ଆସନ୍ତା ୧୦ରେ ଜନତା ମଇଦାନରେ ହେବ ଭାଜପା ସରକାରର ଶପଥ ଗ୍ରହଣ ସମାରୋହ

ଭୁବନେଶ୍ୱର,୬।୬: ରାଜ୍ୟରେ ଭାଜପା ବହୁମତ ପାଇ ସରକାର ଗଢିବାକୁ ଯାଉଛି। ତେବେ ଭାଜପା ସରକାରର ଶପଥ ସମାରୋହ ଆସନ୍ତା ୧୦ତାରିଖରେ ଜନତା ମଇଦାନ ଠାରେ ଆୟୋଜନ ହେବ। ଦଳର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବେ। ଆଜି ଏ ନେଇ ସରକାରୀ ଭାବେ ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଯାଇଛି। ଏହି ଉତ୍ସବରେ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ଭାଜପା […] The post ଆସନ୍ତା ୧୦ରେ ଜନତା ମଇଦାନରେ ହେବ ଭାଜପା ସରକାରର ଶପଥ ଗ୍ରହଣ ସମାରୋହ appeared first on Dharitri Odia News.

ଆସନ୍ତା ୧୦ରେ ଜନତା ମଇଦାନରେ ହେବ ଭାଜପା ସରକାରର ଶପଥ ଗ୍ରହଣ ସମାରୋହ

ଭୁବନେଶ୍ୱର,୬।୬: ରାଜ୍ୟରେ ଭାଜପା ବହୁମତ ପାଇ ସରକାର ଗଢିବାକୁ ଯାଉଛି। ତେବେ ଭାଜପା ସରକାରର ଶପଥ ସମାରୋହ ଆସନ୍ତା ୧୦ତାରିଖରେ ଜନତା ମଇଦାନ ଠାରେ ଆୟୋଜନ ହେବ। ଦଳର ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନେ ଶପଥ ନେବେ। ଆଜି ଏ ନେଇ ସରକାରୀ ଭାବେ ବରିଷ୍ଠ ଅଧିକାରୀମାନଙ୍କୁ ଅବଗତ କରାଯାଇଛି। ଏହି ଉତ୍ସବରେ ଏନଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଅନ୍ୟପଟେ ଭାଜପା ରାଜ୍ୟରେ କାହାକୁ ମୁଖ୍ୟମନ୍ତ୍ରୀ କରିବ ସେନେଇ ଏ ପର୍ଯ୍ୟନ୍ତ କିଛି ନିଷ୍ପତ୍ତି ହୋଇନାହିଁ। ଭାଜପା ସଂସଦୀୟ ଦଳ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ। ତେବେ ଆସନ୍ତା ୯ ତାରିଖରେ ଭାଜପା ବିଧାୟକ ଦଳ ବୈଠକ ବସିବା ନେଇ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଥିବା ଦଳ ସୂତ୍ରରୁ ସୂଚନା ମିଳିଛି।

 

The post ଆସନ୍ତା ୧୦ରେ ଜନତା ମଇଦାନରେ ହେବ ଭାଜପା ସରକାରର ଶପଥ ଗ୍ରହଣ ସମାରୋହ appeared first on Dharitri Odia News.