ଝିଅ, ପୁଅଙ୍କୁ ହରାଇ ଶୂନ୍ୟ ହୋଇଗଲା ମା’ କୋଳ
ବଡ଼ୋଦରା,୧୯।୧: ଗୁଜରାଟ ବଡ଼ୋଦରା ଜିଲା ଅଧୀନ ହାରନି ହ୍ରଦରେ ଡଙ୍ଗା ବୁଡ଼ି ୧୪ ଛାତ୍ରୀଛାତ୍ରଙ୍କ ସହ ୨ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ମୃତ ଛାତ୍ରୀଛାତ୍ରଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡିଛି। ଏଭଳି ସ୍ଥିତିରେ ଗୁଜରାଟ ବଡ଼ୋଦରାରେ ବସବାସ କରୁଥିବା ଦମ୍ପତି ନିଜ ଦୁଇ ପୁଅ, ଝିଅଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ସହ ପାଗଳ ପ୍ରାୟ ହୋଇପଡିଛନ୍ତି। ଦମ୍ପତିଙ୍କ ପରିବାର ଲୋକଙ୍କ ସୂଚନା ମୁତାବକ, ଦମ୍ପତିଙ୍କ ବିବାହକୁ ଅନେକ ବର୍ଷ […] The post ଝିଅ, ପୁଅଙ୍କୁ ହରାଇ ଶୂନ୍ୟ ହୋଇଗଲା ମା’ କୋଳ appeared first on Dharitri Odia News.
ବଡ଼ୋଦରା,୧୯।୧: ଗୁଜରାଟ ବଡ଼ୋଦରା ଜିଲା ଅଧୀନ ହାରନି ହ୍ରଦରେ ଡଙ୍ଗା ବୁଡ଼ି ୧୪ ଛାତ୍ରୀଛାତ୍ରଙ୍କ ସହ ୨ଜଣ ଶିକ୍ଷକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ପରେ ମୃତ ଛାତ୍ରୀଛାତ୍ରଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡିଛି। ଏଭଳି ସ୍ଥିତିରେ ଗୁଜରାଟ ବଡ଼ୋଦରାରେ ବସବାସ କରୁଥିବା ଦମ୍ପତି ନିଜ ଦୁଇ ପୁଅ, ଝିଅଙ୍କୁ ହରାଇ ସମ୍ପୂର୍ଣ୍ଣ ଭାଙ୍ଗି ପଡିବା ସହ ପାଗଳ ପ୍ରାୟ ହୋଇପଡିଛନ୍ତି।
ଦମ୍ପତିଙ୍କ ପରିବାର ଲୋକଙ୍କ ସୂଚନା ମୁତାବକ, ଦମ୍ପତିଙ୍କ ବିବାହକୁ ଅନେକ ବର୍ଷ ବିତି ଯାଇଥିଲେ ସୁଦ୍ଧା ସେମାନଙ୍କ କୌଣସି ପିଲାଛୁଆ ହେଉ ନ ଥିଲା। ହେଲେ ବିବାହର ୧୭ବର୍ଷ ପରେ ତାଙ୍କର ଦୁଇ ସନ୍ତାନ ହୋଇଥିଲା। ବର୍ତ୍ତମାନ ଡଙ୍ଗା ବୁଡି ଘଟଣାରେ ଦମ୍ପତିଙ୍କ ଝିଅ ପୁଅଙ୍କ ମୃତ୍ୟୁ ଘଟିଛି। ପୁଅ ଦ୍ବିତୀୟ ଶ୍ରେଣୀରେ ପଢୁଥିବା ବେଳେ ଝିଅ ତୃତୀୟ ଶ୍ରେଣୀରେ ପଢୁଥିଲେ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକ ଛାତ୍ରଛାତ୍ରୀଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ସେହିପରି ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ମଧ୍ୟ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଯୋଗାଇ ଦେବାକୁ ଘୋଷଣା କରିଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ୧୮ଜଣଙ୍କ ନାମରେ ମାମଲା ରୁଜୁ କରିଛି। ପୋଲିସ ଡଙ୍ଗା ଚାଳକ ଏବଂ ମ୍ୟାନେଜରଙ୍କୁ ଗିରଫ କରିଛି।
ସୂଚନା ଯୋଗ୍ୟ, ବଡ଼ୋଦରା ଜିଲାର ଏକ ଘରୋଇ ସ୍କୁଲ୍ର ୨୭ ଜଣ ଛାତ୍ରୀଛାତ୍ର ବଣଭୋଜି କରିବାକୁ ହାରନି ହ୍ରଦକୁ ଯାଇଥିଲେ। ପରେ ସେମାନେ ଡଙ୍ଗା ଯୋଗେ ନୌକା ବିହାରରେ ବାହାରିଥିଲେ। ସେତିକିବେଳେ ଡ଼ଙ୍ଗା ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ୧୪ଜଣ ଛାତ୍ରୀଛାତ୍ରଙ୍କ ସହ ୨ଜଣ ଶିକ୍ଷକ ଏହିପରି ମୋଟ ୧୬ଜଣଙ୍କ ମୃତ୍ୟୁ ଘଟିଥିଲା।
The post ଝିଅ, ପୁଅଙ୍କୁ ହରାଇ ଶୂନ୍ୟ ହୋଇଗଲା ମା’ କୋଳ appeared first on Dharitri Odia News.