ଝାଡ଼ଖଣ୍ଡରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା, ଏକାଧିକ ମୃତ
ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଘଟଣାସ୍ଥଳରୁ ୨ ମୃତଦେହ ଉଦ୍ଧାର ହୋଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି।
ଝାଡ଼ଖଣ୍ଡରେ ବଡ଼ଧରଣର ଟ୍ରେନ ଦୁର୍ଘଟଣା। ଜାମତରାର କଳାଝରିଆ ରେଳ ଷ୍ଟେସନରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ଏକାଧିକ ଲୋକଙ୍କ ପ୍ରାଣହାନୀ ହୋଇଥିବା ଆଶଙ୍କା କରାଯାଉଛି। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଘଟଣାସ୍ଥଳରୁ ୨ ମୃତଦେହ ଉଦ୍ଧାର ହୋଇଥିବାବେଳେ ଏକାଧିକ ଆହତ ହୋଇଛନ୍ତି।
#WATCH | Jharkhand: Rescue operations are underway at Kalajharia railway station in Jamtara after a train ran over several passengers. https://t.co/kVDqS0PetF pic.twitter.com/ItEVsMhzAJ — ANI (@ANI) February 28, 2024
ପ୍ରାଥମିକ ସୂଚନା ଆଧାରରେ ଷ୍ଟେସନରେ କିଛି ଯାତ୍ରୀଙ୍କ ଉପରେ ଟ୍ରେନଟି ମାଡ଼ିଯାଇଥିବା କୁହାଯାଉଛି। ଜାମତରା ଡେପୁଟୀ କମିଶନରଙ୍କ ସୂଚନା ଅନୁଯାୟୀ, କେତେ ଲୋକଙ୍କ ମୃତ୍ୟୁ ହୋଇଛି, ତାହା ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଘଟଣାସ୍ଥଳରେ ମେଡିକାଲ୍ ଟିମ୍ ଏବଂ ଆମ୍ବୁଲାନ୍ସ ପହଞ୍ଚିବା ସହ ଉଦ୍ଧାର କାର୍ଯ୍ୟ ଜାରି ରହିଛି।