ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି, ପହଞ୍ଚିଲେ ଡାକ୍ତରୀ ଟିମ୍
ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିଛି। ଝାଡ଼ାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବୁଧବାର ଉକ୍ତ ପଞ୍ଚାୟତରେ ଡାକ୍ତରୀ ଟିମ୍ ପହଞ୍ଚିଥିଲା। ମାତ୍ର ଝାଡ଼ାବାନ୍ତିରେ ମାତ୍ର କିଛି ଲୋକ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ମାତ୍ର କାରଣ ଅସ୍ପଷ୍ଟ ରହିଛି। ଗ୍ରାମରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଡାକ୍ତରୀ ଟିମ୍ କହିଛନ୍ତି। ଏ ନେଇ ବାଲିଗୁଡ଼ା […] The post ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି, ପହଞ୍ଚିଲେ ଡାକ୍ତରୀ ଟିମ୍ appeared first on Dharitri Odia News.
ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକର ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପିଛି। ଝାଡ଼ାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ବୁଧବାର ଉକ୍ତ ପଞ୍ଚାୟତରେ ଡାକ୍ତରୀ ଟିମ୍ ପହଞ୍ଚିଥିଲା। ମାତ୍ର ଝାଡ଼ାବାନ୍ତିରେ ମାତ୍ର କିଛି ଲୋକ ଆକ୍ରାନ୍ତ ହୋଇଛନ୍ତି। ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ମାତ୍ର କାରଣ ଅସ୍ପଷ୍ଟ ରହିଛି। ଗ୍ରାମରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଡାକ୍ତରୀ ଟିମ୍ କହିଛନ୍ତି। ଏ ନେଇ ବାଲିଗୁଡ଼ା ଉପଜିଲାପାଳ ଡା.ରୀନା ପ୍ରଧାନ କହିଛନ୍ତି ଯେ, ଏହି ଘଟଣାକୁ ନେଇ ମେଡିକାଲ ଟିମ୍ ସହ ଗ୍ରାମ୍ୟ ପରିମଳ ବିଭାଗ ଟିମ୍ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ସ୍ବାସ୍ଥ୍ୟ ପରୀକ୍ଷା କରିବେ ବୋଲି କହିଛନ୍ତି। ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଫିସର ଡାକ୍ତର ଅଭିଷେକ ନାୟକ ଓ ତାଙ୍କ ଟିମ୍ ଏହି ଝିରିପାଣି ପଞ୍ଚାୟତର ବରଗାଁ, ନଳକୁଟି, କୁନାବେଡ଼ା, ଘାଟିପଦର, ମାଙ୍କଡ଼ ଚୁଆଁ, ବରଗୁଡ଼ା, ସୁରାଙ୍ଗବାରୁ ଗ୍ରାମକୁ ଯାଇ ଅଧିବାସୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସେମାନଙ୍କୁ ଚିକିତ୍ସା କରାଇଛି। ଚିକିତ୍ସା କରି ଡାକ୍ତର ଅଭିଷେକ ପ୍ରଧାନ କହିବାନୁସାରେ, ଗାଁରେ ସୁରେନ୍ଦ୍ର ମାଝି(୧୬), ରାଡାମାରୁ ମାଝି (୬୪) କଣା ମାଝି(୨୫), କିଷାନ ମାଝି(୧୬) ସାମାନ୍ୟ ଝାଡ଼ାବାନ୍ତିରେ ଆକ୍ରାନ୍ତ ଥିଲେ। କିଛିଦିନ ମଧ୍ୟରେ କୁନାବେଡ଼ା ଗାଁର ବଡ଼ଗୁଡ଼ି ମାଝି (୬୦), ମାଙ୍କଡ଼ଚୁଆଁ ଗାଁର ବାକ୍ଚୀ ମାଝିଙ୍କ ମୃତ୍ୟୁ ହୋଇଛି। ମାତ୍ର ଝାଡ଼ାବାନ୍ତି ନୁହେଁ ଅନ୍ୟ କୌଣସି କାରଣରୁ ମୃତ୍ୟୁ ହୋଇଥିବା ଡାକ୍ତର ଅଭିଷେକ କହିଛନ୍ତି। ଗ୍ରାମ୍ୟ ପରିମଳ ବିଭାଗର ଯନ୍ତ୍ରୀ ରାମଚନ୍ଦ୍ର ଚୌଧୁରୀ ଓ ଯନ୍ତ୍ରୀ ସ୍ନେହଲତା ପ୍ରଧାନ ଏହି ଗ୍ରାମଗୁଡ଼ିକୁ ଯାଇ ପାଣି ନେଇ ପରୀକ୍ଷା କରିଛନ୍ତି। ଗ୍ରାମବାସୀ ଯୋଗାଣ ହେଉଥିବା ବିଶୁଦ୍ଧ ଜଳ ବ୍ୟବହାର କରୁଛନ୍ତି। ଗ୍ରାମରେ କାଁ ଭାଁ ଆକ୍ରାନ୍ତ ହୋଇଛନ୍ତି। ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ପ୍ରଦାନ କରାଯାଇଛି।
The post ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି, ପହଞ୍ଚିଲେ ଡାକ୍ତରୀ ଟିମ୍ appeared first on Dharitri Odia News.