ଝିଅର ନିର୍ବାଚନୀ ଖର୍ଚ୍ଚ ପାଇଁ ଭିଟାମାଟି ବିକିଲେ ପୂର୍ବତନ ବିଧାୟକ

୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଆଳିରୁ ବିଧାୟକ ଥିବା କଂଗ୍ରେସ ନେତା ଶ୍ରୀ ଶର୍ମା ଏଥର ନିଜର ଉଚ୍ଚଶିକ୍ଷିତା ଝିଅ ଡାକ୍ତର ଦେବସ୍ମିତା ଶର୍ମାଙ୍କୁ ମଇଦାନକୁ ଓହ୍ଲାଇଛନ୍ତି ।

ଝିଅର ନିର୍ବାଚନୀ ଖର୍ଚ୍ଚ ପାଇଁ ଭିଟାମାଟି ବିକିଲେ ପୂର୍ବତନ ବିଧାୟକ

ଆଳି ବାସୀଙ୍କୁ ସୁରକ୍ଷା ଓ ଆଳିରେ ବିକାଶକୁ ତ୍ୱରାନ୍ୱିତ କରିବା ନିମନ୍ତେ ନିଜର ଭିଟାମାଟି ବିକିଛନ୍ତି ପୂର୍ବତନ ବିଧାୟକ ଦେବେନ୍ଦ୍ର ଶର୍ମା। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଆଳିରୁ ବିଧାୟକ ଥିବା କଂଗ୍ରେସ ନେତା ଶ୍ରୀ ଶର୍ମା ଏଥର ନିଜର ଉଚ୍ଚଶିକ୍ଷିତା ଝିଅ ଡାକ୍ତର ଦେବସ୍ମିତା ଶର୍ମା(୨୮ବର୍ଷ)ଙ୍କୁ ମଇଦାନକୁ ଓହ୍ଲାଇଛନ୍ତି । ବିଜେଡିର ବାହୁବଳ ଓ ଅର୍ଥବଳର ମୁକାବିଲା କରିବା ପାଇଁ ନିଜ ପୈତୃକ ଭିଟାମାଟିରୁ ୫ ଡେସିମିଲ୍ ଜମି ବିକ୍ରି କରିଥିବା ସୂଚନା ମିଳିଛି । ଶ୍ରୀ ଶର୍ମାଙ୍କ ଏଭଳି ପଦକ୍ଷେପ ପରେ ଏବେ ଆଳିରେ ରାଜପରିବାର ସଦସ୍ୟ ତଥା ବିଜେଡିର ପ୍ରଭାବଶାଳୀ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଥିବା ଚର୍ଚ୍ଚା।