ଝାରସୁଗୁଡ଼ାରୁ ବିମାନ ଚଳାଚଳ ବନ୍ଦ କଲା ସ୍ପାଇସ୍ଜେଟ୍
ଭୁବନେଶ୍ୱର,୩୧।୩: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସ୍ପାଇସ୍ଜେଟ୍ ଝାରସୁଗୁଡ଼ାରୁ ଦିଲ୍ଲୀକୁ ଚଳାଚଳ କରୁଥିବା ସମସ୍ତ ବିମାନକୁ ଆଜିଠାରୁ ସମ୍ପୂର୍ଣ୍ଣ ରୂପେ ଅପସାରଣ କରିଛି। ଝାରସୁଗୁଡ଼ା ବିମାନବନ୍ଦରରରୁ ସ୍ପାଇସ୍ ଜେଟ୍ତା ’ର ବିମାନ ସେବା ବିଭିନ୍ନ ସେକ୍ଟରରୁ ବନ୍ଦ କରିବାରେ ଲାଗିଥିବାରୁ ଯାତ୍ରୀଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। ସ୍ପାଇସଜେଟ୍ ପର୍ଯ୍ୟାୟକ୍ରମେ କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ମୁମ୍ୱାଇକୁ ବିମାନସେବା ବନ୍ଦକରିସାରିଥିବା ବେଳେ ଏବେ ଦିଲ୍ଲୀକୁ ବିମାନସେବା ବନ୍ଦ କରିଛି। ସୂଚନାଯୋଗ୍ୟ, ଗତ ୨୦୨୧ ମସିହାରେ ବେସାମରିକ ବିମାନ […] The post ଝାରସୁଗୁଡ଼ାରୁ ବିମାନ ଚଳାଚଳ ବନ୍ଦ କଲା ସ୍ପାଇସ୍ଜେଟ୍ appeared first on Dharitri Odia News.
ଭୁବନେଶ୍ୱର,୩୧।୩: ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସ୍ପାଇସ୍ଜେଟ୍ ଝାରସୁଗୁଡ଼ାରୁ ଦିଲ୍ଲୀକୁ ଚଳାଚଳ କରୁଥିବା ସମସ୍ତ ବିମାନକୁ ଆଜିଠାରୁ ସମ୍ପୂର୍ଣ୍ଣ ରୂପେ ଅପସାରଣ କରିଛି। ଝାରସୁଗୁଡ଼ା ବିମାନବନ୍ଦରରରୁ ସ୍ପାଇସ୍ ଜେଟ୍ତା ’ର ବିମାନ ସେବା ବିଭିନ୍ନ ସେକ୍ଟରରୁ ବନ୍ଦ କରିବାରେ ଲାଗିଥିବାରୁ ଯାତ୍ରୀଙ୍କ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି।
ସ୍ପାଇସଜେଟ୍ ପର୍ଯ୍ୟାୟକ୍ରମେ କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ମୁମ୍ୱାଇକୁ ବିମାନସେବା ବନ୍ଦକରିସାରିଥିବା ବେଳେ ଏବେ ଦିଲ୍ଲୀକୁ ବିମାନସେବା ବନ୍ଦ କରିଛି।
ସୂଚନାଯୋଗ୍ୟ, ଗତ ୨୦୨୧ ମସିହାରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଝାରସୁଗୁଡ଼ା ବିମାନବନ୍ଦରରେ ଜାତୀୟ ସ୍ତରର ଉଡାନ୍ ପର୍ବ ଅବସରରେ ଝାରସୁଗୁଡ଼ାରୁ ବିଭିନ୍ନ ସ୍ଥାନକୁ ବିମାନସେବା ଆରମ୍ଭ କରିଥିଲେ।
ଅନ୍ୟପଟେ ଇଣ୍ଡିଗୋ ଏୟାର ଲାଇନ୍ସ ଏପ୍ରିଲ ପହିଲାରୁ ଦିଲ୍ଲୀ ରୁଟ୍ରେ ଏହାର ସେବା ଆରମ୍ଭ କରିବା ନେଇ ଆବେଦନ କରିଥିବା ପୂର୍ବରୁ ସୂଚନା ମିଳିଥିଲେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଖାଲି ସେତିକି ନୁହେଁ, ବରଂ ଇଣ୍ଡିଗୋର ଏହି ରୁଟ୍ ସମର ସିଡ୍ୟୁଲ୍ରେ ସ୍ଥାନିତ ହୋଇଛି ନା ନାହିଁ ସେନେଇ ବିମାନ ବନ୍ଦର କର୍ତ୍ତୃପକ୍ଷ ବି ସ୍ପଷ୍ଟ ନଥିବା ବେଳେ ଟିକେଟ ବୁକିଂ ମଧ୍ୟ ଆରମ୍ଭ ହୋଇନି। ଏହାକୁ ନେଇ ଯାତ୍ରୀ ଏବେ ଦ୍ବନ୍ଦ୍ବରେ ପଡ଼ି ଯାଇଛନ୍ତି। ଝାରସୁଗୁଡ଼ା ବିମାନ ବନ୍ଦରରୁ ଦୈନିକ ୧୫୦ରୁ ଅଧିକ ଯାତ୍ରୀ ଦିଲ୍ଲୀ ଯାଉଥିବାରୁ ଏପ୍ରିଲ ପହିଲାରୁ ଏହି ଯାତ୍ରୀ କ’ଣ କରିବେ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
The post ଝାରସୁଗୁଡ଼ାରୁ ବିମାନ ଚଳାଚଳ ବନ୍ଦ କଲା ସ୍ପାଇସ୍ଜେଟ୍ appeared first on Dharitri Odia News.