ଲୁଟ୍‌ପାଟ୍‌ କଂଗ୍ରେସ ପାଇଁ ଅମ୍ଳଜାନ ସଦୃଶ: ମୋଦି

ନୂଆଦିଲ୍ଲୀ,୧୧ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମଧ୍ୟପ୍ରଦେଶର ଝାବୁଆରେ ପହଞ୍ଚି ୪,୫୫୦କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଦିବାସୀ ମହାକୁମ୍ଭରେ ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ସେ ଲୋକମାନଙ୍କୁ ସମ୍ବୋଧିତ କରିବା ବେଳେ କହିଥିଲେ, ମୁଁ ସେବକ ଭାବରେ ଏଠାକୁ ଆସିଛି। ଏହି ଯାତ୍ରା ମାଧ୍ୟମରେ ପ୍ରଧାନମନ୍ତ୍ରୀ ରାଜସ୍ଥାନ ଏବଂ ଗୁଜରାଟ ସୀମାବର୍ତ୍ତୀ ଝାବୁଆ ଆଦିବାସୀଙ୍କୁ ଆପଣାର କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ଏକ ରୋଡ୍‌ ଶୋ’ ମଧ୍ୟ […] The post ଲୁଟ୍‌ପାଟ୍‌ କଂଗ୍ରେସ ପାଇଁ ଅମ୍ଳଜାନ ସଦୃଶ: ମୋଦି appeared first on Dharitri Odia News.

ଲୁଟ୍‌ପାଟ୍‌ କଂଗ୍ରେସ ପାଇଁ ଅମ୍ଳଜାନ ସଦୃଶ: ମୋଦି

ନୂଆଦିଲ୍ଲୀ,୧୧ା୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମଧ୍ୟପ୍ରଦେଶର ଝାବୁଆରେ ପହଞ୍ଚି ୪,୫୫୦କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏହା ପରେ ପ୍ରଧାନମନ୍ତ୍ରୀ ମଧ୍ୟ ଆଦିବାସୀ ମହାକୁମ୍ଭରେ ଅଂଶଗ୍ରହଣ କରିଥିଲେ। ଯେଉଁଥିରେ ସେ ଲୋକମାନଙ୍କୁ ସମ୍ବୋଧିତ କରିବା ବେଳେ କହିଥିଲେ, ମୁଁ ସେବକ ଭାବରେ ଏଠାକୁ ଆସିଛି। ଏହି ଯାତ୍ରା ମାଧ୍ୟମରେ ପ୍ରଧାନମନ୍ତ୍ରୀ ରାଜସ୍ଥାନ ଏବଂ ଗୁଜରାଟ ସୀମାବର୍ତ୍ତୀ ଝାବୁଆ ଆଦିବାସୀଙ୍କୁ ଆପଣାର କରିବାକୁ ଚେଷ୍ଟା କରିଥିଲେ।

ଏହି ସମୟରେ ପ୍ରଧାନମନ୍ତ୍ରୀ ଏକ ରୋଡ୍‌ ଶୋ’ ମଧ୍ୟ କରିଥିଲେ, ଯେଉଁଠାରେ ସେ ଏକ ଖୋଲା ଜିପ୍‌ରେ ସଭାସ୍ଥଳରେ ପହଞ୍ଚିଥିଲେ। ଏହି ସମୟ ମଧ୍ୟରେ ଲୋକମାନେ ମୋଦି-ମୋଦି ସ୍ଲୋଗାନ ଦେଇ ପୁଷ୍ପ ବୃଷ୍ଟି କରି ସ୍ବାଗତ କରିଥିଲେ। ମୋହନ ଯାଦବ ଏବଂ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ ଜିପ୍‌ରେ ନଜର ଆସିଥିଲେ। ପ୍ରଧାନମନ୍ତ୍ରୀ ଉକ୍ତ ସମାବେଶକୁ ସମ୍ବୋଧିତ କରି କହିଥିଲେ ଯେ, ଲୁଟ୍‌ପାଟ୍‌ କଂଗ୍ରେସର ବିଭାଜନ ପାଇଁ ଅମ୍ଳଜାନ।’

The post ଲୁଟ୍‌ପାଟ୍‌ କଂଗ୍ରେସ ପାଇଁ ଅମ୍ଳଜାନ ସଦୃଶ: ମୋଦି appeared first on Dharitri Odia News.