ଗୋଲାପି ଶାଢ଼ିରେ କିମିଆ କଲେ ଆଲିଆ, ଯିଏ ଦେଖିଲା…

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ଭାବେ ଆଲିଆ ଭଟ୍ଟ ଜଣାଶୁଣା। ସେ ନିଜର ସୁନ୍ଦରତାକୁ ନେଇ ଯେତିକି ମନ ଜିଣନ୍ତି ସେତିକି ନିଜର ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟରେ ନିଆରା ସ୍ଥାନ ସୃଷ୍ଟି କରିଛନ୍ତି। ଫିଲ୍ମରେ ସେ ନଜର ଆସିଥିବା ପ୍ରତିଟି ଚରିତ୍ରରେ ନିଆରାପଣ ଝଲକେ। ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର’ରେ କଲେଜ ଛାତ୍ରୀ ହେଉ ଅବା ‘ଗାଙ୍ଗୁବାଇ କାଠିଆଓ୍ବାଡି’ରେ ତାଙ୍କ ଅଭିନୟ ଦେଖିଲେ ସ୍ବତଃପ୍ରବୃତ ଭାବେ ପାଟିରୁ ବାଃ ବାହାରିଆସେ। ଏବେ କିନ୍ତୁ ଆଲିଆ ଭିନ୍ନ […] The post ଗୋଲାପି ଶାଢ଼ିରେ କିମିଆ କଲେ ଆଲିଆ, ଯିଏ ଦେଖିଲା… appeared first on Dharitri Odia News.

ଗୋଲାପି ଶାଢ଼ିରେ କିମିଆ କଲେ ଆଲିଆ, ଯିଏ ଦେଖିଲା…

ମୁମ୍ବାଇ: ବଲିଉଡ୍‌ର ଚୁଲବୁଲି ଅଭିନେତ୍ରୀ ଭାବେ ଆଲିଆ ଭଟ୍ଟ ଜଣାଶୁଣା। ସେ ନିଜର ସୁନ୍ଦରତାକୁ ନେଇ ଯେତିକି ମନ ଜିଣନ୍ତି ସେତିକି ନିଜର ଅଭିନୟକୁ ନେଇ ଦର୍ଶକଙ୍କ ହୃଦୟରେ ନିଆରା ସ୍ଥାନ ସୃଷ୍ଟି କରିଛନ୍ତି। ଫିଲ୍ମରେ ସେ ନଜର ଆସିଥିବା ପ୍ରତିଟି ଚରିତ୍ରରେ ନିଆରାପଣ ଝଲକେ। ‘ଷ୍ଟୁଡେଣ୍ଟ ଅଫ୍‌ ଦ ଇଅର’ରେ କଲେଜ ଛାତ୍ରୀ ହେଉ ଅବା ‘ଗାଙ୍ଗୁବାଇ କାଠିଆଓ୍ବାଡି’ରେ ତାଙ୍କ ଅଭିନୟ ଦେଖିଲେ ସ୍ବତଃପ୍ରବୃତ ଭାବେ ପାଟିରୁ ବାଃ ବାହାରିଆସେ। ଏବେ କିନ୍ତୁ ଆଲିଆ ଭିନ୍ନ କାରଣକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି।

Alia Bhatt's Vintage Baby Pink Saree Ode to Rekha Wins Hearts Online

୧୯୮୧ରେ ରିଲିଜ ହୋଇଥିଲା ଏଭରଗ୍ରିନ ଅଭିନେତ୍ରୀ ରେଖାଙ୍କ ଫିଲ୍ମ ‘ଉମରାଓ ଜାନ୍‌’। ଏହା ବେଶ ଲୋକପ୍ରିୟ ହୋଇଥିଲା। ପୁଣିଥରେ ସିନେମାଘରେ ଏହାକୁ ରିଲିଜ କରାଯାଉଥିବାରୁ ସ୍ବତନ୍ତ୍ର ସ୍କ୍ରିନିଂ ବ୍ୟବସ୍ଥା କରାଯାଇଥିଲା। ରେଖାଙ୍କ ଆଇକନିକ୍‌ ଗୋଲାପୀ ଲୁକ୍‌କୁ ଆଲିଆ ରିକ୍ରିଏଟ୍‌ କରିଥିଲେ।

Alia Bhatt's Vintage Baby Pink Saree Ode to Rekha Wins Hearts Online

ରେଡ୍‌ କାର୍ପେଟରେ ଆଲିଆଙ୍କୁ ଦେଖି ସମସ୍ତେ ମୋହିତ ହୋଇଯାଇଥିଲେ। ତରୁଣ ତାହିଲିଆନିଙ୍କ ଶାଢ଼ିରେ ସେ ବେଶ ସୁନ୍ଦର ଲାଗୁଥିଲେ। ଯିଏ ତାଙ୍କୁ ଦେଖୁଥିଲା ଘଡ଼ିଏ ଚାହିଁ ରହୁଥିଲା। ପରେ ଆଲିଆଙ୍କ ଅନେକ ଫଟୋ ଏବଂ ଭିଡିଓ ବେଶ ଭାଇରାଲ ହୋଇଥିଲା।

Alia Bhatt's Vintage Baby Pink Saree Ode to Rekha Wins Hearts Online

ସେ ନିଜେ ମଧ୍ୟ ସୋସିଆଲ ମିଡିଆ ଆକାଉଣ୍ଟରେ ରେଖାଙ୍କ ସହ ତାଙ୍କ ଫଟୋ ଶେୟାର କରିଥିଲେ। ଯାହାକୁ ବେଶ ପସନ୍ଦ କରାଯାଉଛି। ସେ ତାଙ୍କର ସୁନ୍ଦରତାକୁ ନେଇ ସେ ମନ ଜିଣିଥିବା କୁହାଯାଉଛି।

Alia Bhatt's Vintage Baby Pink Saree Ode to Rekha Wins Hearts Online

The post ଗୋଲାପି ଶାଢ଼ିରେ କିମିଆ କଲେ ଆଲିଆ, ଯିଏ ଦେଖିଲା… appeared first on Dharitri Odia News.