ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଲେ ବାପା

ଲୋଇସିଂହା,୧୫।୮(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ବାଞ୍ଜିପାଳି ଗ୍ରାମରେ ଗୁରୁବାର ଜଣେ ମହିଳାଙ୍କ ସନ୍ଦେହ ଜଣକ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ସୁରେଶ ସାହୁ ଓରଫ ହିମାଂଶୁ ସାହୁଙ୍କ ସ୍ତ୍ରୀ ରେଶମା ସାହୁ(୨୫)। ରେଶମାଙ୍କ ବାପା ମକରଧ୍ବଜ ସାହୁଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅଙ୍କୁ ଶାଶୁ ଘର ଲୋକେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ବଲାଙ୍ଗୀର ସଦର ଏସ୍‌ଡିପିଓ […] The post ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଲେ ବାପା appeared first on Dharitri Odia News.

ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଲେ ବାପା

ଲୋଇସିଂହା,୧୫।୮(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ବାଞ୍ଜିପାଳି ଗ୍ରାମରେ ଗୁରୁବାର ଜଣେ ମହିଳାଙ୍କ ସନ୍ଦେହ ଜଣକ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ସୁରେଶ ସାହୁ ଓରଫ ହିମାଂଶୁ ସାହୁଙ୍କ ସ୍ତ୍ରୀ ରେଶମା ସାହୁ(୨୫)।

ରେଶମାଙ୍କ ବାପା ମକରଧ୍ବଜ ସାହୁଙ୍କ ଅଭିଯୋଗ ଅନୁଯାୟୀ ତାଙ୍କ ଝିଅଙ୍କୁ ଶାଶୁ ଘର ଲୋକେ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ଲୋଇସିଂହା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ବଲାଙ୍ଗୀର ସଦର ଏସ୍‌ଡିପିଓ ପ୍ରଦୀପ କୁମାର ସାହୁ, ଲୋଇସିଂହା ଥାନା ଅଧିକାରୀ ଯଜ୍ଞସିନି ନାୟକ, ସାଇଣ୍ଟିଫିକ ଟିମ୍‌ ସହ ମୃତକଙ୍କ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମାଜିଷ୍ଟ୍ରେଟ ଆସିଲା ପରେ ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ ପଠାଯିବ। ଏହି ଘଟଣାରେ ମହିଳାଙ୍କ ସ୍ବାମୀ, ଶାଶୁ ଓ ଶଶୁରକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ପୋଲିସ ସୂଚନା ଅନୁଯାୟୀ, ଦେଓଗାଁ ଥାନା କଛାରପାଳି ଗ୍ରାମର ମକରଧ୍ବଜଙ୍କ ଝିଅ ରେଶମା(ଗାୟତ୍ରୀ)ଙ୍କୁ ଲୋଇସିଂହା ଥାନା ବୁର୍ଡା ପଞ୍ଚାୟତ ବାଞ୍ଜାପାଳି ଗ୍ରାମର ସୁରେଶ ୨୧ ଫେବୃୟାରୀ ୨୦୨୧ରେ ବୈଦିକ ରୀତିରେ ବିବାହ କରିଥିଲେ। ବିବାହ ଘର ପରେ ବାପ ଘର ଲୋକେ ଯଥା ସାଧ୍ୟ ଯୌତୁକ ଦେଇଥିଲେ। ହେଲେ ଏତିକିରେ ସନ୍ତୁଷ୍ଟ ନ ଥିଲେ ରେଶମାଙ୍କ ଶଶୁର ଘର ଲୋକେ।

ଅନେକ ସମୟରେ ଅଧିକ ଯୌତୁକ ପାଇଁ ମାଡ଼ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ନିର୍ଯାତନା ଦେଉଥିଲେ। ନିକଟରେ ରେଶମାଙ୍କୁ ୧ଲକ୍ଷ ଟଙ୍କା ଆଣିବାକୁ କହୁଥିଲେ ସ୍ବାମୀ ଘର ଲୋକେ। ବାପ ଘରୁ ଟଙ୍କା ନ ଆଣିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ।

ଏନେଇ ରେଶମା ଗୁରୁବାର ସକାଳେ ବାପ ଘରକୁ ଫୋନ କରି ଜଣାଇଥିଲେ । ଏପରିକି ରେଶମା ଘରକୁ ନେଇ ଯିବାକୁ ପରିବାର ଲୋକଙ୍କୁ କାମୁତି ମିନତି କରିଥିଲେ। ଏହାର କିଛି ସମୟ ପରେ ମକରଧ୍ବଜଙ୍କ ପରିବାର ଲୋକେ ଝିଅ ମରଯାଇଥିବା ଖବର୍‌ ପାଇ ବାଞ୍ଜିପାଳି ଆସି ଦେଖିଲା ପରେ ଶୋଇଲା ଘରେ ଏକ ଶାଢ଼ୀରେ ବେକରେ ଫାଶ ପକାଇ ଓହଲି ପଡିଥିବା ଦେଖିବାକୁ ପାଇଥିଲେ।

ମୁଁହରେ କପଡ଼ା ଘୋଡ଼ା ହୋଇଥିବାରୁ ପରିବାର ଲୋକେ ସନ୍ଦେହ କରି ଝଅଙ୍କୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦିଆଯାଇଥିବା ନେଇ ଲୋଇସିଂହା ଥାନାରେ ଅଭିଯୋଗ କରିଛନ୍ତି। ଏପରିକି କୌଣସି ଘଟଣାକୁ ନେଇ ଦୁଇଦିନ ତଳେ ଗାଁ ଦାଣ୍ଡରେ ସର୍ବ ସମ୍ମୁଖରେ ଝିଅ ରେଶମାଙ୍କୁ ମାଡ଼ମରା ଯାଇଥିବା ପରିବାର ଲୋକେ ଜାଣିବାକୁ ପାଇଛନ୍ତି।

The post ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଲେ ବାପା appeared first on Dharitri Odia News.