ଝାରସୁଗୁଡାରେ ବୟାନ ରେକର୍ଡ କରାଇବାକୁ ଇଛୁକ ଦୀପାଳି, ହାଜର ନହୋଇ ଲୋଡିଲେ ମହଲତ
କଟକ ୦୩/୦୩: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚରେ ହାଜର ହେଲେନି ଝିଅ ଦୀପାଳି ଦାସ । ହାଜର ନ ହେବାକୁ ଫୋନରେ ଜଣାଇବା ସହ ସମୟ ମାଗିଛନ୍ତି ଦୀପାଳି । ଦୀପାଳି ତଦନ୍ତକାରୀ ଅଧିକାରୀଙ୍କୁ ଫୋନ୍ କରି ସମୟ ମାଗିଥିବା ସୂଚନା ମିଳିଛି। ଅନ୍ୟ କୌଣସି ଦିନ ଷ୍ଟେଟମେଣ୍ଟ ରେକର୍ଡ ପାଇଁ ସେ ସମୟ ମାଗିଛନ୍ତି। ଆହୁରି ବି ସେ ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡ଼ାରେ ବୟାନ ଦେବାକୁ ଦୀପାଳି ଜଣାଇଛନ୍ତି । ତେବେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ହାଜର ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । କାରଣ ଦୀପାଳି ଓ ବିଶାଳଙ୍କୁ ହାଜର ହେବାକୁ କ୍ରାଇମବ୍ରାଞ୍ଚ ନୋଟିସ୍ କରିଥିଲା। ଏଠି ପ୍ରଶ୍ନ ଉଠୁଛି ଦୀପାଳି କାହିଁକି କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେଲେନି, କ’ଣ କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡ଼ାରେ ବୟାନ ଦେବାକୁ କହିଲେ । ସେପଟେ ପୂର୍ବରୁ ସିବିଆଇ ତଦନ୍ତ ପ୍ରସଙ୍ଗ ଉଠାଇଥିଲେ ଦୀପାଳି । ଏଥିପାଇଁ ଲିଖିତ ଭାବେ ଜଣାଇବାକୁ ରାଜ୍ୟ ସରକାରଙ୍କ ତରଫରୁ କୁହାଯିବା ପରେ ପରିବାର ସହ ଆଲୋଚନା କରି ଲିଖିତ ଭାବେ ଦେବାକୁ ନିଷ୍ପତ୍ତି ନେବୁ ବୋଲି ଦୀପାଳି କହିଥିଲେ । also read...ନବ ଦାସ ହତ୍ୟା ମାମଲା, ପୁଅ, ଝିଅଙ୍କୁ ହାଜର ହେବାକୁ କ୍ରାଇମବ୍ରାଞ୍ଚର ନୋଟିସ୍୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସ
କଟକ ୦୩/୦୩: ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚରେ ହାଜର ହେଲେନି ଝିଅ ଦୀପାଳି ଦାସ । ହାଜର ନ ହେବାକୁ ଫୋନରେ ଜଣାଇବା ସହ ସମୟ ମାଗିଛନ୍ତି ଦୀପାଳି । ଦୀପାଳି ତଦନ୍ତକାରୀ ଅଧିକାରୀଙ୍କୁ ଫୋନ୍ କରି ସମୟ ମାଗିଥିବା ସୂଚନା ମିଳିଛି। ଅନ୍ୟ କୌଣସି ଦିନ ଷ୍ଟେଟମେଣ୍ଟ ରେକର୍ଡ ପାଇଁ ସେ ସମୟ ମାଗିଛନ୍ତି।
ଆହୁରି ବି ସେ ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡ଼ାରେ ବୟାନ ଦେବାକୁ ଦୀପାଳି ଜଣାଇଛନ୍ତି । ତେବେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କ ହାଜର ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । କାରଣ ଦୀପାଳି ଓ ବିଶାଳଙ୍କୁ ହାଜର ହେବାକୁ କ୍ରାଇମବ୍ରାଞ୍ଚ ନୋଟିସ୍ କରିଥିଲା।
ଏଠି ପ୍ରଶ୍ନ ଉଠୁଛି ଦୀପାଳି କାହିଁକି କ୍ରାଇମବ୍ରାଞ୍ଚ ନିକଟରେ ହାଜର ହେଲେନି, କ’ଣ କ୍ରାଇମବ୍ରାଞ୍ଚ ଅଫିସ ପରିବର୍ତ୍ତେ ଝାରସୁଗୁଡ଼ାରେ ବୟାନ ଦେବାକୁ କହିଲେ । ସେପଟେ ପୂର୍ବରୁ ସିବିଆଇ ତଦନ୍ତ ପ୍ରସଙ୍ଗ ଉଠାଇଥିଲେ ଦୀପାଳି । ଏଥିପାଇଁ ଲିଖିତ ଭାବେ ଜଣାଇବାକୁ ରାଜ୍ୟ ସରକାରଙ୍କ ତରଫରୁ କୁହାଯିବା ପରେ ପରିବାର ସହ ଆଲୋଚନା କରି ଲିଖିତ ଭାବେ ଦେବାକୁ ନିଷ୍ପତ୍ତି ନେବୁ ବୋଲି ଦୀପାଳି କହିଥିଲେ ।
also read...
ନବ ଦାସ ହତ୍ୟା ମାମଲା, ପୁଅ, ଝିଅଙ୍କୁ ହାଜର ହେବାକୁ କ୍ରାଇମବ୍ରାଞ୍ଚର ନୋଟିସ୍
୨୦୨୩ ମସିହା ଜାନୁଆରୀ ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରର ଗାନ୍ଧି ଛକରେ ଦିନ ପ୍ରାୟ ସାଢ଼େ ୧୧ଟା ବେଳେ ନବ ଦାସଙ୍କ ଉପରକୁ ଗୁଳିମାଡ଼ କରାଯାଇଥିଲା । ନବ ଦାସ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ବ୍ରଜରାଜନଗର ଯାଇଥିଲେ। କାର୍ଯ୍ୟକ୍ରମ ସ୍ଥଳ ନିକଟରେ ସେ ଗାଡ଼ିରୁ ଓହ୍ଲାଇବା ମାତ୍ରେ ତାଙ୍କ ଉପରକୁ ଗୁଳି ମାଡ଼ ହୋଇଥିଲା। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା।
ବ୍ରଜରାଜନଗରର ଗାନ୍ଧି ଛକ ପୁଲିସ ଆଉଟପୋଷ୍ଟରେ ଏଏସ୍ଆଇ ଗୋପାଳ ଦାସ ତାଙ୍କ ଉପରକୁ ଗୁଳି କରିଥିଲା। ତାଙ୍କୁ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ଆଣି ଘରୋଇ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଝାରସୁଗୁଡାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି ବିଜେପି ନେତା ଜୟନାରାୟଣ ମିଶ୍ର ଅଭିଯୋଗ କରିଥିଲେ ।
ଅନ୍ୟପଟେ ଏହି ଲୋମହର୍ଷଣକାରୀ ହତ୍ୟାକାଣ୍ଡର ଏକମାତ୍ର ଅଭିଯୁକ୍ତ ଗୋପାଳ ଏବେ ଜେଲରେ ଅଛି । ଏବଂ ମାମଲା ଏବେ ନ୍ୟାୟାଳୟରେ ବିଚାରାଧୀନ ଅଛି।