ଗୁଣ୍ଡିଚା ମନ୍ଦିରକୁ ଗଲେ ବଳଦେବଜୀଉ
କେନ୍ଦୁଝର,୮।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଳନ ନେଇ କେନ୍ଦୁଝର ଜିଲା ଉତ୍ସବମୁଖର ହୋଇଉଠିଛି। କେନ୍ଦୁଝର ପୁରୁଣା ସହର ଓ ବଡ଼ଦାଣ୍ଡ ଉଛୁଳି ପଡୁଛି। ଚଳିତ ବର୍ଷ ବିରଳ ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଘୋଷଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାବେଶ ହୋଇଛି। ସେହିପରି ଦୁଇ ଦିନ ରଥ ଟାଣିବାକୁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ପରିଲକ୍ଷିତ ହୋଇଛି। ରବିବାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ନବଯୌବନ ବେଶ ପରେ ରୀତିନୀତି ଅନୁସାରେ ଧାଡ଼ି ପହଣ୍ଡି […] The post ଗୁଣ୍ଡିଚା ମନ୍ଦିରକୁ ଗଲେ ବଳଦେବଜୀଉ appeared first on Dharitri Odia News.
କେନ୍ଦୁଝର,୮।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଳନ ନେଇ କେନ୍ଦୁଝର ଜିଲା ଉତ୍ସବମୁଖର ହୋଇଉଠିଛି। କେନ୍ଦୁଝର ପୁରୁଣା ସହର ଓ ବଡ଼ଦାଣ୍ଡ ଉଛୁଳି ପଡୁଛି। ଚଳିତ ବର୍ଷ ବିରଳ ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଘୋଷଯାତ୍ରା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ସମାବେଶ ହୋଇଛି। ସେହିପରି ଦୁଇ ଦିନ ରଥ ଟାଣିବାକୁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ପରିଲକ୍ଷିତ ହୋଇଛି।
ରବିବାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ନବଯୌବନ ବେଶ ପରେ ରୀତିନୀତି ଅନୁସାରେ ଧାଡ଼ି ପହଣ୍ଡି ହୋଇ ବିଶ୍ବର ବୃହତମ ନନ୍ଦିଘୋଷ ରଥକୁ ବିଜେ କରିଥିଲେ। ପରେ କିଛି ସମୟ ରଥଟଣା ଆରମ୍ଭ ହୋଇ ସନ୍ଧ୍ୟା ହୋଇଯିବାରୁ ନିୟମ ଅନୁଯାୟୀ ରଥଟଣା ବନ୍ଦ ରହିଥିଲା।
ସେମବାର ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସକାଳ ଧୂପ ପରେ ପୂର୍ବାହ୍ନ ୧୧ଟା ପୁଣି ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୋଲିସ ବାହିନୀ, ସଚ୍ଛୋସେବୀ ଓ ଭକ୍ତଙ୍କ ଗହଣରେ ଘଣ୍ଟ, ମୃଦଙ୍ଗ, ଶଙ୍ଖ ସାଙ୍ଗକୁ ହୁଳୁହୁଳି, ହରିବୋଲରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇ ପଡ଼ିଥିଲା। ରାସ୍ତାରେ ପାରମ୍ପରିକ ପୂଜାର୍ଚ୍ଚନା ଓ ଭୋଗଲାଗି ପାଇଁ ରଥ କିଛି ସମୟ ଅଟକିବା ପରେ ପୁଣି ରଥ ଗଡି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚି ଥିଲା।
ସନ୍ଧ୍ୟା ଧୂପ ପରେ ତିନି ଠାକୁରଙ୍କ ପହଣ୍ଡି ହୋଇ ଗୁଣ୍ଡିଚା ମନ୍ଦିର ତଥା ଜନ୍ମ ବେଦୀକୁ ବିଜେ ହୋଇଛନ୍ତି। ରତ୍ନ ବେଦୀରୁ ରଥାରୂଢ଼ ହୋଇ ଶ୍ରୀଜିଉ ଭକ୍ତଙ୍କୁ ଦର୍ଶନ ଦେବା ସହ ଜନ୍ମ ବେଦୀକୁ ଯାଉଥିବା ଏହି ପରମ୍ପରା ଅତି ନିଆରା।
ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉ ୯ଦିନ ଧରି ବିଭିନ୍ନ ବେଶରେ ଭଙ୍କୁ ଦର୍ଶନ ଦେବେ। ଏନେଇ ଭକ୍ତ ବ୍ୟାକୁଳ ମନରେ ଅପେକ୍ଷା କରିଛି। ରଥ ଯାତ୍ରା ଅବସରରେ ବଡ ଦାଣ୍ଡରେ ଭଜନ, କୀର୍ତ୍ତନ ସାଙ୍ଗକୁ ନାଚ ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ସଂସ୍କୃତି ବିଭାଗ ପକ୍ଷରୁ ଆୟୋଜନ କରାଯାଉଛି।
ଅନୁକୂଳ ପାଗ ଯୋଗୁ ବିଭିନ୍ନ ଅଞ୍ଚଳରୁ ଆସିଥିବା ଭକ୍ତ ଶ୍ରୀଜୀଉଙ୍କ ଦର୍ଶନ ସାଙ୍ଗକୁ ମେଳା ବୁଲିବାର ମଜା ନେଉଛନ୍ତି। ଜିଲା ପ୍ରଶାସନ ସହିତ ପୋଲିସ ପ୍ରଶାସନ ପକ୍ଷରୁ ଭକ୍ତଙ୍କ ସୁରକ୍ଷିତ ଦର୍ଶନ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।
The post ଗୁଣ୍ଡିଚା ମନ୍ଦିରକୁ ଗଲେ ବଳଦେବଜୀଉ appeared first on Dharitri Odia News.