ନୀଟ୍ ୟୁଜିସି ପ୍ରଶ୍ନପତ୍ର ଲିକ୍‌ ମାମଲା: ଏନ୍‌ଟିଏ ଡିଜି ପଦବୀରୁ ହଟିଲେ ସୁବୋଧ କୁମାର, ପ୍ରଦୀପଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ନ୍ୟାସ୍‌ନାଲ୍ ଟେଷ୍ଟିଂ ଏଜେନ୍ସିର ଡିଜି ପଦବୀରୁ ହଟିଲେ ସୁବୋଧ କୁମାର। ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରୀୟ ସଚିବ ପ୍ରଦୀପ ସିଂହ ଖରୋଲାଙ୍କୁ ନିଯୁକ୍ତି ଦିଆଯାଇଛି।  ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି। ୟୁଜିସି ନୀଟ ପରୀକ୍ଷାରେ ହେର୍‌ଫେର୍ ଅଭିଯୋଗ ଆସିବା ପରେ ନ୍ୟାସ୍‌ନାଲ୍ ଟେଷ୍ଟିଂ ଏଜେନ୍ସିର ଭୂମିକାକୁ ନେଇ ସନ୍ଦେହ ଉପୁଜିଥିଲା। ଶନିବାର କେନ୍ଦ୍ର ସରକାର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏନ୍‌ଟିଏ ଡିଜି ପଦରୁ ସୁବୋଧ କୁମାରଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି।ଅବସର ପ୍ରାପ୍ତ ୧୯୮୫ ବ୍ୟାଚ୍‌ର ଆଇଏସ୍ ଅଫିସର ପ୍ରଦୀପ ଖରୋଲା ପୂର୍ବରୁ ବେସାମରିକ ବିମାନ ଚଳାଚଳ ବିଭାଗର ସଚିବ ଦାୟିତ୍ୱ ତୁଲାଇ ସାରିଛନ୍ତି। ନୀଟ ପ୍ରଶ୍ନପତ୍ର ଲିକ୍ ହେବା ମାମଲା ସାମ୍ନାକୁ ଆସିବା ପରେ ଦେଶ ବ୍ୟାପୀ ଆନ୍ଦୋଳନ ତେଜିଥିଲା। ନୀଟ ପରୀକ୍ଷାରେ ୬୭ ଜଣ ଛାତ୍ର ଫୁଲ ମାର୍କ ୭୨୦ ରଖିଥିଲେ। ଯହା ଅସମ୍ଭବ। କେବଳ ସେତିକି ନୁହେଁ ୧୫୦୦ ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ଦିଆଯାଇଥିଲା। ରେଜଲ୍ଟ ପ୍ରକାଶ ପାଇବା ପରେ ସାରା ଦେଶରେ ଆନ୍ଦୋଳନ ତେଜିଥିଲା। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ କୋର୍ଟ ମଧ୍ୟ ଏନ୍‌ଟିଏକୁ ସମାଲୋଚନା କରିଥିଲେ।      

ନୀଟ୍ ୟୁଜିସି ପ୍ରଶ୍ନପତ୍ର ଲିକ୍‌ ମାମଲା: ଏନ୍‌ଟିଏ ଡିଜି ପଦବୀରୁ ହଟିଲେ ସୁବୋଧ କୁମାର, ପ୍ରଦୀପଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ନ୍ୟାସ୍‌ନାଲ୍ ଟେଷ୍ଟିଂ ଏଜେନ୍ସିର ଡିଜି ପଦବୀରୁ ହଟିଲେ ସୁବୋଧ କୁମାର। ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରୀୟ ସଚିବ ପ୍ରଦୀପ ସିଂହ ଖରୋଲାଙ୍କୁ ନିଯୁକ୍ତି ଦିଆଯାଇଛି।  ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିବୃତ୍ତି ଜାରି କରି ସୂଚନା ଦିଆଯାଇଛି। 

ୟୁଜିସି ନୀଟ ପରୀକ୍ଷାରେ ହେର୍‌ଫେର୍ ଅଭିଯୋଗ ଆସିବା ପରେ ନ୍ୟାସ୍‌ନାଲ୍ ଟେଷ୍ଟିଂ ଏଜେନ୍ସିର ଭୂମିକାକୁ ନେଇ ସନ୍ଦେହ ଉପୁଜିଥିଲା। ଶନିବାର କେନ୍ଦ୍ର ସରକାର ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଏନ୍‌ଟିଏ ଡିଜି ପଦରୁ ସୁବୋଧ କୁମାରଙ୍କୁ ଦାୟିତ୍ୱରୁ ହଟାଇ ଦିଆଯାଇଛି।

ଅବସର ପ୍ରାପ୍ତ ୧୯୮୫ ବ୍ୟାଚ୍‌ର ଆଇଏସ୍ ଅଫିସର ପ୍ରଦୀପ ଖରୋଲା ପୂର୍ବରୁ ବେସାମରିକ ବିମାନ ଚଳାଚଳ ବିଭାଗର ସଚିବ ଦାୟିତ୍ୱ ତୁଲାଇ ସାରିଛନ୍ତି। 

ନୀଟ ପ୍ରଶ୍ନପତ୍ର ଲିକ୍ ହେବା ମାମଲା ସାମ୍ନାକୁ ଆସିବା ପରେ ଦେଶ ବ୍ୟାପୀ ଆନ୍ଦୋଳନ ତେଜିଥିଲା। ନୀଟ ପରୀକ୍ଷାରେ ୬୭ ଜଣ ଛାତ୍ର ଫୁଲ ମାର୍କ ୭୨୦ ରଖିଥିଲେ। ଯହା ଅସମ୍ଭବ। କେବଳ ସେତିକି ନୁହେଁ ୧୫୦୦ ଛାତ୍ରଛାତ୍ରୀଙ୍କୁ ଗ୍ରେସ୍ ମାର୍କ ଦିଆଯାଇଥିଲା। 

ରେଜଲ୍ଟ ପ୍ରକାଶ ପାଇବା ପରେ ସାରା ଦେଶରେ ଆନ୍ଦୋଳନ ତେଜିଥିଲା। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିବା ପରେ କୋର୍ଟ ମଧ୍ୟ ଏନ୍‌ଟିଏକୁ ସମାଲୋଚନା କରିଥିଲେ।