ଭୁଶୁଡ଼ିବା ଦ୍ୱାରଦେଶରେ ହିନ୍ଦୁକୁଶ ହିମାଳୟ ଜୈବମଣ୍ଡଳ

କାଠମାଣ୍ଡୁ,୬।୨(ପି.ଟି.): ହିନ୍ଦୁକୁଶ ହିମାଳୟ ଅଞ୍ଚଳର ଜୈବମଣ୍ଡଳ ଭୁଶୁଡ଼ିବାର ଦ୍ୱାରଦେଶରେ ବୋଲି ବୈଜ୍ଞାନିକମାନେ ସୋମବାର ଘୋଷଣା କରିଛନ୍ତି। ପୃଥିବୀର ଏହି ସର୍ବାଧିକ ଜୈବବିବିଧତାପୂର୍ଣ୍ଣ ଅଞ୍ଚଳର ପ୍ରକୃତି କ୍ଷୟକୁ ରୋକିବାକୁ ହେଲେ ଦୃଢ଼ ପଦକ୍ଷେପ ସହ ତୁରନ୍ତ ଆର୍ଥତ୍କ ବ୍ୟବସ୍ଥା କରିବା ନିମନ୍ତେ ବିଶ୍ୱ ଜୈବବିବିଧତା ବିଶେଷଜ୍ଞମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆହ୍ବାନ ଦିଆଯାଇଛି। ହିନ୍ଦୁକୁଶ ହିମାଳୟ ଅଞ୍ଚଳ ଭାରତ ସମେତ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଚାଇନା, ମ୍ୟାନ୍‌ମାର, ନେପାଳ ଓ ପାକିସ୍ତାନକୁ ନେଇ ୩,୫୦୦ କିଲୋମିଟର ଅଞ୍ଚଳକୁ ବ୍ୟାପିଥିବାବେଳେ […] The post ଭୁଶୁଡ଼ିବା ଦ୍ୱାରଦେଶରେ ହିନ୍ଦୁକୁଶ ହିମାଳୟ ଜୈବମଣ୍ଡଳ appeared first on Dharitri Odia News.

ଭୁଶୁଡ଼ିବା ଦ୍ୱାରଦେଶରେ ହିନ୍ଦୁକୁଶ ହିମାଳୟ ଜୈବମଣ୍ଡଳ

କାଠମାଣ୍ଡୁ,୬।୨(ପି.ଟି.): ହିନ୍ଦୁକୁଶ ହିମାଳୟ ଅଞ୍ଚଳର ଜୈବମଣ୍ଡଳ ଭୁଶୁଡ଼ିବାର ଦ୍ୱାରଦେଶରେ ବୋଲି ବୈଜ୍ଞାନିକମାନେ ସୋମବାର ଘୋଷଣା କରିଛନ୍ତି। ପୃଥିବୀର ଏହି ସର୍ବାଧିକ ଜୈବବିବିଧତାପୂର୍ଣ୍ଣ ଅଞ୍ଚଳର ପ୍ରକୃତି କ୍ଷୟକୁ ରୋକିବାକୁ ହେଲେ ଦୃଢ଼ ପଦକ୍ଷେପ ସହ ତୁରନ୍ତ ଆର୍ଥତ୍କ ବ୍ୟବସ୍ଥା କରିବା ନିମନ୍ତେ ବିଶ୍ୱ ଜୈବବିବିଧତା ବିଶେଷଜ୍ଞମାନଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆହ୍ବାନ ଦିଆଯାଇଛି। ହିନ୍ଦୁକୁଶ ହିମାଳୟ ଅଞ୍ଚଳ ଭାରତ ସମେତ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଚାଇନା, ମ୍ୟାନ୍‌ମାର, ନେପାଳ ଓ ପାକିସ୍ତାନକୁ ନେଇ ୩,୫୦୦ କିଲୋମିଟର ଅଞ୍ଚଳକୁ ବ୍ୟାପିଥିବାବେଳେ ଏହାର ପ୍ରକୃତି ଓ ସେଠାରେ ବସବାସ କରୁଥିବା ଜୀବଜନ୍ତୁଙ୍କ ସଂଖ୍ୟା ଦ୍ରୁତ ହ୍ରାସ ପାଇଚାଲିଛି। ଏହି ଅଞ୍ଚଳରେ ପୃଥିବୀର ୩୬ଟି ବୈଶ୍ୱିକ ଜୈବବିବିଧତା ହଟ୍‌ସ୍ପଟ୍‌ ରହିଛି। ତଥାପି ସେଠାରେ ବଢ଼ିଚାଲିଥିବା ସଙ୍କଟକୁ ରୋକିବା ଦିଗରେ କୌଣସି ଉଦ୍ୟମ ହେଉନାହିଁ। ଗତ ୧୦୦ ବର୍ଷ ମଧ୍ୟରେ ମୂଳ ଜୈବବିବିଧତାର ୭୦ ପ୍ରତିଶତ ଆମେ ହରାଇଲେଣି ବୋଲି ଆଇସିଆଇଏମ୍‌ଓଡିର ଉପମହାନିର୍ଦ୍ଦେଶକ ଇଜାବେଲ୍ଳା କୋଜିଏଲ ବୈଠକରେ କହିଛନ୍ତି।
ନେପାଳ ରାଜଧାନୀ କାଠମାଣ୍ଡୁରେ ୧୩୦ରୁ ଊର୍ଦ୍ଧ୍ୱ ବିଶେଷଜ୍ଞମାନଙ୍କର ବୈଠକ ଡକାଯାଇଥିଲା। ଅନ୍ତର୍ଜାତୀୟ ସମନ୍ବିତ ପର୍ବତ ବିକାଶ କେନ୍ଦ୍ର (ଆଇସିଆଇଏମ୍‌ଓଡି) ପକ୍ଷରୁ ଉପରୋକ୍ତ ଆହ୍ବାନ ଦିଆଯାଇଛି। ଜୈବ ବିବିଧତା ଓ ପରିବେଶ ସେବା ଉପରେ ଆନ୍ତଃସରକାରୀ ବିଜ୍ଞାନ ନୀତି ପ୍ଲାଟ୍‌ଫର୍ମ (ଆଇପିବିଇଏସ୍‌)ର ଏହି ବୈଠକ ୯ ତାରିଖ ଯାଏ ଚାଲିବ। ୧୪୫ ସଦସ୍ୟ ରାଷ୍ଟ୍ରଙ୍କୁ ନେଇ ୨୦୧୨ରେ ପ୍ରତିଷ୍ଠିତ ଆଇପିବିଇଏସ୍‌ ଜଳବାୟୁ ପରିବର୍ତ୍ତନ ଆନ୍ତଃସରକାରୀ ପ୍ୟାନେଲ ଭଳି କାର୍ଯ୍ୟ କରୁଛି। ଜୈବ ବିବିଧତା ଓ ପରିବେଶ ସେବା ପାଇଁ ବିଜ୍ଞାନ-ନୀତି ଇଣ୍ଟରଫେସ୍‌କୁ ସୁଦୃଢ଼ କରିବା ଏହାର ଲକ୍ଷ୍ୟ।

The post ଭୁଶୁଡ଼ିବା ଦ୍ୱାରଦେଶରେ ହିନ୍ଦୁକୁଶ ହିମାଳୟ ଜୈବମଣ୍ଡଳ appeared first on Dharitri Odia News.