ବିଜୟ ବର୍ମାଙ୍କ ସହ ବ୍ରେକ୍ଅପ୍ କରିନେଲେ ତମନ୍ନା
ମୁମ୍ବାଇ: ଦିନ ଥିଲା ପ୍ରେମରେ ଉବୁଟୁବୁ ହେଉଥିଲେ। ଯିଏ ଦେଖୁଥିଲା ତାଙ୍କୁ ଯୋଡ଼ି ହେବ ତ ଏମିତି ବୋଲି କହୁଥିଲା। କିଛି ତ ଇର୍ଷା ମଧ୍ୟ କରୁଥିଲେ। ହେଲେ ଏବେ ସମୁଦ୍ରରେ ଭଟ୍ଟା ଭଳି ଜୀବନରେ ମଧ୍ୟ ଆସିଛି ଝଡ଼। ପରସ୍ପରଠାରୁ ବାଟ ଅଲଗା କରିନେଇଛନ୍ତି ସାଉଥ୍ କୁଇନ୍ ତମନ୍ନା ଏବଂ ଅଭିନେତା ବିଜୟ ବର୍ମା। କୌଣସି ଉତ୍ସବ ହେଉ ଅବା ପାର୍ଟି ଉଭୟ ଏକାଠି ନଜର ଆସୁଥିଲେ। ଦୁହେଁ ଖୁବ୍ଶୀଘ୍ର ବିବାହ କରିବେ ବୋଲି କୁହାଯାଉଥିଲା। […] The post ବିଜୟ ବର୍ମାଙ୍କ ସହ ବ୍ରେକ୍ଅପ୍ କରିନେଲେ ତମନ୍ନା appeared first on Dharitri Odia News.
ମୁମ୍ବାଇ: ଦିନ ଥିଲା ପ୍ରେମରେ ଉବୁଟୁବୁ ହେଉଥିଲେ। ଯିଏ ଦେଖୁଥିଲା ତାଙ୍କୁ ଯୋଡ଼ି ହେବ ତ ଏମିତି ବୋଲି କହୁଥିଲା। କିଛି ତ ଇର୍ଷା ମଧ୍ୟ କରୁଥିଲେ। ହେଲେ ଏବେ ସମୁଦ୍ରରେ ଭଟ୍ଟା ଭଳି ଜୀବନରେ ମଧ୍ୟ ଆସିଛି ଝଡ଼। ପରସ୍ପରଠାରୁ ବାଟ ଅଲଗା କରିନେଇଛନ୍ତି ସାଉଥ୍ କୁଇନ୍ ତମନ୍ନା ଏବଂ ଅଭିନେତା ବିଜୟ ବର୍ମା।
କୌଣସି ଉତ୍ସବ ହେଉ ଅବା ପାର୍ଟି ଉଭୟ ଏକାଠି ନଜର ଆସୁଥିଲେ। ଦୁହେଁ ଖୁବ୍ଶୀଘ୍ର ବିବାହ କରିବେ ବୋଲି କୁହାଯାଉଥିଲା। ହେଲେ ଏବେ ସେମାନଙ୍କ ବ୍ରେକ୍ଅପ୍ ହୋଇଯାଇଥିବା କୁହାଯାଉଛି। ପରସ୍ପରକୁ ସମ୍ମାନ ଦେଇ ତମନ୍ନା ଏବଂ ବିଜୟ ବନ୍ଧୁ ହୋଇ ରହିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏବେ ସେମାନେ କର୍ମଜୀବନକୁ ନେଇ ବ୍ୟସ୍ତ ରହିବାକୁ ପ୍ରାଥମିକତା ଦେଇଛନ୍ତି।
ସୋସିଆଲ ମିଡିଆରେ ଏକାଠି ଫଟୋ ପୋଷ୍ଟ କରୁ ନ ଥିବାରୁ ତମନ୍ନା ଏବଂ ବିଜୟଙ୍କ ସମ୍ପର୍କରେ ଫାଟ ନେଇ ଆଲୋଚନା ହେଉଥିଲା। ଏବେ ସେଥିରେ ମୋହର ଲାଗିଛି।
The post ବିଜୟ ବର୍ମାଙ୍କ ସହ ବ୍ରେକ୍ଅପ୍ କରିନେଲେ ତମନ୍ନା appeared first on Dharitri Odia News.