ପବନ କଲ୍ୟାଣଙ୍କ ଉପରେ ରାଗିଗଲେ ପ୍ରକାଶ ରାଜ

ଚେନ୍ନାଇ,୧୫।୩: ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ହିନ୍ଦୀ ଭାଷା ସମ୍ପର୍କରେ ଦେଇଥିବା ବୟାନକୁ ନେଇ ରାଜନୈତିକ ହଇଚଇ ତୀବ୍ର ହୋଇଛି। ଏବେ ଅଭିନେତା ପ୍ରକାଶ ରାଜ ଏହି ରାଜନୈତିକ ଯୁଦ୍ଧରେ ପ୍ରବେଶ କରିଛନ୍ତି। ପ୍ରକାଶ ରାଜ ପବନ କଲ୍ୟାଣଙ୍କୁ ସମାଲୋଚନା କରିଛନ୍ତି ଏବଂ ତାଙ୍କୁ ଅନ୍ୟମାନଙ୍କ ଉପରେ ହିନ୍ଦୀ ଭାଷା ଲଦିବାର ଅଭିଯୋଗ କରିଛନ୍ତି। ପ୍ରକାଶ ରାଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ତୁମର ହିନ୍ଦୀ ଭାଷା ଆମ ଉପରେ ଲଦି ଦିଅ ନାହିଁ।’ […] The post ପବନ କଲ୍ୟାଣଙ୍କ ଉପରେ ରାଗିଗଲେ ପ୍ରକାଶ ରାଜ appeared first on Dharitri Odia News.

ପବନ କଲ୍ୟାଣଙ୍କ ଉପରେ ରାଗିଗଲେ ପ୍ରକାଶ ରାଜ

ଚେନ୍ନାଇ,୧୫।୩: ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣଙ୍କ ହିନ୍ଦୀ ଭାଷା ସମ୍ପର୍କରେ ଦେଇଥିବା ବୟାନକୁ ନେଇ ରାଜନୈତିକ ହଇଚଇ ତୀବ୍ର ହୋଇଛି। ଏବେ ଅଭିନେତା ପ୍ରକାଶ ରାଜ ଏହି ରାଜନୈତିକ ଯୁଦ୍ଧରେ ପ୍ରବେଶ କରିଛନ୍ତି। ପ୍ରକାଶ ରାଜ ପବନ କଲ୍ୟାଣଙ୍କୁ ସମାଲୋଚନା କରିଛନ୍ତି ଏବଂ ତାଙ୍କୁ ଅନ୍ୟମାନଙ୍କ ଉପରେ ହିନ୍ଦୀ ଭାଷା ଲଦିବାର ଅଭିଯୋଗ କରିଛନ୍ତି।
ପ୍ରକାଶ ରାଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ତୁମର ହିନ୍ଦୀ ଭାଷା ଆମ ଉପରେ ଲଦି ଦିଅ ନାହିଁ।’ ଏହା ଅନ୍ୟ କୌଣସି ଭାଷା ପ୍ରତି ଘୃଣା ବିଷୟରେ ନୁହେଁ। ଏହା ଆମର ମାତୃଭାଷା, ସାଂସ୍କୃତିକ ପରିଚୟ ଏବଂ ସ୍ବାଭିମାନକୁ ରକ୍ଷା କରିବା ବିଷୟରେ। ଦୟାକରି କେହି ଜଣେ ପବନ କଲ୍ୟାଣଙ୍କୁ ଏହା ବୁଝାଇ ଦିଅନ୍ତୁ।
ସୂଚନାଯୋଗ୍ୟ, ଏମକେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ତାମିଲନାଡୁ ସରକାର ନୂତନ ଶିକ୍ଷା ନୀତି ମାଧ୍ୟମରେ ହିନ୍ଦୀକୁ ଲାଗୁ କରିବାର ଅଭିଯୋଗ ଆଣିଛନ୍ତି। ଷ୍ଟାଲିନ ଏବଂ ଡିଏମକେ ନେତାମାନେ ଏହାକୁ ନେଇ କେନ୍ଦ୍ର ସରକାରଙ୍କୁ ଲଗାତାର ଟାର୍ଗେଟ କରୁଛନ୍ତି। କେନ୍ଦ୍ର ମଧ୍ୟ ଏହି ବିବାଦର ନିରନ୍ତର ଜବାବ ଦେଉଛି।
ଏସବୁ ମଧ୍ୟରେ, ପବନ କଲ୍ୟାଣ ଶନିବାର କାକିନାଡାର ପିଥମପୁରମରେ ତାଙ୍କ ଦଳର ଦ୍ୱାଦଶ ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କରିବା ସମୟରେ ତାମିଲନାଡୁର ରାଜନେତାମାନଙ୍କୁ କପଟୀ ବୋଲି କହିଥିଲେ। ସେ ପଚାରିଲେ ଯେ ସେମାନେ ତାମିଲ ସିନେମାକୁ ହିନ୍ଦୀରେ ଡବିଂ କରିବାକୁ କାହିଁକି ଅନୁମତି ଦିଅନ୍ତି।
ପବନ କଲ୍ୟାଣ କହିଛନ୍ତି ଯେ ତାମିଲନାଡୁର ନେତାମାନେ ହିନ୍ଦୀକୁ ବିରୋଧ କରନ୍ତି, କିନ୍ତୁ ଆର୍ଥିକ ଲାଭ ପାଇଁ ସେମାନେ ତାମିଲ ଚଳଚ୍ଚିତ୍ରଗୁଡ଼ିକୁ ହିନ୍ଦୀରେ ଡବିଂ କରିବାକୁ ଅନୁମତି ଦିଅନ୍ତି। କଲ୍ୟାଣ ପଚାରିଲେ, ‘ମୁଁ ବୁଝିପାରୁନାହିଁ କାହିଁକି କେତେକ ଲୋକ ସଂସ୍କୃତକୁ ସମାଲୋଚନା କରନ୍ତି? ଆର୍ଥିକ ଲାଭ ପାଇଁ ତାମିଲନାଡୁର ନେତାମାନେ ହିନ୍ଦୀକୁ ବିରୋଧ କରନ୍ତି, ଯେତେବେଳେ ସେମାନଙ୍କର ଚଳଚ୍ଚିତ୍ରଗୁଡ଼ିକୁ ହିନ୍ଦୀରେ ଡବିଂ କରିବାକୁ ଅନୁମତି ଦିଅନ୍ତି? ସେମାନେ ବଲିଉଡରୁ ଟଙ୍କା ଚାହାଁନ୍ତି, କିନ୍ତୁ ହିନ୍ଦୀକୁ ଗ୍ରହଣ କରିବାକୁ ମନା କରନ୍ତି – ଏହା କି ପ୍ରକାରର ଯୁକ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

The post ପବନ କଲ୍ୟାଣଙ୍କ ଉପରେ ରାଗିଗଲେ ପ୍ରକାଶ ରାଜ appeared first on Dharitri Odia News.