୩୧ ବର୍ଷ ପରେ ଜ୍ଞାନବାପିରେ ହେଲା ମଙ୍ଗଳ ଆଳତି, ଅଦାଲତଙ୍କ ରାୟ ପରେ ହିନ୍ଦୁ ଆବେଦନକାରୀ କଲେ ପୂଜା

ପ୍ରୟାଗରାଜ,୧।୨: ଉତ୍ତରପ୍ରଦେଶର ବାରାଣସୀ ଜିଲା ଅଦାଲତଙ୍କ ଆଦେଶ ପରେ ୩୧ ବର୍ଷ ପରେ ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରେ ଥିବା ‘ବ୍ୟାସ୍‌ କା ତେଖାନା’ରେ ଗୁରୁବାର ପୂଜାପାଠ କରାଯାଇଛି। ବିଶ୍ୱନାଥ ମନ୍ଦିରର ମୁଖ୍ୟ ପୂଜାରୀ ଓମ ପ୍ରକାଶ ମିଶ୍ର ଏବଂ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଶୁଭ ମୂହୁର୍ତ୍ତ ବାହାର କରିଥିବା ଗଣେଶ୍ୱର ଦ୍ରାବିଡ଼ ତେଖାନାରେ ପୂଜା କରିଛନ୍ତି। ଏଥିଲାଗି ବୁଧବାର ବିଳମ୍ବିତ ରାତିରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହି ପୂଜାରେ ସାମିଲ ହେବାକୁ ଶ୍ରଦ୍ଧାଳୁମାନେ ପହଞ୍ଚିଥିଲେ। ଭିଡକୁ […] The post ୩୧ ବର୍ଷ ପରେ ଜ୍ଞାନବାପିରେ ହେଲା ମଙ୍ଗଳ ଆଳତି, ଅଦାଲତଙ୍କ ରାୟ ପରେ ହିନ୍ଦୁ ଆବେଦନକାରୀ କଲେ ପୂଜା appeared first on Dharitri Odia News.

୩୧ ବର୍ଷ ପରେ ଜ୍ଞାନବାପିରେ ହେଲା ମଙ୍ଗଳ ଆଳତି, ଅଦାଲତଙ୍କ ରାୟ ପରେ ହିନ୍ଦୁ ଆବେଦନକାରୀ କଲେ ପୂଜା

ପ୍ରୟାଗରାଜ,୧।୨: ଉତ୍ତରପ୍ରଦେଶର ବାରାଣସୀ ଜିଲା ଅଦାଲତଙ୍କ ଆଦେଶ ପରେ ୩୧ ବର୍ଷ ପରେ ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରେ ଥିବା ‘ବ୍ୟାସ୍‌ କା ତେଖାନା’ରେ ଗୁରୁବାର ପୂଜାପାଠ କରାଯାଇଛି। ବିଶ୍ୱନାଥ ମନ୍ଦିରର ମୁଖ୍ୟ ପୂଜାରୀ ଓମ ପ୍ରକାଶ ମିଶ୍ର ଏବଂ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଶୁଭ ମୂହୁର୍ତ୍ତ ବାହାର କରିଥିବା ଗଣେଶ୍ୱର ଦ୍ରାବିଡ଼ ତେଖାନାରେ ପୂଜା କରିଛନ୍ତି। ଏଥିଲାଗି ବୁଧବାର ବିଳମ୍ବିତ ରାତିରୁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଏହି ପୂଜାରେ ସାମିଲ ହେବାକୁ ଶ୍ରଦ୍ଧାଳୁମାନେ ପହଞ୍ଚିଥିଲେ। ଭିଡକୁ ଦେଖି ଜ୍ଞାନବାପୀର ଗେଟ୍‌ ନମ୍ବର ୩କୁ ବନ୍ଦ କରି ଦିଆଯାଇଛି। ଏହା ପରେ ବିଧି ବିଧାନରେ ମଙ୍ଗଳ ଆଳତୀ ପୂଜା ହୋଇଥିବା ଜଣାପଡ଼ିଛି।

ତେବେ ୧୯୯୩ରେ ‘ବ୍ୟାସ୍‌ କା ତେଖାନା’ରେ ପୂଜା କରିବା ଉପରେ ରୋକୋ ଲଗାଇ ଦିଆଯାଇଥିଲା। ଏହା ବିପକ୍ଷରେ ହିନ୍ଦୁ ପକ୍ଷ ଅଦାଲତର ଦ୍ୱାରସ୍ଥ ହୋଇଥିଲେ। ବୁଧବାର ଐତିହାସିକ ରାୟ ଦେଇ ସ୍ଥାନୀୟ ଅଦାଲତ ଜ୍ଞାନବାପୀ ମସ୍‌ଜିଦ୍‌ ପରିସରରେ ହିନ୍ଦୁ ଆବେଦନକାରୀମାନେ ପୂଜା କରିପାରିବେ ବୋଲି କହିଥିଲେ। ଏହାପରଠାରୁ ମସ୍‌ଜିଦ୍‌ ବାହାରେ ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ଜିଲା ପ୍ରଶାସନ ତେଖାନା ପାଖରେ ଲାଗିଥିବା ବ୍ୟାରିକେଡକୁ ହଟାଇ ଦେଇଛି। ବିଳମ୍ବିତ ରାତିରେ ବ୍ୟବସ୍ଥା ପରଖିବା ପରେ ଜିଲାପାଳ ଏବଂ କମିଶନଙ୍କୁ ମଧ୍ୟ ସେଠାରୁ ବାହାରୁଥିବା ଦେଖାଯାଇଥିଲା। ଏହି ଅବସରରେ ଜିଲାପାଳ କୋର୍ଟଙ୍କ ଆଦେଶ ପାଳନ କରାଯାଇଥିବା କହିଥିଲେ।

The post ୩୧ ବର୍ଷ ପରେ ଜ୍ଞାନବାପିରେ ହେଲା ମଙ୍ଗଳ ଆଳତି, ଅଦାଲତଙ୍କ ରାୟ ପରେ ହିନ୍ଦୁ ଆବେଦନକାରୀ କଲେ ପୂଜା appeared first on Dharitri Odia News.