବା ସହ ବିଜେଡି ନ ଜିତିଲେ ସନ୍ନ୍ୟାସ ନେଇଯିବେ ବୋଲି କହିଥିଲେ। ଏଣୁ ଏବେ ତାଙ୍କୁ ନେଇ ନାନାଦି ଚର୍ଚ୍ଚା ହୋଇଛି। ସେ ଦିଲ୍ଲୀ ଯାଇଥିବା ନେଇ ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏସବୁ ମଧ୍ୟରେ ଏକ ହୋର୍ଡିଂକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଭାଇରାଲ […] The post ଝାରସୁଗୁଡ଼ାରେ ଲାଗିଛି ହୋର୍ଡିଂ! ‘ଭାଜପା ବିଜୟର ସୂତ୍ରଧର ପାଣ୍ଡୁ ଧନ୍ୟବାଦ’ appeared first on Dharitri Odia News.
ଭୁବନେଶ୍ୱର,୭।୬: ୨୦୨୪ ସାଧାରଣ ନିର୍ବାଚନରେ ବିଜେଡିର ପରାଜୟ ପରେ ଚର୍ଚ୍ଚାରେ ରହିଛନ୍ତି ଦଳୀୟ ନେତା କାର୍ତ୍ତିକ ପାଣ୍ଡିଆନ। କାରଣ ସେ ପ୍ରତ୍ୟକ୍ଷ ଭାବେ ଭାଜପା ନେତାଙ୍କୁ ଟାର୍ଗେଟ କରିବା ସହ ବିଜେଡି ନ ଜିତିଲେ ସନ୍ନ୍ୟାସ ନେଇଯିବେ ବୋଲି କହିଥିଲେ। ଏଣୁ ଏବେ ତାଙ୍କୁ ନେଇ ନାନାଦି ଚର୍ଚ୍ଚା ହୋଇଛି। ସେ ଦିଲ୍ଲୀ ଯାଇଥିବା ନେଇ ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଛି। ଏସବୁ ମଧ୍ୟରେ ଏକ ହୋର୍ଡିଂକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି।
ଭାଇରାଲ ହେଉଥିବା ହୋର୍ଡିଂ ଝାରସୁଗୁଡ଼ା ପୁରୁଣା ବସ୍ଷ୍ଟାଣ୍ଡରେ ଲାଗିଥିବା କୁହାଯାଉଛି। ଏଥିରେ ପାଣ୍ଡିଆନଙ୍କ ଫଟୋ ସହ ତାଙ୍କୁ ଭାଜପା ବିଜୟର ସୂତ୍ରଧର ବୋଲି ଉଲ୍ଲେଖ କରାଯାଇଛି। ଏହାଛଡ଼ା ସହରର ବିଭିନ୍ନ ସ୍ଥାନରେ ପାଣ୍ଡିଆନଙ୍କ ଫଟୋ ଥିବା ପୋଷ୍ଟର ମଧ୍ୟ ଲାଗିଥିବା ଚର୍ଚ୍ଚା ହେଉଛି। କେବଳ ଗୋଟିଏ ସ୍ଥାନରେ ଲାଗିଥିବା ହୋର୍ଡିଂ ତଳେ ‘ସଞ୍ଜୁ ପଣ୍ଡିତ’ ବୋଲି ଦର୍ଶାଯାଇଥିବା ବେଳେ ଅନ୍ୟ ପୋଷ୍ଟରରେ ଏହି ଧନ୍ୟବାଦ ବାର୍ତ୍ତା ଜଣାଇଥିବା ବ୍ୟକ୍ତିଙ୍କ ନାମ ଉଲ୍ଲେଖ ନାହିଁ।
The post ଝାରସୁଗୁଡ଼ାରେ ଲାଗିଛି ହୋର୍ଡିଂ! ‘ଭାଜପା ବିଜୟର ସୂତ୍ରଧର ପାଣ୍ଡୁ ଧନ୍ୟବାଦ’ appeared first on Dharitri Odia News.