ଭାରତ- ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚ୍ 'ଡ୍ର'ରେ ଶେଷ: କମାଲ କରିଦେଲେ ଜାଡ଼େଜା ଓ ୱାଶିଂଟନ ସୁନ୍ଦର

ନୂଆଦିଲ୍ଲୀ: ମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ଡ୍ରରେ ଶେଷ ହୋଇଛି।। ଟେଷ୍ଟ ମ୍ୟାଚ୍‌ର ଶେଷ ଦିନରେ, ଟିମ୍ ଇଣ୍ଡିଆ ଶୁଭମନ ଗିଲ୍, ରବିନ୍ଦ୍ର ଜାଡେଜା ଏବଂ ୱାଶିଂଟନ୍ ସୁନ୍ଦରଙ୍କ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ୩ ବ୍ୟାଟର ଜବରଦସ୍ତ ଶତକ ହାସଲ କରି ଇଂଲଣ୍ଡର ଅଗ୍ରଣୀକୁ ଟପିଯାଇଥିଲେ। ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟରମାନେ ଦିନସାରା ବ୍ୟାଟିଂ କରି ପରାଜୟକୁ ଏଡାଇ ଦେଇଛନ୍ତି। ଏହି ମ୍ୟାଚ୍ ଭାରତ ପାଇଁ ଅନେକ ଦୃଷ୍ଟିରୁ ଐତିହାସିକ ଥିଲା। ପ୍ରଥମ ଇନିଂସରେ ୬୬୯ ରନ କରିବା ପରେ, ଇଂଲଣ୍ଡ ଭାରତ ସମ୍ମୁଖରେ ୩୧୧ ରନର ଲିଡ୍ ରଖିଥିଲା। ଯାହାର ଜବାବରେ ଭାରତୀୟ ଦଳ ପ୍ରଥମ ଓଭରରେ ଦୁଇଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏପରି ପରିସ୍ଥିତିରେ ଭାରତ ଇନିଂସ ହାରିବା ଆଶଙ୍କା ଦେଖା ଦେଇଥିଲା। ଏହାପରେ କେଏଲ ରାହୁଲ ଏବଂ ଗିଲଙ୍କ ମଧ୍ୟରେ ୧୮୮ ରନର ପାର୍ଟନର୍ସିପ୍ ଦଳ ପାଇଁ ଟର୍ଣ୍ଣିଂ ପଏଣ୍ଟ ହୋଇଥିଲା। ପରବର୍ତ୍ତୀ ସମୟରେ ଜାଡେଜା ଏବଂ ସୁନ୍ଦର ଦୁହେଁ ଆକ୍ରମଣାତ୍ମକ ଢଙ୍ଗରେ ଖେଳ ପ୍ରଦର୍ଶନ କରି ଇଂଲଣ୍ଡକୁ ବିଜୟୀ ହେବାରୁ ରୋକିଥିଲେ। ଜାଡେଜା ଏବଂ ସୁନ୍ଦର ଉଭୟ ଅପରାଜିତ ଶତକ ହାସଲ କରିଥିଲେ। ଦୁହିଁଙ୍କ ମଧ୍ୟରେ ୨୦୩ ରନର ପାର୍ଟନର୍ସିପ୍ ହୋଇଥିଲା। ପଞ୍ଚମ ତଥା ଅନ୍ତିମ ଦିନ ଶେଷ ସୁଦ୍ଧା ଭାରତ ୪ ୱିକେଟ୍ ହରାଇ ୪୨୫ ରନ୍ କରିଥିଲା। ରବିନ୍ଦ୍ର ଜାଡେଜା ଅପରାଜିତ ୧୦୭ ରନ୍ କରିଥିଲେ, ଯ

ଭାରତ- ଇଂଲଣ୍ଡ ଚତୁର୍ଥ ଟେଷ୍ଟ ମ୍ୟାଚ୍ 'ଡ୍ର'ରେ ଶେଷ: କମାଲ କରିଦେଲେ ଜାଡ଼େଜା ଓ ୱାଶିଂଟନ ସୁନ୍ଦର

ନୂଆଦିଲ୍ଲୀମାଞ୍ଚେଷ୍ଟରରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ୍ ଡ୍ରରେ ଶେଷ ହୋଇଛି।। ଟେଷ୍ଟ ମ୍ୟାଚ୍‌ର ଶେଷ ଦିନରେ, ଟିମ୍ ଇଣ୍ଡିଆ ଶୁଭମନ ଗିଲ୍, ରବିନ୍ଦ୍ର ଜାଡେଜା ଏବଂ ୱାଶିଂଟନ୍ ସୁନ୍ଦରଙ୍କ ଚମତ୍କାର ଖେଳ ପ୍ରଦର୍ଶନ କରିଥିଲେ। ୩ ବ୍ୟାଟର ଜବରଦସ୍ତ ଶତକ ହାସଲ କରି ଇଂଲଣ୍ଡର ଅଗ୍ରଣୀକୁ ଟପିଯାଇଥିଲେ। ଟିମ୍ ଇଣ୍ଡିଆର ଷ୍ଟାର ବ୍ୟାଟରମାନେ ଦିନସାରା ବ୍ୟାଟିଂ କରି ପରାଜୟକୁ ଏଡାଇ ଦେଇଛନ୍ତି। 

ଏହି ମ୍ୟାଚ୍ ଭାରତ ପାଇଁ ଅନେକ ଦୃଷ୍ଟିରୁ ଐତିହାସିକ ଥିଲା। ପ୍ରଥମ ଇନିଂସରେ ୬୬୯ ରନ କରିବା ପରେ, ଇଂଲଣ୍ଡ ଭାରତ ସମ୍ମୁଖରେ ୩୧୧ ରନର ଲିଡ୍ ରଖିଥିଲା। ଯାହାର ଜବାବରେ ଭାରତୀୟ ଦଳ ପ୍ରଥମ ଓଭରରେ ଦୁଇଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏପରି ପରିସ୍ଥିତିରେ ଭାରତ ଇନିଂସ ହାରିବା ଆଶଙ୍କା ଦେଖା ଦେଇଥିଲା। ଏହାପରେ କେଏଲ ରାହୁଲ ଏବଂ ଗିଲଙ୍କ ମଧ୍ୟରେ ୧୮୮ ରନର ପାର୍ଟନର୍ସିପ୍ ଦଳ ପାଇଁ ଟର୍ଣ୍ଣିଂ ପଏଣ୍ଟ ହୋଇଥିଲା। 

ପରବର୍ତ୍ତୀ ସମୟରେ ଜାଡେଜା ଏବଂ ସୁନ୍ଦର ଦୁହେଁ ଆକ୍ରମଣାତ୍ମକ ଢଙ୍ଗରେ ଖେଳ ପ୍ରଦର୍ଶନ କରି ଇଂଲଣ୍ଡକୁ ବିଜୟୀ ହେବାରୁ ରୋକିଥିଲେ। ଜାଡେଜା ଏବଂ ସୁନ୍ଦର ଉଭୟ ଅପରାଜିତ ଶତକ ହାସଲ କରିଥିଲେ। ଦୁହିଁଙ୍କ ମଧ୍ୟରେ ୨୦୩ ରନର ପାର୍ଟନର୍ସିପ୍ ହୋଇଥିଲା। ପଞ୍ଚମ ତଥା ଅନ୍ତିମ ଦିନ ଶେଷ ସୁଦ୍ଧା ଭାରତ ୪ ୱିକେଟ୍ ହରାଇ ୪୨୫ ରନ୍ କରିଥିଲା। ରବିନ୍ଦ୍ର ଜାଡେଜା ଅପରାଜିତ ୧୦୭ ରନ୍ କରିଥିଲେ, ଯେତେବେଳେ ସୁନ୍ଦର ଅପରାଜିତ ୧୦୧ ରନ୍ କରିଥିଲେ। ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଭାରତୀୟ ଦଳ ୧-୨ରେ ପଛରେ ଅଛି। ଯଦି ପଞ୍ଚମ ମ୍ୟାଚ୍‌ରେ ଭାରତ ଜିତିଲା ତେବେ ଏହି ସିରିଜ୍‌ ୨-୨ରେ ବରାବର ରହିବ।